Jagannath Temple Servitor / ପୁରୀ ସେବାୟତ ପୁଅଙ୍କୁ ବିବାହ ପାଇଁ ମିଳୁ ନାହାନ୍ତି ଝିଅ, କମୁଛି ସେବାୟତଙ୍କ ସଂଖ୍ୟା
·10 months ago·2 min read

Key Points
୨୦୦୫ରେ ଗଣନା ଅନୁଯାୟୀ ପୁରୀରେ ୧, ୩୨୧ ସେବାୟତ ପରିବାର ରହିଥିବା ବେଳେ ୨୦୧୩ରେ ଏହା ୧, ୪୬୨କୁ ବୃଦ୍ଧି ପାଇଥିଲା । ପରିବାର ସଂଖ୍ୟା ସିନା ବଢ଼ିଲା, କିନ୍ତୁ ଖସିଥିଲା ସେବାୟତ ପରିବାରର ଲୋକ ସଂଖ୍ୟା ।
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ପରିବାରରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା । ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଷ୍ଟଡିଜ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ମିଳିଛି ଏହି ତଥ୍ୟ । ଶ୍ରୀମନ୍ଦିର ସେବାୟତ ପରିବାରରେ ପୁଅ ଅନୁପାତରେ ଝିଅ ସଂଖ୍ୟା ଏବେ ହ୍ରାସ ପାଇଛି । ଫଳରେ ପୁଅମାନଙ୍କ ବିବାହକୁ ନେଇ ସମସ୍ୟାରେ ପଡୁଛନ୍ତି ପରିବାର ଲୋକେ ।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ, ସେବାୟତମାନେ କେବଳ ନିଜ ସମାଜ ଭିତରେ ହିଁ ବିବାହ କରିପାରିବେ । ଆଉ ନିୟମ ପାଳନ ହେଲେ ହିଁ ଉଜ୍ଜୀବିତ ରହିବ ଶ୍ରୀମନ୍ଦିରରେ ସେବାୟତଙ୍କ ସେବାପୂଜାର ପରମ୍ପରା ଓ ଶୃଙ୍ଖଳିତ ହେବ ଶ୍ରୀଜୀଉଙ୍କ ନୀତିକାନ୍ତି । ଏଥିପାଇଁ ସେବାୟତ ସମ୍ପ୍ରଦାୟରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ନିଯୋଗ ପକ୍ଷରୁ ଆରମ୍ଭ ହୋଇଛି ଅନେକ ଯୋଜନା ।
ଏଥିସହ ପଢ଼ନ୍ତୁ: ଶିଆଳିଆ ଗାଁକୁ ଭରସା ମା' ଖରାଖାଇ; ଘରେ କବାଟ, ଝରକା ନଥିଲେ ବି ହେଉନି ଚୋରି
ସେବାୟତ ପରିବାରର ପୁଅ ଅନ୍ୟ କୌଣସି କୂଳରେ ବିବାହ କଲେ ତାଙ୍କର ପରପିଢ଼ି ମହାପ୍ରଭୁଙ୍କ ସେବା କରିପାରିବେ ନାହିଁ ବୋଲି ବିଧି ରହିଛି । ପୂଜାପଣ୍ଡା, ତଳୁଛ, ପୁଷ୍ପାଳକ, ସିଂହାରି, ଗରାବଡୁ, ପତ୍ରିବଡୁ, ପ୍ରତିହାରୀ, ସୁଆରବଡୁଙ୍କ ସହ ଭିତର ସେବାୟତ ନିଯୋଗ ଆଦି ସେବାୟତଙ୍କ ପରିବାର କେବଳ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ବିବାହ ଛଡ଼ା ବାହାରେ ବିବାହ କରିପାରିବେ ନାହିଁ । ପୁଣି ଝିଅଙ୍କ ସଂଖ୍ୟା କମ୍ ଥିବାରୁ ଏବେ ବି ଅନେକ ସେବାୟତ ଅବିବାହିତ ରହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୦୫ରେ ଗଣନା ଅନୁଯାୟୀ ପୁରୀରେ ୧, ୩୨୧ ସେବାୟତ ପରିବାର ରହିଥିବା ବେଳେ ୨୦୧୩ରେ ଏହା ୧, ୪୬୨କୁ ବୃଦ୍ଧି ପାଇଥିଲା । ପରିବାର ସଂଖ୍ୟା ସିନା ବଢ଼ିଲା, କିନ୍ତୁ ଖସିଥିଲା ସେବାୟତ ପରିବାରର ଲୋକ ସଂଖ୍ୟା । ୨୦୦୫ରେ ୮, ୧୮୩ ଲୋକ ସେବାୟତ ପରିବାରରେ ଥିବା ବେଳେ ୨୦୧୩ରେ ଏହା ୮, ୧୧୦କୁ ଖସି ଆସିଥିଲା ।
ଏଥିସହ ପଢ଼ନ୍ତୁ: ସିଡନୀରେ କୋହଲିଙ୍କ 'ବିରାଟ ଅବତାର', ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ
୨୦୦୫ ଓ ୨୦୧୩ର ସର୍ଭେ ରିପୋର୍ଟକୁ ତୁଳନା କଲେ ରାଜଗୁରୁ, ପୁଷ୍ପାଳକ, ଖୁଣ୍ଟିଆ, ପ୍ରତିହାରୀ, ଦଇତାପତି, ରୋଷକୋଠ ଭୋଗ ପାଣିଆ, ପାଣିଆ ଆପଟ୍ଟ, ଦତ୍ତ ମହାପାତ୍ର ଆଦି ସେବାୟତ କୂଳରେ ଝିଅ ସଂଖ୍ୟା ହ୍ରାସ ପାଇଛି । ତେବେ ୨୦୧୭ର ସର୍ଭେ ରିପୋର୍ଟରେ ୮, ୩୮୫ ଜଣ ସେବାୟତ ରହିଥିବା ବେଳେ ୨୦୧୯ ଓ ୨୦୨୧ରେ ୮, ୬୮୦ ଜଣ ରହିଥିଲେ । ସେଥିରେ ୪, ୫୧୨ ପୁରୁଷ ଓ ୪, ୧୬୮ ମହିଳା ଥିଲେ । ୨୦୨୧ରେ ପ୍ରତି ୧ ହଜାର ପୁରୁଷ ସେବାୟତଙ୍କ ତୁଳନାରେ ୯୨୪ ଜଣ ମହିଳା ଅଛନ୍ତି ।
ଝିଅଙ୍କ ସଂଖ୍ୟା କମୁଥିବାରୁ ଅନେକ ସେବାୟତ ପୁଅଙ୍କ ବିବାହ ପାଇଁ ସମସ୍ୟାରେ ପଡୁଛନ୍ତି । ତେଣୁ ଏଥିପାଇଁ କନ୍ୟାରତ୍ନକୁ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

Related Topics
Explore more stories