Videos
|
Odisha

Unhygienic Puri Khaja / ଶ୍ରୀକ୍ଷେତ୍ରରେ ଅମାନିଆ ଖଜା ବ୍ୟବସାୟୀ; ୧୩ ଦିନ ପରେ ପୁଣି ଚଢାଉ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଶ୍ରୀକ୍ଷେତ୍ରରେ ଅମାନିଆ ଖଜା ବ୍ୟବସାୟୀ; ୧୩ ଦିନ ପରେ ପୁଣି ଚଢାଉ
Unhygienic Puri Khaja

Key Points

ଖଜା ବ୍ୟବସାୟୀଙ୍କ ମନମୁଖୀ କାରବାର
ଅସ୍ବଚ୍ଛ ପରିବେଶରେ ପ୍ରସ୍ତୁତ ହେଉଛି ପୁରୀର ଖଜା
ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ଓ ଭାବାବେଗ ସହ ଖେଳ
ପୁରୀ: ଶ୍ରୀକ୍ଷେତ୍ରରେ ଅମାନିଆ ଖଜା ବ୍ୟବସାୟୀ। ବିନା ଲାଇସେନ୍ସ ରେ ଅସ୍ଵଚ୍ଛ ପରିବେଶରେ ଚାଲିଛି ଖଜା ପ୍ରସ୍ତୁତି । ତେର ଦିନ ଭିତରେ ଖଜା ଭାଟି ଉପରେ ଦ୍ୱିତୀୟ ଚଢାଉ । ୧୫ କ୍ଵିଣ୍ଟାଲ ଖଜା ନଷ୍ଟ ସହ ୨୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିସହ ସିଲ୍ ହୋଇଛି ୫ଟି ଭାଟି । ଆଧ୍ୟାତ୍ମିକ ନଗରୀରେ ଭକ୍ତ,ପର୍ଯ୍ୟଟକଙ୍କ ଭାବାବେଗ ସହ ଖେଳକୁ ବରଦାସ୍ତ ନକରିବାକୁ ବୁଦ୍ଧିଜୀବୀଙ୍କ ଆହ୍ୱାନ ।

ଆଧ୍ୟାତ୍ମିକ ନଗରୀ ପୁରୀରେ ବେଧଡ଼କ ଚାଲିଛି ଅମାନିଆ ଖଜା ବ୍ୟବସାୟ । ବାସୀ ଶିରା, ପୋଡ଼ା ତେଲ ଏବଂ ନର୍ଦ୍ଦମା କଡ଼ରେ ଅସ୍ୱଚ୍ଛ ପରିବେଶରେ ପ୍ରସ୍ତୁତ ହେଉଛି ଖଜା । ଗୋଦାମରୁ ଚୁଲି ପର୍ଯ୍ୟନ୍ତ ସବୁଠି ଅପରିଷ୍କାର ପରିବେଶ । ଏଭଳି ଟନ୍ ଟନ୍ ଖଜା ପୁରୀ ବଜାରରେ ବିଭିନ୍ନ ଦୋକାନକୁ ଯାଉଛି । ଆଉ ପ୍ରସିଦ୍ଧ 'ପୁରୀ ଖଜା' ଭାବେ ଏହାକୁ କିଣି ନେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ । ତେବେ ଖାଦ୍ୟ ନିରାପତ୍ତା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଟିମ୍ ବ୍ୟାକ୍ ଟୁ ବ୍ୟାକ୍ ରେଡ୍ କରି ଏହି କଳା ସତ ପଦାକୁ ଆଣିଛନ୍ତି ।

  • ୨୮ ହଜାର ଟଙ୍କା ଜରିମାନା ଆଦାୟ
୧୩ ଦିନ ଭିତରେ ଖଜାଭାଟି ଉପରେ ଦ୍ବିତୀୟ ଚଢାଉ । ୨୮ ହଜାର ଟଙ୍କା ଜରିମାନା ଆଦାୟ ସହ ୫ଟି ଭାଟି ସିଲ୍ କରାଯାଇଛି । ଏଥିସହ ଚଢ଼ାଉ ବେଳେ ବାଣିଜ୍ୟିକ ବଦଳରେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଥିବାରୁ ୭ଟି ସିଲିଣ୍ଡର ମଧ୍ୟ ଜବତ କରାଯାଇଛି । ଗତ ୧୬ ତାରିଖରେ ବଡ଼ଧରଣର ରେଡ୍ ପରେ, ମାତ୍ର ୧୩ ଦିନ ଅନ୍ତରରେ ପୁଣିଥରେ କାକୁଡ଼ି ଛକ ଓ ମଙ୍ଗଳାଘାଟ ପାଣିଆ ତୋଟା ଅଞ୍ଚଳରେ ଚଢ଼ାଉ କରାଯାଇଛି । ନାଳ ନର୍ଦ୍ଦମା ପାଣି ଜମି ରହିବା ଏବଂ ଲାଇସେନ୍ସ ନଥିବା ଅଭିଯୋଗରେ ୫ଟି ଭାଟିକୁ ସିଲ୍ କରାଯିବା ସହ ୨୮ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି ।

ପଢନ୍ତୁ ଏହି ଖବର: ଅସାଧୁ ଖଜା ବ୍ୟବସାୟୀ ସାବଧାନ ! ଖଜାରେ ଅପମିଶ୍ରଣ କଲେ ହେବ କଠୋର ଦଣ୍ଡବିଧାନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୨୦ କ୍ଵିଣ୍ଟାଲ ଖଜା ନଷ୍ଟ
୧୩ ଦିନ ମଧ୍ୟରେ ୨୦ କ୍ୱିଣ୍ଟାଲ ଖଜା ଓ ଶିରା ନଷ୍ଟ କରାଯିବା ସହ ୯ଟି ଭାଟି ସିଲ୍ ଏବଂ ୬୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ଏହି ଅପମିଶ୍ରଣର ମୂଳୋତ୍ପାଟନ କେବେ ହେବ, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଲାଗୁଥିବା ମହାପ୍ରସାଦ ଖଜା ସହ ବାହାର ବଜାରର ଖଜାକୁ ମଧ୍ୟ ସମାନ ଭକ୍ତିରେ ଶ୍ରଦ୍ଧାଳୁ ଭକ୍ତମାନେ କିଣିଥାନ୍ତି । କିନ୍ତୁ ଅମାନିଆ ବ୍ୟବସାୟୀଙ୍କ ଏଭଳି କାରନାମା ଭକ୍ତଙ୍କ ଭାବାବେଗ ସହ ସିଧାସଳଖ ଖେଳୁଛି । ଏହି ଅପମିଶ୍ରଣ ଓ ବେଆଇନ କାରବାର ଉପରେ ସମ୍ପୂର୍ଣ୍ଣ ରୋକ୍ କେବେ ଲାଗୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।