Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Budget / ଜଳପଥରେ ଯୋଡ଼ିହେବ ପୁରୀ; ବଜେଟ୍‌ରେ ସରକାର ଦେଲେ ୫୦୦ କୋଟି

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଜଳପଥରେ ଯୋଡ଼ିହେବ ପୁରୀ; ବଜେଟ୍‌ରେ ସରକାର ଦେଲେ ୫୦୦ କୋଟି
Big Boost for Puri Tourism

Key Points

ଆଭ୍ୟନ୍ତରୀଣ କାର୍ଗୋ ପରିବହନରେ ଉନ୍ନତି ଜାତୀୟ ଜଳପଥ-୫ କାର୍ଯ୍ୟକ୍ଷମ କରାଯିବ । ପୁରୀରେ ୫ ଶହ କୋଟି ଟଙ୍କା ବ୍ୟୟରେ ଏକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ହେବ ।
ଭୁବନେଶ୍ଵର: ଓଡ଼ିଶାରେ ସାମୁଦ୍ରିକ ବନ୍ଦର ସହ ଜଳପଥକୁ ବଜେଟ୍‌ରେ ଗୁରୁତ୍ଵ ମିଳିଛି । କେନ୍ଦ୍ରାପଡ଼ାରେ ଏକ ଜାତୀୟ ବୃହତ୍ ଜାହାଜ ନିର୍ମାଣ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ଏଥିପାଇଁ ୨୨ ହଜାର ୭ ଶହ କୋଟି ଟଙ୍କା ବିନିଯୋଗ ହେବ । ଯେଉଁଥିରେ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏବଂ ପାରାଦୀପ ବନ୍ଦର ପ୍ରାଧିକରଣର ସହଭାଗିତା ରହିବ ।

ସେହିଭଳି ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍‌ର ୨୧ ହଜାର ୫ ଶହ କୋଟି ଟଙ୍କା ସହାୟତାରେ ଗଞ୍ଜାମର ବାହୁଡ଼ା ମୁହାଣରେ ଏକ ସବୁଦିନିଆ ସାଟେଲାଇଟ୍ ବନ୍ଦର ନିର୍ମାଣ କରାଯାଉଛି ।

ଏଥିସହ ପଢ଼ନ୍ତୁ: ବଜେଟ୍‌ରେ ନୂଆ ଯୋଜନା, ସ୍ନାତକ ଶେଷ ହେବା ପରେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା

ଆଭ୍ୟନ୍ତରୀଣ କାର୍ଗୋ ପରିବହନରେ ଉନ୍ନତି ଆଣିବା ପାଇଁ ୧୨ ହଜାର ୨ ଶହ କୋଟି ଟଙ୍କା ବିନିଯୋଗରେ ଜାତୀୟ ଜଳପଥ-୫ କାର୍ଯ୍ୟକ୍ଷମ କରାଯିବ । ଏଥିସହ ପୁରୀରେ ୫ ଶହ କୋଟି ଟଙ୍କା ବ୍ୟୟରେ ଏକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ହେବ । ଯାହାକି ପର୍ଯ୍ୟଟନ ଓ ବିଶ୍ଵ ସଂଯୋଗକୁ ବୃଦ୍ଧି କରିବ ।

ଏହାଦ୍ଵାରା ପର୍ଯ୍ୟଟକ ସୌଖିନ ଜାହାଜରେ ଜଳ ଯାତ୍ରାର ମଜା ନେଇ ପାରିବେ । ପୁରୀରୁ ଯାତ୍ରୀବାହୀ ଜାହାଜରେ ପାରାଦୀପ, ଦୀଘା, ଭିସାଖାପାଟଣା, ଆଣ୍ଡାମାନ୍ ନିକୋବରକୁ ଯାତାୟତ କରିପାରିବେ ପର୍ଯ୍ୟଟକ ।

ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଶ୍ରୀଜଗନ୍ନାଥ ବିମାନବନ୍ଦର ନିକଟରେ ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର କରାଯାଇ ପର୍ଯ୍ୟଟନ ସ୍ଥଳକୁ ଆହୁରି ବଳ ଦିଆଯିବା ପାଇଁ ଯୋଜନା ହୋଇଛି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇପିକଲ ମିଳିତ ଭାବେ ଏହି ପ୍ରକଳ୍ପ ତିଆରି କରୁଛନ୍ତି ।

ଏଥିସହ ପଢ଼ନ୍ତୁ: SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି; ପୁରୀ, ବୁର୍ଲା କୋରାପୁଟ ଓ ବ୍ରହ୍ମପୁରରେ ବର୍ଣ୍ଣ ୟୁନିଟ୍

ଶ୍ରୀମନ୍ଦିର ଓ ବେଳାଭୂମିର ଅପୂର୍ବ ସମ୍ଭାର ସହ କ୍ରୁଜ୍ ଯୋଡ଼ି ହେବା ପରେ ପର୍ଯ୍ୟଟନ ଭିତ୍ତିଭୂମିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ଭିତ୍ତିଭୂମି ପୁରୀରେ, ଦ୍ଵିତୀୟରେ ପାରାଦୀପରେ ବିକଶିତ ହେବ । ପ୍ରକଳ୍ପ ହେଲେ ଜାହାଜ ତିଆରି, ମରାମତି, ବନ୍ଦର ବିକାଶ, ବାଣିଜ୍ୟକୁ ଆହୁରି ବଳ ମିଳିବ ।

ଏହାଦ୍ଵାରା ପୁରୀ ପର୍ଯ୍ୟଟନରେ ବିକାଶ ହୋଇପାରିବ । ପୁରୀରେ ପର୍ଯ୍ୟଟକଙ୍କୁ ବେଶୀ ଦିନ ରହିବା ପାଇଁ ଅବସର ମିଳିବ । ଏଭଳି ଏକ ପର୍ଯ୍ୟଟନ ସର୍କିଟକୁ ସ୍ଵାତ କରିଛନ୍ତି ପୁରୀ ବାସୀଙ୍କ ସହ ବୁଦ୍ଧିଜୀବୀ ଓ ହୋଟେଲିଅର୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri to Get ₹500 Crore International Cruise Terminal in Odisha Budget | Argus News | Argus News