Videos
|
Odisha

Jagannath Temple / ନଭେମ୍ବର ୨୬ ଓ ୨୭ରେ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି

Sushanta Sahoo
Browse all articles by Sushanta Sahoo
·37 mins ago·2 min read
ନଭେମ୍ବର ୨୬ ଓ ୨୭ରେ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି
Ratna Bhandar Counting November

Key Points

କାର୍ତ୍ତିକ ପୂର୍ଣ୍ଣିମା ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି
ନଭେମ୍ବର ୨୬ ଓ ୨୭ରେ ପୁନର୍ବାର ଆରମ୍ଭ ହେବ ଗଣତିମଣତି
କାର୍ତ୍ତିକ ମାସରେ ନୀତି ବହୁଳତା କାରଣରୁ ବନ୍ଦ ରହିଥିଲା
ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରେ ପୁଣି ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ନଭେମ୍ବର ୨୬ ଓ ୨୭ରେ ପୁନର୍ବାର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ।

ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଗଣତି ମଣତି ପ୍ରକ୍ରିୟା ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ସରିଛି । କାର୍ତ୍ତିକ ମାସରେ ନୀତି ବହୁଳତା ଥିବାରୁ ସେବକ ଏବଂ କମାଣ୍ଡରଙ୍କ ପରାମର୍ଶ ନେଇ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା ।

ଏଥିସହ ପଢ଼ନ୍ତୁ: ହବିଷ୍ୟାଳୀ କେନ୍ଦ୍ରରେ ଶୋକର ଛାୟା; ପଞ୍ଚୁକରେ ଆଖି ବୁଜିଲେ ବୃଦ୍ଧା 

ଆସନ୍ତା ନଭେମ୍ବର ୨୪ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଏବଂ ୨୫ ତାରିଖ ଦିନ ଗୋଟିଏ ଦିନ ଛାଡ଼ି ନଭେମ୍ବର ୨୬ ଓ ୨୭ ତାରିଖ ଦିନ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆଧାରରେ ଏହି ଗଣତି କାର୍ଯ୍ୟ କରାଯିବ ଏବଂ ଅନୁମୋଦିତ ବ୍ୟକ୍ତିମାନଙ୍କ ଜରିଆରେ ଏହା ସମ୍ପାଦନ ହେବ ।


ପାଳିଆ ସେବାରେ ଥିବା ସମସ୍ତ ସେବକ ବନ୍ଧୁ ଓ ସେବକ ନିଯୋଗମାନଙ୍କୁ ସହଯୋଗ ଜାରି ରଖିବା ପାଇଁ ଅନୁରୋଧ କରାଯାଇଛି । ପୂର୍ବ ଭଳି ଗଣତି ସମୟରେ ଭକ୍ତମାନଙ୍କ ପାଇଁ ବାହାର କାଠରୁ ଦର୍ଶନ ବ୍ୟବସ୍ଥା ରହିବ। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼େ ସେଥିପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବାକୁ ଗୁରୁତ୍ୱ ଦିଆଯାଇଛି ।

ଶ୍ରୀମନ୍ଦିରରେ ଏକମୁଖୀ ଦର୍ଶନ

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ନୀତି ବହୁଳତା ରହିଛି । ତେଣୁ, ଶନିବାର ପହୁ଼ଡ଼ ନୀତି ହୋଇ ପାରିନଥିଲା । ଯାହାକୁ ନେଇ ଶ୍ରୀମନ୍ଦିରରେ ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଏବେ ଶ୍ରୀମନ୍ଦିରରେ ଏକପାଖିଆ ବା ଏକମୁଖୀ ଦର୍ଶନ ବ୍ୟବସ୍ଥା ଜାରି ରହିଛି ।

କାର୍ତ୍ତିକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର୍ ୪ଟାରୁ ଦ୍ୱାରଫିଟା ଉପରେ ଗୁରୁତ୍ଵ ଦିଆଯାଇଛି । ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୨୯ଟି ପ୍ଲଟ୍‌ର ରେକର୍ଡ ଅଫ୍ ରାଇଟ୍ସ 

ନିୟୋଜିତ ଅଧିକାରୀ, କର୍ମଚାରୀ ଏବଂ ସେବାୟତମାନଙ୍କ ପାଇଁ ସମସ୍ତ ଚାରି ଦ୍ୱାର ଦେଇ ପ୍ରବେଶ କରିବାରେ କୌଣସି କଟକଣା ନାହିଁ । ନୀତି ସବ୍-କମିଟିର ଆଲୋଚନା ଏବଂ ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ, ପାଖାପାଖି ସକାଳ ୪ଟା ସମୟରେ ଦ୍ୱାରଫିଟା ନୀତି ସରିଯିବ ବୋଲି ଆଶା କରାଯାଉଥିବା ବେଳେ ଏହା ପୂର୍ବ ଦିନର ନୀତି ସମ୍ପାଦନ ଉପରେ ନିର୍ଭର କରୁଥିବା ସ୍ପଷ୍ଟ କରିଛନ୍ତି ଡ. ଅରବିନ୍ଦ ପାଢ଼ୀ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: