Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ସିଡନୀରେ କୋହଲିଙ୍କ 'ବିରାଟ ଅବତାର', ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ସିଡନୀରେ କୋହଲିଙ୍କ 'ବିରାଟ ଅବତାର', ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ

Key Points

ସିଡନୀରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍ । ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ । କୁମାର ସାଙ୍ଗାକାରଙ୍କୁ ମଧ୍ୟ ପକାଇଲେ ପଛରେ ।
ସିଡନୀ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ । ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ପରେ ଶେଷ ଦିନିକିଆରେ ଦମଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅପରାଜିତ ଇନିଂସ ବଳରେ ଭାରତ ତୃତୀୟ ତଥା ଅନ୍ତିମ ଦିନିକିଆକୁ ୯ ଓ୍ବିକେଟରେ ବିଜୟ ଲାଭ କରିଛି ।

ତେବେ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଜିରୋରେ ଆଉଟ ହେବା ପରେ ଶେଷରେ ଅଷ୍ଟ୍ରେଲିଆ ମାଟିରେ ଦୃଢ଼ କମବ୍ୟାକ୍‌ କରିଛନ୍ତି କିଙ୍ଗ୍ କୋହଲି । ବିରାଟ ସିଡନୀରେ କଙ୍ଗାରୁ ବୋଲିଂ ସାମ୍ନାରେ ତାଙ୍କ ପୁରୁଣା ଫର୍ମକୁ ଫେରିଛନ୍ତି । ସେ ୫୬ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ସିଡନୀରେ କୋହଲିଙ୍କର ୫୫ ତମ ରନ୍ ସହିତ ସେ ଏବେ ODI କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ସେ ଶ୍ରୀଲଙ୍କାର ମହାନ ଖେଳାଳି କୁମାର ସାଙ୍ଗାକାରଙ୍କୁ ପଛରେ ପକାଇ ଦେଇଛନ୍ତି । ODI ରନ୍‌ରେ ବର୍ତ୍ତମାନ ବିରାଟଙ୍କ ଆଗରେ ଏବେ କେବଳ ସଚିନ ତେନ୍ଦୁଲକର ହିଁ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ରୋହିତ, ଅବସର ପାଇଁ କହୁଥିଲେ...୧୦୦ କରି ଚୁପ୍‌ କରାଇଲେ


କୁମାର ସାଙ୍ଗାକାର ODIରେ ମୋଟ ୧୪ ହଜାର ୨୩୪ ରନ୍ ରହିଛି । ଆଉ କୋହଲି ସିଡନୀ ମ୍ୟାଚ୍‌ରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ଏବେ ଏହି ତାଲିକାରେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି । ସଚିନ 50-ଓଭର ଫର୍ମାଟରେ ମୋଟ ୧୮ ହଜାର ୪୨୬ ରନ୍‌ କରିଛନ୍ତି ।

କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ପ୍ରଥମ ଥର ପାଇଁ ଭଲ ଫର୍ମରେ ନଜର ଆସିଛନ୍ତି । ସିଡନୀରେ ସିରିଜର ପ୍ରଥମ ରନ ସ୍କୋର କରିବା ପରେ ସେ ଖୁସି ମନାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେ ସିଡନୀ ମ୍ୟାଚ୍‌ରେ ୭୪ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ ।

ସଚିନଙ୍କୁ ପଛରେ ପକାଇଦେଲେ

ସେହପରି ଆଜିର ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ପରେ ବିରାଟ କୋହଲି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଦିନିକିଆ କ୍ରିକେଟରେ ଚେସ୍‌ କରିବା ସମୟରେ ବିରାଟ ଏବେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହି କ୍ଷେତ୍ରରେ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ODI କ୍ରିକେଟରେ ଚେସ୍‌ କରିବା ସମୟରେ ଏହା କୋହଲିଙ୍କର ୭୦ତମ ଅର୍ଦ୍ଧଶତକ ଥିଲା । ସଚିନ ୬୯ ଥର ଏହି ସଫଳତା ହାସଲ କରିଥିଲେ । ସେହିପରି ଏହି ତାଲିକାର ତୃତୀୟ ସ୍ଥାନରେ ରୋହିତ ଶର୍ମା ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli Breaks Tendulkar’s Record in Sydney | India’s Big Win Over Australia | Argus News