Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକାପର୍ଣ ପରେ ବି ପରିକ୍ରମା ପ୍ରକଳ୍ପର ପିଛା ଛାଡୁନି ବିବାଦ

Jitendra Dash
Browse all articles by Jitendra Dash
·2 years ago·2 min read
ଲୋକାପର୍ଣ ପରେ ବି ପରିକ୍ରମା ପ୍ରକଳ୍ପର ପିଛା ଛାଡୁନି ବିବାଦ

ଅର୍ଗସ ବ୍ୟୁରୋ : ଅର୍ପଣ ରଥ ନାଁରେ ଅଦିନେ ଗଡିଲା ରଥ । ଦଳୀୟ ପ୍ରଚାର ଭଳି ବ୍ୟବସ୍ଥା ହେଲା । ପାଣ୍ଡିଆନଙ୍କ ଫଟୋ ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରମୋଶନ ବି ହେଲା । ଦୂଆର ଦୂଆର ବୁଲି ଚାଉଳ ମୁଠେ ମାଗିଲେ ଷାଠିଏ ପଉଟି ଖିଆ ଦାରୁବ୍ରହ୍ମ । ଟ୍ରଲିରେ ବୁହା ହେଲେ ବଡ ଠାକୁର, ଅଳିଆ ଗଦାରେ ପଡିଲା କାଳିଆ । ଅଣ ଓଡିଆଙ୍କ ନିଷ୍ପତ୍ତିରେ ଓଡିଆଙ୍କ ଆସ୍ଥା ଅସ୍ମିତାକୁ ପାଦରେ ଦଳି ଚକଡି ଦିଆଗଲା । ତଥାପି ମୁଣ୍ଡ ପାତି ସବୁ କିଛି ସହିଲା ଓଡିଆ ଜାତି । ଜଗନ୍ନାଥଙ୍କ ନାଁ ନେଇ ଚାଲିଥିବା ପ୍ରଚାରରେ ସାମିଲ ବି ହେଲା ଆଉ ଗୁଆ ଚାଉଳ ଦେଇ ପରିକ୍ରମା ପ୍ରକଳ୍ପର ଜୟ ଜୟ କାର କଲା । କିନ୍ତୁ ସବୁଥର ପରି ଏଥର ବି ଲୋକଙ୍କ ଆସ୍ଥା ସହ ଖେଳିଲେ ସରକାର । ସଂଗୃହିତ ଚାଉଳ ଓ ଗୁଆ ସବୁ ପୁରୀ ନ ଯାଇ ବିଭିନ୍ନ ସ୍ଥାନରେ ପଡି ରହିଲା । ଯାହାକୁ ନେଇ ଏବେ ଭକ୍ତ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ । ଠାକୁରଙ୍କୁ ବୁଲାଇ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ସଂଗ୍ରହ କରିବାପରେ ଏବେ ତାକୁ ବାଟମାରଣା କରିବା ପାଇଁ ବିଜେଡି ସରକାର ଯୋଜନା କରିଛି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ । ଅନ୍ୟପଟେ ଭକ୍ତର ଭାବନା ସହ ସରକାରଙ୍କ ଖେଳକୁ ନେଇ ବ୍ୟଙ୍ଗାତ୍ମକ ଢଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବ୍ୟଙ୍ଗ କବି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏ ସବୁ ଭିତରେ ଟ୍ରଲିରେ ଠାକୁରଙ୍କୁ ବସାଇ ଚାଉଳ ଭିକ୍ଷା କରାଇବା ନିଷ୍ପତ୍ତି ପରିଚାଳନା କମିଟିର ନଥିଲା ବୋଲି ଖୋଦ୍ ଗଜପତି ମହାରାଜ କହିବା ପରେ ବିବାଦ ଅଧିକ ବଢିଛି । ଏପରିକି ଜଗନ୍ନାଥଙ୍କ ବାଡଗ୍ରାହୀ ବି ଅର୍ପଣ ରଥରେ ପାଣ୍ଡିଆନ୍ ଓ ନବୀନଙ୍କ ଫଟୋ ଲାଗିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ... ଯଦି ପରିଚାଳନା କମିଟି କୌଣସି ନିଷ୍ପତ୍ତି ନେଇନଥିଲା ତେବେ କେମିତି ଅଦିନେ ଗଡିଲା ଜଗନ୍ନାଥଙ୍କ ଅର୍ପଣ ରଥ ? କଳା ଠାକୁରଙ୍କୁ ଟ୍ରଲିରେ ବୁହାଇ ଭିକ ମଗାଇବା ପଛରେ ରହିଛି କେଉଁ କଳା ପାହାଡର ହାତ ?
 

Sponsored
puri arpana ratha issues | Argus News