Videos
|
Odisha

Puri Mahasaptami Puja / ଶାରଦୀୟ ପାର୍ବଣରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର; ବିମଳାଙ୍କ ପୀଠକୁ ମହିଳା ପ୍ରବେଶ ବାରଣ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଶାରଦୀୟ ପାର୍ବଣରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର; ବିମଳାଙ୍କ ପୀଠକୁ ମହିଳା ପ୍ରବେଶ ବାରଣ
Puri Mahasaptami Puja

Key Points

ପୀଠରେ ଚାଲିଛି ମହାସପ୍ତମୀ ପୂଜା
ମାଆଙ୍କ ପାଖରେ ଆମିଷ ଭୋଗ
ଶ୍ରୀକ୍ଷେତ୍ରରେ କେମିତି ଚାଲିଛି ମହାସପ୍ତମୀ ପୂଜା ?
ପୁରୀ: ଶାରଦୀୟ ପାର୍ବଣରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପୀଠରେ ଚାଲିଛି ମହାସପ୍ତମୀ ପୂଜା । ମୂଳାଷ୍ଟମୀଠାରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିଲେ ମଧ୍ୟ ସପ୍ତମୀ, ଅଷ୍ଟମୀ ଓ ନବମୀରେ ରହିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ତେବେ ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ବିମଳାଙ୍କ ପୀଠକୁ ଏହି ସମୟରେ ମହିଳା ପ୍ରବେଶ ବାରଣ ରହିଥିବାରୁ, କାକୁଡ଼ି ଖାଇଙ୍କ ପୀଠରେ ଦର୍ଶନ ସାନ୍ନିଧ୍ୟ ନେଉଛନ୍ତି ମହିଳା ଶ୍ରଦ୍ଧାଳୁ । ସେପଟେ ବର୍ଷସାରା ପରମ ବୈଷ୍ଣବୀ ଭାବରେ ପୂଜା ପାଉଥିବା ମାଆ ବିମଳାଙ୍କ ପାଖରେ ଏହି ତ୍ରିଦିନାତ୍ମକ ପୂଜାରେ ଆମିଷ ନିବେଦନର ରହିଛି ଏକ ସ୍ୱତନ୍ତ୍ର ପରମ୍ପରା ।

  • ମାଆଙ୍କ ନିକଟରେ ଆମିଷ ଭୋଗ
ଗୋଟିଏ ପଟେ ଗୁପ୍ତ ଗୁଣ୍ଡିଚାରେ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି ଦୁର୍ଗା ମାଧବ । ସେପଟେ ନିଶାର୍ଦ୍ଧରେ ମହାସପ୍ତମୀ, ମହାଅଷ୍ଟମୀ ଓ ମହାନବମୀ ଏହି ତିନି ଦିନାତ୍ମକ ପୂଜାରେ ଗୁପ୍ତ ଭାବରେ ଆମିଷ ନିବେଦନର ରହିଛି ପରମ୍ପରା । ନିଶାର୍ଦ୍ଧରେ ଶ୍ରୀମନ୍ଦିରରେ ଶୋଧ ଓ ପହୁଡ଼ ହେବାପରେ ସ୍ୱତନ୍ତ୍ର ଦ୍ୱାରପଟେ ମାଆଙ୍କ ପାଖରେ ଆମିଷ ଭୋଗର ବିଧି ରହିଛି ।

  • ମା' ବିମଳାଙ୍କ ପ୍ରତିନିଧି ମାଆ କାକୁଡ଼ି ଖାଇ
ଷୋଡ଼ଶ ଉପଚାର ପୂଜା ସମୟରେ ମାଆ ବିମଳାଙ୍କ ମନ୍ଦିରରେ ମହିଳାଙ୍କ ଦର୍ଶନ ନେଇ କଟକଣା ରହିଛି। ତେଣୁ ମହାସପ୍ତମୀରେ ଶ୍ରୀମନ୍ଦିର ଉତ୍ତର-ପୂର୍ବ ଅଗ୍ନିକୋଣରେ ମାଆ ବିମଳାଙ୍କ ପ୍ରତିନିଧି ଭାବରେ ପୂଜିତ ମାଆ କାକୁଡ଼ି ଖାଇଙ୍କ ପୀଠରେ ଲାଗିଛି ଭିଡ଼ । ମହିଳାମାନେ ଆଜିଠାରୁ ତ୍ରିଦିନାତ୍ମକ ବ୍ରତ ସଂକଳ୍ପ କରି ମାଆ ବିମଳାଙ୍କ ପ୍ରତିନିଧି କାକୁଡ଼ିଖାଇଙ୍କ ପୂଜାର୍ଚ୍ଚନା ଓ ଉପାସନା କରୁଛନ୍ତି । କାକୁଡ଼ିଖାଇଙ୍କ ପୀଠରେ ମଧ୍ୟ ମୃଣ୍ମୟୀ ପ୍ରତିମୂର୍ତ୍ତି ପୂଜା ହେବାର ପରମ୍ପରା ରହିଆସିଛି ।

ପଢନ୍ତୁ ଏହି ଖବର: ରାଜ ପରିବାରର ରହିଛି ଖାସ୍ କନେକ୍ସନ; ୨୦୦ ବର୍ଷ ପୁରୁଣା କଟକର ଏହି ଦୁର୍ଗାପୂଜା ମଣ୍ଡପ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଅନ୍ୟ ମୃଣ୍ମୟୀ ମୂର୍ତ୍ତିମାନଙ୍କର ଏକାଦଶୀରେ ବିସର୍ଜନ ହେବାର ବିଧି ରହିଥିବାବେଳେ, ମାଆ କାକୁଡ଼ିଖାଇଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଦଶମୀ ଦିନ ମଧ୍ୟରାତ୍ରରେ ସ୍ୱତନ୍ତ୍ର ଓ ଏକକ ଘାଟରେ ବିସର୍ଜନ ହେବାର ପରମ୍ପରା ରହିଛି । ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜାରେ ଦୁର୍ଗା ମୂର୍ତ୍ତିଙ୍କ ସହ ଗୋଷାଣୀ ମୂର୍ତ୍ତି, ନାଗା, ସମ୍ପାତ୍ତି ଚଢ଼େଇ, ହାଡ଼ିଆ ଭୂତ, ବୁଢ଼ାବୁଢ଼ୀ ଆଦି ଶକ୍ତି ସ୍ୱରୂପ ଭାବରେ ପୂଜାର୍ଚ୍ଚନା କରାଯାଉଛି । ଶାନ୍ତି ଓ ଶୃଙ୍ଖଳାରେ ପୂଜା କିପରି ଶେଷ ହେବ ସେ ଲାଗି ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।