Videos
|
Odisha

ଖୁବଶୀଘ୍ର ଚାରିଦୁଆର ନଖୋଲିଲେ ଅନଶନ କରିବାକୁ ଚେତାବନୀ ଦେଲେ ଦାମୋଦର

Jitendra Dash
Browse all articles by Jitendra Dash
·2 years ago·1 min read
ଖୁବଶୀଘ୍ର ଚାରିଦୁଆର ନଖୋଲିଲେ ଅନଶନ କରିବାକୁ ଚେତାବନୀ ଦେଲେ ଦାମୋଦର

ଅର୍ଗସ ବ୍ୟୁରୋ : ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ । ପ୍ରଥମ ରଥ ସମନ୍ୱୟ ବୈଠକରେ ଚାରିଦୁଆର ଯଥାଶୀଘ୍ର ଖୋଲିବା ନେଇ ହୋହଲ୍ଲା । ବରିଷ୍ଠ ସେବାୟତ ଦାମୋଦର ମହାସୁଆରଙ୍କ ଚେତାବନୀ । ଖୁବଶୀଘ୍ର ଚାରିଦୁଆର ନଖୋଲିଲେ ଅନଶନ କରିବାକୁ ଚେତାବନୀ ଦେଲେ ଦାମୋଦର । ଏହାସହ ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତ । ରଥ ଯାତ୍ରା ପୂର୍ବରୁ ମନ୍ଦିର ବାହାରେ ସିସିଟିଭି ଲଗାଇବା ପାଇଁ ଦାବି କରିଛନ୍ତି ।

ଆଜି ବସିବ ଚଳିତବର୍ଷ ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ବସିଥିଲା । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ପୁରୀ ପୌରସଦନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରଥମ ରଥ ସମନ୍ବୟ କମିଟି ବୈଠକ । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିଥିଲେ । ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇଦୁଇ ଥର ହୋଇଥିବା ପ୍ରସ୍ତୁତି ବୈଠକରେ ସବୁ ଅଧିକାରୀଙ୍କୁ  ଡେଡ୍ ଲାଇନ ଦିଆଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଶାସନିକ ସ୍ତରରେ ବୈଠକକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବାସ୍ତବିକ ବିଭାଗୀୟ ଅଧିକାରୀମାନେ ସେତେଟା ତତ୍ପରତା ଦେଖାଇନାହାନ୍ତି । ରାସ୍ତା ମରାମତି, ନାଳ ସଫା, ବିଦ୍ୟୁତ ଇତ୍ୟାଦିର ଅବ୍ୟବସ୍ଥା ଏବେବି ପରିଲକ୍ଷିତ ହେଉଛି । ତେଣୁ ଏସବୁ ଭିତରେ ଆଗକୁ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ, ରିପୋର୍ଟ ଦାଖଲ ପରେ ସ୍ପଷ୍ଟ ହେବ । 

puri mandira chari dwara issue | Argus News