Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇ ଛଟପଟ ଭକ୍ତ

Odisha

ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇ ଛଟପଟ ଭକ୍ତ

Jitendra Dash
Browse all articles by Jitendra Dash
·2 years ago·1 min read
ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇ ଛଟପଟ ଭକ୍ତ


ଅର୍ଗସ ବ୍ୟୁରୋ : ଡ଼ହ ଡ଼ହ ଖରା ପାଦ ଠୁ ମୁଣ୍ଡ ତାତିରେ ଶିଝି ଯାଉଛି । ହେଲେ ଖରା ଠୁ ଅଧିକ ଯନ୍ତ୍ରଣା ଦେଉଛି ଜଗା ଦର୍ଶନ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିର ସମ୍ମୁଖର । ଗୋଟିଏ ଦ୍ଵାର ପ୍ରବେଶ ଯୋଗୁଁ ସନ୍ତୁଳୀ ହେଉଛନ୍ତି ଭକ୍ତ । ପ୍ରଚଣ୍ଡ ଖରାରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଟ ଲଗାଇବା ସହ କାର୍ପେଟ ବିଛାଇ କାମ ସାରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ହେଲେ ଏଭଳି ଆଖି ଦୃଶିଆ ପଦକ୍ଷେପ ବି ଜଗା ଦର୍ଶନ ଯନ୍ତ୍ରଣା କମାଇ ପାରିନି । 

ଭକ୍ତଙ୍କ ଭାବାବେଶ ଠାରୁ ସରକାରଙ୍କ ଜିଦ ବଳି ଯାଇଥିବା ବେଳେ ଚାରିଦ୍ବାର ଖୋଲିବାକୁ ନିବେଦନ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ ପୁରୀରେ ନିର୍ବାଚନ ପ୍ରଚାର ବେଳେ ୪ ଦ୍ବାର ଖାଲା ପ୍ରସଙ୍ଗକୁ ମୁଦ୍ଦା କରିଛି ବିଜେପି । ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଢ଼ଙ୍ଗୀ ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ସଂସଦରେ କଥା ଉଠିବ ବୋଲି କହିଛନ୍ତି ସମ୍ବିତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଭକ୍ତ ହନ୍ତ ସନ୍ତ ହେବା ପରେ ମଧ୍ୟ ୪ ଦ୍ବାର ଖୋଲା ନ ହେବା କିଛି ଜଗନ୍ନାଥ ବିରୋଧୀ ଲୋକଙ୍କ ଷଡଯନ୍ତ୍ର କହି ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଖରାରେ ଶ୍ରଦ୍ଧାଳୁଙ୍କ ଲାମ୍ବା ଲାଇନ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଅବ୍ୟବସ୍ଥା କହିବା ସହ ଅନ୍ୟ 3 ଦ୍ବାର ବନ୍ଦ କରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି ।  ଜଗନ୍ନାଥ ଦର୍ଶନ ପାଇଁ ଭକ୍ତ ଯେତେ ଡହଳ ବିକଳ ହେଲେ ମଧ୍ୟ ନିଜ ଅଂହକାରରେ ଅଟଳ  ରାଜ୍ୟ ସରକାର । କେବେ ଶୃଙ୍ଖଳିତ ଦର୍ଶନ ପାଇଁ ୪ ଦ୍ବାର ଫିଟାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।


 

Argus Whatsapp Channel Mobile Top
Sponsored
puri mandira chari dwara issue | Argus News