Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିଏମସି ସରକାରର ନୀରବତାକୁ ନିନ୍ଦା କଲା ଏବିଭିପି

Odisha

ଟିଏମସି ସରକାରର ନୀରବତାକୁ ନିନ୍ଦା କଲା ଏବିଭିପି

Jitendra Dash
Browse all articles by Jitendra Dash
·2 years ago·1 min read
ଟିଏମସି ସରକାରର ନୀରବତାକୁ ନିନ୍ଦା କଲା ଏବିଭିପି

ଅର୍ଗସ ବ୍ୟୁରୋ : ପୁରୀରେ ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାକୁ ନେଇ ଏବିଭିପିର ବିକ୍ଷୋଭ । ସନ୍ଦେଶଖାଲିରେ ସାଧାରଣ ଲୋକ ଓ ମହିଳାଙ୍କ ଉପରେ ହେଉଥିବା ହିଂସା ଉପରେ ଟିଏମସି ସରକାରର ନୀରବତାକୁ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଶତାଧିକ ଛାତ୍ରଛାତ୍ରୀ ଆଜି ଏକାଠି ହୋଇ ଏଭଳି ଘଟଣା ବିରୋଧରେ, ବିରୋଧ ପ୍ରଦର୍ଶନ କରିବା ସହ, ଟିଏମସି ସରକାରଙ୍କୁ ଦୃଢ଼ ନିନ୍ଦା କରିଛନ୍ତି ।

ଏଭଳି ହିଂସା ବିରୋଧରେ ପଶ୍ଚିମବଙ୍ଗ ସରକାର ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଏବିଭିପି । ସୂଚନା ଥାଉ କି ସନ୍ଦେଶଖାଲି ମହିଳା ବିରୋଧୀ ହିଂସାକାଣ୍ଡକୁ ନେଇ ଏବେ କିଛି ଦିନ ଧରି ହେଡଲାଇନରେ ରହିଛି ପଶ୍ଚିମବଙ୍ଗ । ସନ୍ଦେଶଖାଲିର ସ୍ଥାନୀୟ ଟିଏମସି ନେତା ଶେଖ ଶାହାଜାହାନ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ସ୍ଥାନୀୟ ମହିଳା । ଶାହାଜାହାନର ନେତୃତ୍ବରେ ଏଠାରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଖବର ସାମ୍ନାକୁ ଆସିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଶାହାଜାହାନ ଭୟରେ କେହି ପାଟି ଫିଟାଉନଥିଲେ । ମାତ୍ର ରାସନ ସାମଗ୍ରୀ ବଣ୍ଟନରେ ହେରଫେର ଅଭିଯୋଗରେ ଶାହାଜାହାନ ଇଡି ରେଡ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଶାହାଜାହାନ ଇଡି କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର ଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଥିଲେ ପୀଡ଼ିତା । ଏହାସହିତ ଶାହାଜାହନର ଗିରଫ ଦାବି କରିଥିଲେ । ତେବେ ଗତ କିଛିଦିନ ତଳେ ପୋଲିସ ଶାହାଜାହନକୁ ଗିରଫ କରିଛି ।

Argus Whatsapp Channel Mobile Top
Sponsored
puri abvp protest | Argus News