Videos
|
Odisha

Puri Creates History / ଅଳିଆ ଗଦାରୁ ସୁନାର ଶ୍ରୀକ୍ଷେତ୍ର; ଦେଶର ୧ ନମ୍ବର ସ୍ୱଚ୍ଛ ଉପକୂଳ ସହର ହେଲା ପୁରୀ

Debashree Debasmita Sahoo
Browse all articles by Debashree Debasmita Sahoo
·19 mins ago·2 min read
ଅଳିଆ ଗଦାରୁ ସୁନାର ଶ୍ରୀକ୍ଷେତ୍ର; ଦେଶର ୧ ନମ୍ବର ସ୍ୱଚ୍ଛ ଉପକୂଳ ସହର ହେଲା ପୁରୀ
Puri cleanest coastal town

Key Points

ଅଳିଆ ଗଦାରୁ ସିଧା ୧ ନମ୍ବର ସିଂହାସନ
ବର୍ଷକ ଭିତରେ ବଦଳିଗଲା ଶ୍ରୀକ୍ଷେତ୍ରର ଚିତ୍ର
ସ୍ୱଚ୍ଛତାରେ ଇତିହାସ ରଚିଲା ପୁରୀ
ଦେଶର ଶ୍ରେଷ୍ଠ ଉପକୂଳ ସହର ଭାବେ ମିଳିଲା ବଡ଼ ସଫଳତା
ପୁରୀ: ଦେଶର ସ୍ୱଚ୍ଛ ଉପକୂଳ ସହର ପୁରସ୍କାର ହାତେଇଲା ପର୍ଯ୍ୟଟନ ନଗରୀ ଶ୍ରୀକ୍ଷେତ୍ର ପୁରୀ । ବର୍ଷକ ମଧ୍ୟରେ ୯୦ରୁ ସିଧା ୧ ନମ୍ବରକୁ ହାଇଜମ୍ପ ମାରିଛି ପର୍ଯ୍ୟଟନ ନଗରୀର ସ୍ୱଚ୍ଛତା ରାଙ୍କ । ଗତବର୍ଷ ସ୍ୱଚ୍ଛ ସର୍ଭେକ୍ଷଣରେ ପୁରୀର ସ୍ଥାନ ଖସି ୯୦ରେ ପହଞ୍ଚିଥିଲା । କିନ୍ତୁ ଚଳିତ ବର୍ଷ ବର୍ଷକ ମଧ୍ୟରେ ସ୍ୱଚ୍ଛତା ପାଇଁ ଯୋଡ଼ି ହୋଇଛି ଅନେକ ନୂଆ ପ୍ରକଳ୍ପ । ଡୋର୍-ଟୁ-ଡୋର୍ ଆବର୍ଜନା ସଂଗ୍ରହ ସମୟରେ ବଢ଼ିଛି ସଚେତନତା । ଲୋକେ ମଧ୍ୟ ଆବର୍ଜନାକୁ ପୃଥକୀକରଣ କରି ଯୋଗାଉଛନ୍ତି ।

  • ସଫଳତା ସହ ବଢିଲା ଚ୍ୟାଲେଞ୍ଜ
ସେହିପରି ସାନିଟାଇଜେଶନ୍ ଡ୍ରାଇଭ୍ ଏବଂ ପ୍ରୋସେସିଂ ପ୍ଲାଣ୍ଟର ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଏହି ବଡ଼ ସଫଳତା ମିଳିଛି । ବଡ଼ ସଫଳତା ପରେ ମଧ୍ୟ ଏବେ କିଛି ଚ୍ୟାଲେଞ୍ଜ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୧୦୦ ମେଟ୍ରିକ୍ ଟନ୍ ଆବର୍ଜନା ବାହାରୁଥିବାବେଳେ ପ୍ରୋସେସିଂ ହେଉଛି ୭୦ ପ୍ରତିଶତ । ତେଣୁ ଆଉ ୩୦ ପ୍ରତିଶତ ଆବର୍ଜନା ପ୍ରକ୍ରିୟାକରଣ ପାଇଁ ରହିଛି ଆହ୍ୱାନ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମେଗା MRF ପ୍ଲାଣ୍ଟ ଓ ପ୍ଲାଣ୍ଟେସନ ଡ୍ରାଇଭ୍ ଜରିଆରେ ସ୍ୱଚ୍ଛତା ପ୍ରକ୍ରିୟାକୁ ଆହୁରି ବଢ଼ାଯିବ ।

  • ୧୫୦୦ କର୍ମଚାରୀ ନିୟୋଜିତ ହେବେ
ସହରକୁ ଘରୋଇକରଣ ଜରିଆରେ ୩ଟି ଜୋନରେ ଭାଗ କରାଯାଇ ୧୫୦୦ କର୍ମଚାରୀଙ୍କୁ ନିୟୋଜିତ କରାଯିବ, ଯାହା ପୂର୍ବରୁ ମାତ୍ର ୫୦୦ରେ ସୀମିତ ଥିଲା । ଏଣିକି ୩ଟି ସିଫ୍ଟରେ ସଫେଇ କାମ କରାଯିବ । ବେଳାଭୂମିରେ ସଫେଇ କର୍ମଚାରୀଙ୍କ ସଂଖ୍ୟା ୭୦ରୁ ବୃଦ୍ଧି ପାଇଁ ୨୦୦ କରାଯିବ । ବିଶେଷକରି ବେଳାଭୂମିରେ ମେକାନିକାଲ କ୍ଲିନିଂ କରାଯାଇ ମେସିନ୍ ସାହାଯ୍ୟରେ ବାଲିରୁ ସୂକ୍ଷ୍ମାତିସୂକ୍ଷ୍ମ ଆବର୍ଜନା ପୃଥକୀକରଣ କରାଯିବ, ଯାହାଫଳରେ ସୁନା ଭଳି ଚମକିବ ପର୍ଯ୍ୟଟନ ନଗରୀର ସ୍ୱର୍ଣ୍ଣାଭ ବେଳାଭୂମି।

ପଢନ୍ତୁ ଏହି ଖବର:  ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାଏରେ ଦର୍ଶନ କରିବେ ୧୦ ହଜାର ଭକ୍ତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ସ୍ୱଚ୍ଛତାରେ ଇତିହାସ ରଚିଲା ପୁରୀ
୨୦୨୪ରେ ୪ କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ସ୍ୱଚ୍ଛତା ମାନଦଣ୍ଡ ଛୁଇଁପାରି ନଥିଲା ପୁରୀ ବେଳାଭୂମି । ଯାହାକୁ ନେଇ ପର୍ଯ୍ୟଟନ ସଚିବ ଚିଠି କରିଥିଲେ । ହେଲେ ଏବେ ସେହି ସ୍ୱଚ୍ଛତା ଚ୍ୟାଲେଞ୍ଜକୁ ସଫଳତାର ସହ ଗ୍ରହଣ କରି ଆଗକୁ ବଢ଼ୁଛି ଶ୍ରୀକ୍ଷେତ୍ର । ଏଠାରେ କହିରଖୁଛୁ କି, ନିକଟରେ ସ୍ଵଚ୍ଛ ସର୍ବେକ୍ଷଣ ୨୦୨୫-୨୬ରେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ଏବଂ ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ମିଳିଛି ଗୌରବ । ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଆଣିଲା ଗର୍ବ । 

Related Topics

Explore more stories