Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Doorless Village / ଶିଆଳିଆ ଗାଁକୁ ଭରସା ମା' ଖରାଖାଇ; ଘରେ କବାଟ, ଝରକା ନଥିଲେ ବି ହେଉନି ଚୋରି

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଶିଆଳିଆ ଗାଁକୁ ଭରସା ମା' ଖରାଖାଇ; ଘରେ କବାଟ, ଝରକା ନଥିଲେ ବି ହେଉନି ଚୋରି

Key Points

ମାଟି, ଚାଳ ଛପର ଘର ହଜି ଯାଉଥିବା ବେଳେ କାଳ କାଳ ଧରି ଏଠି ଏବେ ବି ବଞ୍ଚି ରହିଛି ବିଶ୍ଵାସ । ଓଡ଼ିଶାର ଏହା ଏମିତି ଏକ ଗାଁ ଯେଉଁଠି କୌଣସି ଘରେ ଲାଗି ନାହିଁ କବାଟ, ଝରକା । ବିଶ୍ଵାସ ରହିଛି ଗାଁକୁ ସୁରକ୍ଷା ଦେଉଛନ୍ତି ମା' ଖରାଖାଇ ।
ଆଳି (କେନ୍ଦ୍ରାପଡ଼ା): ଆଧୁନିକତାର ଛାପରେ ଦୁନିଆ ବଦଳୁଛି । ସହର ଭଳି ଗାଁରେ ଗଢ଼ା ହେଉଛି କୋଠା । ମାଟି, ଚାଳ ଛପର ଘର ହଜି ଯାଉଥିବା ବେଳେ କାଳ କାଳ ଧରି ଏଠି ଏବେ ବି ବଞ୍ଚି ରହିଛି ବିଶ୍ଵାସ । ଓଡ଼ିଶାର ଏହା ଏମିତି ଏକ ଗାଁ ଯେଉଁଠି କୌଣସି ଘରେ ଲାଗି ନାହିଁ କବାଟ, ଝରକା । ବିଶ୍ଵାସ ରହିଛି ଗାଁକୁ ସୁରକ୍ଷା ଦେଉଛନ୍ତି ମା' ଠାକୁରାଣୀ ଖରାଖାଇ ।

ଆସ୍ଥା ଓ ବିଶ୍ଵାସର ଗାଁ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବରାଡ଼଼ିଆ ପଞ୍ଚାୟତର ଶିଆଳିଆ ଗାଁ । ଏହି ଗାଁର କୌଣସି ଘରେ ନା ଅଛି କବାଟ ନା ଲାଗିଛି ଝରକା । ଶିଆଳିଆରେ ୭୦ ପରିବାରରେ ପ୍ରାୟ ୬୦୦ରୁ ଅଧିକ ଲୋକେ ବସବାସ କରୁଛନ୍ତି । ଆଉ ସମସ୍ତଙ୍କ ଘର ଦ୍ଵାର ବନ୍ଧରେ ମା' ଜଗି ବସିଥିବା ବିଶ୍ଵାସ ରହିଛି ।

ଏଥିସହ ପଢ଼ନ୍ତୁ: ୭୪ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ସତୀଶ ଶାହ, କିଡ୍‌ନୀ ରୋଗରେ ଥିଲେ ଆକ୍ରାନ୍ତ

ଶିଆଳିଆ ଗାଁରେ କାହିଁ କେତେ କାଳରୁ ପୁଜା ପାଇ ଆସୁଛନ୍ତି ମା' ଖରାଖାଇ । ବିଶ୍ଵାସ ରହିଛି, ମା' ଗାଁ ସହ ଘରକୁ ଜଗି ରହିଛନ୍ତି । ଯେଉଁଥିପାଇଁ ଗାଁରୁ କେବେ ଚୋରି ହେବାର ନଜିର୍ ମଧ୍ୟ ନାହିଁ । ଏପରିକି ଗାଁରୁ ଯେବେ କେହି ଚୋରି ଉଦ୍ୟମ କରିଛି ସେ ତା'ର ଫଳ ପାଇଥିବା ଲୋକ କଥା ରହିଥିବା କହିଛନ୍ତି ସ୍ଥାନୀୟ ପୂଜକ ।

ଗାଁରେ କାହାରି ଗାଁରେ ଯଦିଓ କବାଟ ନାହିଁ, କୁକୁର ଓ ଅନ୍ୟ ଜୀବଜନ୍ତୁଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଛପର ଘରେ ବାଉଁଶ ତାଟି ବ୍ୟବହାର କରାଯାଏ । ସେହିଭଳି କୋଠାଘରେ ଗ୍ରୀଲ ଲଗାଯାଇ ଥାଏ କିନ୍ତୁ ଘର ମଧ୍ୟରେ ଥିବା ସମସ୍ତ ପ୍ରକୋଷ୍ଠ କବାଟ ଶୂନ୍ୟ ଏବଂ ଦ୍ୱାରମୁହଁରେ କେବଳ ସ୍କ୍ରିନ୍ ଟଙ୍ଗା ଯାଇଥାଏ ।

ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ନିର୍ଦ୍ଦେଶନାମା; ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ

ଏହି ନିଆରା ଓ ରାଜ୍ୟର କବାଟବିହୀନ ଗାଁ ଭାବରେ ପରିଚିତ ଶିଆଳିଆକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ ପାଇଁ ଦାବି ଉଠିଛି । ଲକ୍ଷ ଲକ୍ଷ ଲୋକ ଏଠାକୁ ସେମାନଙ୍କର ମାନସିକ ପାଇଁ ଧାଇଁ ଆସୁଥିବା ବେଳେ ଏଠାରେ ସୁବିଧା ସୁଯୋଗ ନଥିବାରୁ ବହୁ ହଇରାଣ ହେଉଛନ୍ତି ।



ମା' ଠାକୁରାଣୀଙ୍କ ଦୟାରୁ ମାନସିକ ପୂରଣ ହେଲେ ଏଠାରେ ଶହଶହ ମାଟି ଘୋଡ଼ା ଓ ଘଣ୍ଟି ଦାନ ଆକାରରେ ଦିଅନ୍ତି ଶ୍ରଦ୍ଧାଳୁ । ଶିଆଳିଆ ଗାଁକୁ ପରିଦର୍ଶନ କରିବା ସହିତ ପର୍ଯ୍ୟଟନ ବିଭାଗ ସହ କଥା ହୋଇ ବିକାଶ ଦିଗରେ ତତ୍ପର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Siialia: Odisha’s Doorless Village Protected by Maa Kharkhai | Argus News | Argus News