Odisha News / ହବିଷ୍ୟାଳୀ କେନ୍ଦ୍ରରେ ଶୋକର ଛାୟା; ପଞ୍ଚୁକରେ ଆଖି ବୁଜିଲେ ବୃଦ୍ଧା
·57 mins ago·2 min read

Key Points
ପବିତ୍ର ପଞ୍ଚୁକରେ ଶୀକ୍ଷେତ୍ର ଧାମରେ ରହି ହବିଷ କରୁଥିବା ଜଣେ ହବିଷ୍ୟାଳୀ ମାଆଙ୍କ ମୃତ୍ୟୁ ହୋଇଛି । ରକ୍ତଚାପ କମ୍ ଥିବା ଜଣେ ହବିଷ୍ୟାଳୀ ହୃଦ୍ଘାତରେ ଆଖି ବୁଜିଛନ୍ତି ।
ପୁରୀ: କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନର ଅଧିକ ମହତ୍ତ୍ଵ ରହିଛି । ଆଉ ଏହି ପଞ୍ଚୁକରେ ଶୀକ୍ଷେତ୍ର ଧାମରେ ରହି ହବିଷ କରୁଥିବା ଜଣେ ହବିଷ୍ୟାଳୀ ମାଆଙ୍କ ମୃତ୍ୟୁ ହୋଇଛି । ରକ୍ତଚାପ କମ୍ ଥିବା ଜଣେ ହବିଷ୍ୟାଳୀ ହୃଦ୍ଘାତରେ ଆଖି ବୁଜିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ହବିଷ୍ୟାଳୀ ଜଣଙ୍କ ରେଲୱେ ଟୁରିଷ୍ଟ କମ୍ପ୍ଳେକ୍ସ ହବିଷ୍ୟାଳୀ କେନ୍ଦ୍ରରେ ରହୁଥିଲେ । ମୃତକ ୬୬ ବର୍ଷୀୟ ରଙ୍ଗଲତା ଭଞ୍ଜ, ଘର ବାଲେଶ୍ଵର ଜିଲ୍ଲା ସିମୁଳିଆ ବାଙ୍ଗର ଖଡିଗାଡିଆ ଗାଁରେ । ପବିତ୍ର ଏକାଦଶୀ ତିଥିରେ ରଙ୍ଗଲତା ହବିଷ୍ୟାଳୀ କେନ୍ଦ୍ରରେ ରାତି ପ୍ରାୟ ୧୧ଟାରେ ଅସୁସ୍ଥ ଅନୁଭବ କରିଥିଲେ ।
ଏଥିସହ ପଢ଼ନ୍ତୁ: ମହାପଞ୍ଚୁକର ମହାପୁଣ୍ୟ; ଭକ୍ତିରେ ଭିଜୁଛି ଶ୍ରୀକ୍ଷେତ୍ର, ହୋଇପାରିଲାନି ବାଙ୍କଚୂଡ଼ ବେଶ
ହବିଷ୍ୟାଳୀ କେନ୍ଦ୍ର ସ୍ଵାସ୍ଥ୍ୟ ଶିବିରରେ ତାଙ୍କ ପ୍ରଥମିକ ସ୍ଵାସ୍ଥ୍ୟ ପରୀକ୍ଷାରୁ ଜଣାଯାଇଥିଲା ରକ୍ତଚାପ କମ୍ ଅଛି । ଅସୁସ୍ଥ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରୀକ୍ଷା ନିରୀକ୍ଷା ପରେ ଜଣା ଯାଇଥିଲା ଛୋଟ ହୃଦଘାତର ଶିକାର ହେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଯାଇ ସ୍ଵାସ୍ଥ୍ୟ ସହାୟକଙ୍କ ସହଯୋଗରେ ଭୁବନେଶ୍ୱର କ୍ୟାପିଟାଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଉନ୍ନତ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ରଙ୍ଗଲତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ଏଥିସହ ପଢ଼ନ୍ତୁ: ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଯିବେ ମୁଖ୍ୟମନ୍ତ୍ରୀ; ଗ୍ରାଉଣ୍ଡରେ ବୁଲି ଦେଖିବେ କ୍ଷୟକ୍ଷତି
ରଙ୍ଗଲତାଙ୍କ ପୁତ୍ର ଓ ସମ୍ପର୍କୀୟ ମାନେ ହସ୍ପିଟାଲରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରିବାରର ନିଷ୍ପତ୍ତି କ୍ରମେ, ପୁରୀ ସ୍ୱର୍ଗଦ୍ୱାରରେ ରଙ୍ଗଲତା ଭଞ୍ଜଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁତ୍ର ହୃଷୀକେଶ ଭଞ୍ଜ ମୁଖାଗ୍ନୀ ଦେଇଛନ୍ତି ।
ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ପରାମର୍ଶ ଅନୁସାରେ ପୁରୀ ଜିଲ୍ଲା ପ୍ରଶାସନ ରେଡକ୍ରସ ଶାଖା ପକ୍ଷରୁ ରଙ୍ଗଲତା ଭଞ୍ଜଙ୍କ ଶେଷକୃତ୍ୟ ଓ ସଂସ୍କାର ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଶେଷକୃତ୍ୟରେ ସଦର ତହସିଲଦାର ଅଭିଷେକ ଦାଶ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହିଥିଲେ ।