Odisha News / ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୨୯ଟି ପ୍ଲଟ୍ର ରେକର୍ଡ ଅଫ୍ ରାଇଟ୍ସ
·54 mins ago·2 min read

Key Points
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୧୯ଟି ଖାତାର ୨୯ଟି ପ୍ଲଟ୍ର ରେକର୍ଡ ଅଫ୍ ରାଇଟ୍ସ (ROR) । ୧୯୯୭ ମସିହାରୁ ବିଚାରାଧୀନ ଥିବା ଆବେଟମେଣ୍ଟ ମାମଲାର ଫଇସଲା ଆସିଛି ।
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରୁଛି ରାଜସ୍ୱ ବିଭାଗ । ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡସେଲ୍ ଅଧୀନରେ ଚାଲିଛି ନିରନ୍ତର ଉଦ୍ୟମ । ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୧୯ଟି ଖାତାର ୨୯ଟି ପ୍ଲଟ୍ର ରେକର୍ଡ ଅଫ୍ ରାଇଟ୍ସ (ROR) ।
୧୯୯୭ ମସିହାରୁ ବିଚାରାଧୀନ ଥିବା ଆବେଟମେଣ୍ଟ ମାମଲାର ଫଇସଲା ଆସିଛି । ୦.୧୧୫ ଏକର ଜମିର ମାଲିକାନା ବ୍ୟକ୍ତିବିଶେଷଙ୍କ ନାମରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ସଂଶୋଧିତ ହୋଇଛି । ପୁରୀ ତହସିଲ ଅନ୍ତର୍ଗତ ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।
ଏଥିସହ ପଢ଼ନ୍ତୁ: ଏକାସାଙ୍ଗରେ ସବୁ ଭତ୍ତା ଟଙ୍କା ମିଳିବ, ମନ୍ତ୍ରୀ କହିଲେ ତାରିଖ; ଏଇଠି ଦିଆଯିବ
୧୯୯୭ ମସିହାରୁ ବିଚାରାଧୀନ ଥିବା ଏକ ଆବେଟମେଣ୍ଟ (Abatement) ମାମଲାର ନିଷ୍ପତ୍ତି କରାଯାଇ ଜମିର ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ କରାଯାଇଛି । ଏହାଦ୍ୱାରା ବ୍ୟକ୍ତିବିଶେଷଙ୍କ ନାମରେ ରେକର୍ଡଭୁକ୍ତ ଥିବା ମୋଟ ୦.୧୧୫ ଏକର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଶ୍ରୀକ୍ଷେତ୍ର ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ପୁରୀ ନାମରେ ସଂଶୋଧିତ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୯ଟି ପ୍ଲଟ୍ର ରେକର୍ଡ ସଂଶୋଧନ
ଏହି ପ୍ରକ୍ରିୟାରେ ମୋଟ ୧୯ଟି ଖାତା ଅନ୍ତର୍ଗତ ୨୯ଟି ପ୍ଲଟ୍ର ରେକର୍ଡ ସଂଶୋଧନ କରାଯାଇଛି । ଫଳରେ ଏହି ସମସ୍ତ ଜମିର ମାଲିକାନା ଆଉ କୌଣସି ବ୍ୟକ୍ତିବିଶେଷଙ୍କ ନାମରେ ନ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡଭୁକ୍ତ ହୋଇଛି । ପ୍ରକାଶ ଥାଉକି ଶ୍ରୀକ୍ଷେତ୍ରରେ କେବଳ ଶ୍ରୀମନ୍ଦିର ପାଇଁ 'ବଡ଼ଦେଉଳ ସାହି' ନାମରେ ଏକ ମୌଜା ରହିଛି, ଯାହାକି ସମଗ୍ର ରାଜସ୍ଵ ପ୍ରଶାସନରେ ଅନନ୍ଯ ।
ରାଜସ୍ୱ ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ ସେଲ୍ ଆରମ୍ଭ ହେବା ପରେ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଚିହ୍ନଟ, ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ଗତିଶୀଳ କରାଯାଇଛି । ଏହି ପଦକ୍ଷେପ ଫଳରେ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଜମିର ଅବୈଧ ଜବରଦଖଲ ହଟାଇବା ସହ ଜମିର ରେକର୍ଡ ମହାପ୍ରଭୁଙ୍କ ନାମକୁ ଫେରାଇ ଆଣିବା ଦିଗରେ ଉଲ୍ଲେଖନୀୟ ସଫଳତା ମିଳୁଛି ।
ଏଥିସହ ପଢ଼ନ୍ତୁ: ସାଇଡ୍ ମରାକୁ ନେଇ 'ଆମ ବସ୍' ଚାବି କାଢ଼ି ନେଲେ ସ୍କୁଟି ଚାଳକ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦିଗଦର୍ଶନ ତଥା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ନିରନ୍ତର ଉଦ୍ୟମ ମାଧ୍ୟମରେ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ ପୁନରୁଦ୍ଧାର ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ଏହି ପ୍ରୟାସ ଜାରି ରହିଛି ।
ଏହା ମହାପ୍ରଭୁଙ୍କ ଅମୂଲ୍ୟ ଭୂସମ୍ପତ୍ତିର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଏକ ଉଲ୍ଲେଖନୀୟ ସଫଳତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ଡ. ପାଢ଼ୀ ମହାପ୍ରଭୁଙ୍କ ଭୂ- ସମ୍ପତ୍ତି ସୁରକ୍ଷାରେ ସହାୟତା କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ଯବାଦ ଦେବା ସହ ସମସ୍ତଙ୍କ ପାଇଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ।

Related Topics
Explore more stories