ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ
·2 years ago

ଅର୍ଗସ ବ୍ୟୁରୋ : ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ । ୩୧ ଦିନର ଆନ୍ଦୋଳନରେ ପଡିଲା ପୂର୍ଣ୍ଣଚ୍ଛେଦ । ଗତ ୧୮ ତାରିଖରୁ ସାରା ରାଜ୍ୟରେ ପ୍ରାୟ ୧୩୦୦ ଜଣ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଥିଲେ । ପ୍ରାଣୀ ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତରଣ, କ୍ୟାଡର ପୁନର୍ଗଠନ ଏବଂ କେନ୍ଦ୍ର ସରକାରୀ ସେବା ଅଧୀନରେ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଡିଏସିପି ଦୃଷ୍ଟିରୁ ସମାନତା ଆଣିବା ଓ ଅଣ ପ୍ରାକ୍ଟିସିଂ ଭତ୍ତା ପ୍ରଦାନ ଆଦି ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା ପ୍ରାଣୀ ଚିକିତ୍ସିକ ସଂଘ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଜି ସକାରାତ୍ମକ ଆଲୋଚନା ହେଇଛି । ଆଲୋଚନା ପରେ ଦାବି ଖୁବଶୀଘ୍ର ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ପରେ ସ୍ଥଗିତ ରହିଛି ଆନ୍ଦୋଳନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: