Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar Inventory / ସୋମବାର ଠାରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି

Sushanta Sahoo
Browse all articles by Sushanta Sahoo
·3 months ago·2 min read
ସୋମବାର ଠାରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି
Puri Temple Treasure Counting

Key Points

  • ଏପ୍ରିଲ୍ ୧୩ରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ଗଣତି
  • ଆସନ୍ତାକାଲି ଶେଷ ହୋଇପାରେ ବାହାର ରତ୍ନଭଣ୍ଡାରର ଗଣତି
  • ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା
ପୁରୀ: ଶୁକ୍ରବାର ତୃତୀୟ ଦିନରେ ବାହାର ରତ୍ନଭଣ୍ଡାରରେ ୭ ଘଣ୍ଟା ୧୦ ମିନିଟ୍ ଧରି ରତ୍ନ ଅଳଙ୍କାର ଗଣତି ହୋଇଛି । ଯଦି କାଲି ବାହାର ଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୁଏ । ତାହେଲେ ଆସନ୍ତା ୧୩ ତାରିଖରୁ ଭିତର ଭଣ୍ଡାରରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ରବିବାର ଭିଡ଼କୁ ଦୃଷ୍ଟିରେ ରଖି ବନ୍ଦ ରହିବ ରତ୍ନ ଗଣତି କାର୍ଯ୍ୟ । ଆସନ୍ତାକାଲି ଶେଷ ହୋଇପାରେ ବାହାର ରତ୍ନ ଭଣ୍ଡାରରେ ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟା । ୪୮ ବର୍ଷ ପରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଛି ।

ଏଥିସହ ପଢ଼ନ୍ତୁ: ରତ୍ନଭଣ୍ଡାର ନେଇ ବଡ଼ ନିଷ୍ପତ୍ତି; ନୀଳାଦ୍ରିବିଜେ ପୂର୍ବରୁ ସରିବ ଗଣତି ମଣତି, ତାଲିକା ପ୍ରସ୍ତୁତ

ଗତ ୨୫ ତାରିଖରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା । ଶ୍ରୀଅଙ୍ଗ ଲାଗି ହୋଇଥିବା ରାହୁରେଖା ଓ ସୁନାଚିତାକୁ ଛାଡ଼ିଦେଲେ ଆଜି ପ୍ରଥମ ଦିନରେ ଚଳନ୍ତି ଭଣ୍ଡାର ଗଣତିମଣତି ଶେଷ ହୋଇଛି । ସେ ସବୁକୁ ୧୯୭୮ ମସିହାର ରତ୍ନ ତାଲିକା ସହ ମେଳକ କରାଯାଇଛି ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଅଙ୍ଗଲାଗି ଅଳଙ୍କାର ଗଣାଯିବା ଅଳଙ୍କାର ସବୁ ଅଲଗା ଅଲଗା ସିନ୍ଦୁକରେ ରଖାଯାଇ ସବୁ ରତ୍ନର କାଟାଲଗ୍ ପ୍ରସ୍ତୁତ କରାଯାଇଛି । ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭଣ୍ଡାର ମେକାପଙ୍କୁ ରତ୍ନ ଅଳଙ୍କାରର ମଣତି କରାଯାଇଛି । ସେ ସବୁର ଓଜନ ମାପ କରାଯାଇଛି ।

ପ୍ରଥମ ଥର ପାଇଁ ମୁଖ୍ୟ ଅଳଙ୍କାରଗୁଡ଼ିକର ୩ଡି ମ୍ୟାଫି କରାଯାଇଛି । ଅଧିକୃତ ବ୍ୟକ୍ତିଙ୍କ ସାମ୍‌ନାରେ ସ୍ବଚ୍ଛତାର ସହ ଏହି ପ୍ରକ୍ରିୟା ଶେଷ ହୋଇଛି । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବା ତିନିଟିଯାକ ଭଣ୍ଡାର ଗଣତି ହେବା ପରେ ଏହାର ରିପୋର୍ଟ ପରିଚାଳନା କମିଟିରେ ଉପସ୍ଥାପନ କରାଯିବା ସହ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ।

ଏଥିସହ ପଢ଼ନ୍ତୁ: ଦୁଇ ଦିନରେ ରତ୍ନଭଣ୍ଡାରର ପ୍ରାୟ ୪୦% ଅଳଙ୍କାରର ଗଣତି ଶେଷ

ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ୬ ଘଣ୍ଟା କାଳ ଏହି ପ୍ରକ୍ରିୟା ଚାଲିଥିଲା । ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ମଧ୍ୟାହ୍ନ ୧୨ଟା ୧୦ରେ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥିଲା । ଦୁଇଦିନରେ ପ୍ରାୟ ୪୦ପ୍ରକାର ଅଳଙ୍କାରର ଗଣତିମଣତି ହୋଇଥିଲା ।

ବୈଜ୍ଞାନିକ ପଦ୍ଧତିରେ ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ଏହି ପ୍ରକ୍ରିୟା ହେଉଛି । ଯେତେ ଦିନ ଚାଲିବ ଚାଲୁ, କିନ୍ତୁ ନିର୍ଭୁଲ ଭାବରେ ହେଉ ବୋଲି ଆମେ ଚାହୁଁଛୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଏହି ଦ୍ବିତୀୟ ପର୍ଯ୍ୟାୟ ଗଣତି ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ରବିବାର, ସଂକ୍ରାନ୍ତି ଓ ୧୫ ତାରିଖରେ ପ୍ରକ୍ରିୟା ବନ୍ଦ ରହିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Inner Ratna Bhandar Counting May Begin from Monday in Puri | Argus News | Argus News