Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Revenue Laws / ରାଜସ୍ଵ ଆଇନ୍‌ରେ ହେବ ବ୍ୟାପକ ସଂଶୋଧନ, ଉପକୃତ ହେବେ ପୁରୀର ୮୦ ହଜାର ଦରଖାସ୍ତକାରୀ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ରାଜସ୍ଵ ଆଇନ୍‌ରେ ହେବ ବ୍ୟାପକ ସଂଶୋଧନ, ଉପକୃତ ହେବେ ପୁରୀର ୮୦ ହଜାର ଦରଖାସ୍ତକାରୀ

Key Points

ପୁରୀ ଜିଲ୍ଲାର ସମସ୍ତ ଜମିଜମା ବିବାଦର ସ୍ଥାୟୀ ଓ ନିଖୁଣ ସମାଧାନ ପାଇଁ ରାଜସ୍ଵ ମନ୍ତ୍ରୀଙ୍କ ବଡ଼ ବୈଠକ । ମାସ ଶେଷ ସୁଦ୍ଧା ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ ।
ପୁରୀ: ରାଜସ୍ଵ ଆଇନରେ ହେବ ବଡ଼ ସଂଶୋଧନ । ଜଗନ୍ନାଥ ଜମି ବିବାଦର ହେବ ସମାଧାନ । ପୁରୀ ଜିଲ୍ଲାର ସମସ୍ତ ଜମିଜମା ବିବାଦର ସ୍ଥାୟୀ ଓ ନିଖୁଣ ସମାଧାନ ପାଇଁ ରାଜସ୍ଵ ମନ୍ତ୍ରୀଙ୍କ ବଡ଼ ବୈଠକ । ମାସ ଶେଷ ସୁଦ୍ଧା ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ । ଡିସେମ୍ବର ରେ ବସିବ ଜମିଜମା ବିବାଦ ସହ ସାମିଲ ସବୁ ବିଭାଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୂମି ହୀନଙ୍କୁ ବସୁନ୍ଧରା ଜମି ଯୋଗାଇ ଦେବାକୁ ସରକାରୀ ଜମି ଅଧିଗ୍ରହଣ ଉପରେ ଗୁରୁତ୍ଵ । ରାଜ୍ୟରେ ପ୍ରଣୟନ ହେବ ଗୋଟିଏ ରାଜସ୍ଵ ଆଇନ୍ । ଫାଇଦା ପାଇବେ ସମସ୍ତ ଜିଲ୍ଲା ବାସିନ୍ଦା ।

ଏଥିସହ ପଢ଼ନ୍ତୁ: ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରବଳ ଭିଡ଼; ଶ୍ରେୟାଙ୍କ ଶୋ'ରେ ଠେଲାପେଲା, ୩ ଅଚେତ

ଜଗନ୍ନାଥ ଜମିଜମା ବିବାଦ ସମାଧାନ ପାଇଁ ଦେଖା ଦେଲା ନୂଆ ଆଶା । ରାଜ୍ୟର ସମସ୍ତ ଜମିଜମା ବିବାଦ ନିଖୁଣ ଓ ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ ସରକାର । ସବୁ ରାଜସ୍ଵ ଆଇନ୍‌ରେ ହେବ ବ୍ୟାପକ ସଂଶୋଧନ । ଖୁବଶୀଘ୍ର ଲାଗୁ ହେବ ଓଡ଼ିଶା ଗଭାର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ । ପୁରୀ ଜିଲ୍ଲାର ସମସ୍ତ ବ୍ଲକରେ ଜମିଜମା ବିବାଦ ସମାଧାନ ପାଇଁ ବୈଠକ ବସିଛି । ଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ବୈଠକ କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ, ଓଡ଼ିଶା ଲ୍ୟାଣ୍ଡ ରିଫ୍ରମ୍ ଆକ୍ଟ, ଓଡ଼ିଶା ସର୍ଭେ ସେଟଲମେଣ୍ଟ ଆକ୍ଟରେ ହେବ ବଡ଼ ସଂଶୋଧନ ।

ରାଜ୍ୟର ସବୁ ଠାରୁ ଜଟିଳ ରାଜସ୍ଵ ସମସ୍ୟା ଥିବା ସହର ପୁରୀରେ ସବୁ ଜମିଜମା ବିବାଦର ହେବ ସମାଧାନ । ଜଗନ୍ନାଥ ଜମି ବିବାଦର ମଧ୍ୟ ସମାଧାନ ହେବ । ଉପକୃତ ହେବେ ୮୦ ହଜାର ଦରଖାସ୍ତକାରୀ । ମ୍ୟୁନିସିପାଲିଟି, ରେରା, ଦେବୋତ୍ତର, ଜଙ୍ଗଲ ବିଭାଗ, ଆଇନ୍ ବିଭାଗ, ରାଜସ୍ଵ, ନଗର ଉନ୍ନୟନ ବିଭାଗ ସବୁକୁ ନେଇ ହେବ ସମନ୍ଵୟ ଏବଂ ସମୀକ୍ଷା । ଏନେଇ ଗୁରୁବାର ୧୧ ବ୍ଲକର ତହସିଲଦାରଙ୍କ ସମେତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସତ୍ୟବାଦୀ, ବ୍ରହ୍ମଗିରି ବିଧାୟକଙ୍କୁ ନେଇ ବୈଠକ କରିଛନ୍ତି ରାଜସ୍ଵ ମନ୍ତ୍ରୀ । ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦେବା ପାଇଁ ସରକାରୀ ଜମି ଅଧିଗ୍ରହଣ ଉପରେ ରହିଛି ଫୋକସ ।

ଏଥିସହ ପଢ଼ନ୍ତୁ: ପିଲା ପିଛା ୨୫ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି

ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରଙ୍କୁ ସମସ୍ତ ଜମିଜମା ରିପୋର୍ଟ ଦେବା ସହ ଆକ୍ସନ ଟେକେନ ରିପୋର୍ଟ ପାଇଁ ମାସ ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହି ରିପୋର୍ଟ ଓ ବିଭିନ୍ନ ବିଭାଗର ଦସ୍ତାବିଜକୁ ଆଧାର କରି ହେବ ଜମି ବିବାଦର ସରଳ ସମାଧାନ । ପୁରୁଣା ପଞ୍ଜୀକୃତ କବଲା କିମ୍ବା ଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ ପାଇଁ ତହସିଲଦାରଙ୍କୁ ଦିଆଯାଇଛି କ୍ଷମତା । ୨୦୨୪ ସର୍ଭେ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୧୩୦ ଜଣ ଭୂମିହୀନ ରହିଥିବା ବେଳେ ୫୦ ଜଣଙ୍କୁ ଭୂମି ପ୍ରଦାନ କରାଯାଇଛି । ଅନ୍ୟପଟରେ ଜିଲ୍ଲାର ଜମିଜମା ଆଇନଗତ ଦିଗକୁ ନେଇ ଓକିଲ ସଂଘ ସହ ରାଜସ୍ବ ମନ୍ତ୍ରୀ କରିଛନ୍ତି ବୈଠକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Major Revenue Law Reform in Odisha to Resolve Puri Land Disputes, 80K Applicants to Benefit | Argus News | Argus News