|
logo
Live

Argus News - ୧୧ଦିନ ଧରି ପୁରୀ ଶରଧାବାଲିରେ ଚାଲିବ ଏହି ପୁସ୍ତକ ମେଳା

Odisha

୧୧ଦିନ ଧରି ପୁରୀ ଶରଧାବାଲିରେ ଚାଲିବ ଏହି ପୁସ୍ତକ ମେଳା

Jitendra Dash
Browse all articles by Jitendra Dash
·2 years ago·2 min read
୧୧ଦିନ ଧରି ପୁରୀ ଶରଧାବାଲିରେ ଚାଲିବ ଏହି ପୁସ୍ତକ ମେଳା

ଅର୍ଗସ ବ୍ୟୁରୋ : ପୁରୀ ଶରଧାବାଲି ଠାରେ ଆସନ୍ତା ଡ଼ିସେମ୍ବର ୨୫ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ଆରମ୍ଭ ହେବ ୨୮ ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ ହେବ । ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ହେବ ୨୮ତମ ପୁସ୍ତକ ମେଳା । ପ୍ରତିଦିନ ଦିନ ୨ଟାରୁ ରାତି ୯ଟା ଯାଏଁ ଖୋଲା ରହିବ ପୁସ୍ତକ ମେଳା । ପ୍ରଥମଥର ପାଇଁ ପୁସ୍ତକମେଳାରେ ପିଲାମାନଙ୍କ ପାଇଁ ପଠନ ଟୁଙ୍ଗୀ କରାଯିବ । 

ଏହା ସହ ଜିଲ୍ଲା ପ୍ରଶାସନ ସହଯୋଗରେ ହେଉଥିବା ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ସୁଦୂର ଦିଲ୍ଲୀରୁ ୫୦ରୁ ଉର୍ଦ୍ଧ୍ବ ପ୍ରକାଶକ ଯୋଗ ଦେଉଥିବା ବେଳେ, ୧୩୦ରୁ ଉର୍ଦ୍ଧ୍ବ ଷ୍ଟଲ ପଡ଼ିବାର ସମ୍ଭାବନା ରହିଛି । ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ଭକ୍ତି ସଂଗୀତ, ସାହିତ୍ୟ ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଚଳିତବର୍ଷ ଗବେଷଣା କ୍ଷେତ୍ରରେ ଗବେଷକ ପ୍ୟାରୀମୋହନ ପଟ୍ଟନାୟକ, ସାହିତ୍ୟ କ୍ଷେତ୍ରରେ ସତ୍ୟନାରାୟଣ ମିଶ୍ର ଓ ସୁଶ୍ରୀ ସଚେତା ମିଶ୍ର, ପ୍ରକାଶକ କ୍ଷେତ୍ରରେ ଶାରଳା ବୁକ୍ସ ଡିଷ୍ଟିବ୍ୟୁଟରଙ୍କୁ ପୁସ୍ତକ ମେଳା ସମ୍ମାନ ଦିଆଯିବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ସହିତ ଓଡ଼ିଶାରେ ଗବେଷଣା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧ୍ୟାପକ ବିଶ୍ବରଞ୍ଜନଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସଭାପତି ଡ଼ କୈଳାଶ ଚନ୍ଦ୍ର ଟିକାୟତରାୟ, ସମ୍ପାଦକ ଚକ୍ରଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଶରଧାବାଲିର ସ୍ବଛତା ଓ ପବିତ୍ରତା ରକ୍ଷା କରାଯିବା ସହ ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏକଲକ୍ଷ ପାଠକ, ସାହିତ୍ୟିକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ଆଶା ରଖିଛି ମେଳା କମିଟି । 

Sponsored
୧୧ଦିନ ଧରି ପୁରୀ ଶରଧାବାଲିରେ ଚାଲିବ ଏହି ପୁସ୍ତକ ମେଳା | Argus News