|
logo
Live

Argus News - ବିପଦ ସଙ୍କୁଳ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ଐତିହ୍ୟ ଭବନ, ଛାତ କାନ୍ଥ ସବୁ ଫାଟି ଗଲାଣି

Odisha

ବିପଦ ସଙ୍କୁଳ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ଐତିହ୍ୟ ଭବନ, ଛାତ କାନ୍ଥ ସବୁ ଫାଟି ଗଲାଣି

Jitendra Dash
Browse all articles by Jitendra Dash
·2 years ago·2 min read
ବିପଦ ସଙ୍କୁଳ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ଐତିହ୍ୟ ଭବନ, ଛାତ କାନ୍ଥ ସବୁ ଫାଟି ଗଲାଣି

ଅର୍ଗସ ବ୍ୟୁରୋ : ବିପଦ ସଙ୍କୁଳ ଅବସ୍ଥାରେ ପୁରୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଐତିହ୍ୟ ଭବନ । ୧୦୬ ବର୍ଷ ତଳର ଏହି କୋଠା ସଂଗ୍ରହାଳୟର ରୂପ ନେଇଥିଲେ ହିଁ ଏବେ ଛାତ ଓ କାନ୍ଥ ଫାଟି ଆଁ ହୋଇପଡ଼ିଛି । ନିର୍ମାଣ ହୋଇଥିବା ଷ୍ଟ୍ରକ୍ଚର ବି ଫାଟି ଗଲାଣି । ଦ୍ବିତୀୟ ମହଲାରେ ଏଭଳି ଦୟନୀୟ ଚିତ୍ର ସାମ୍ନାକୁ ଆସିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂର୍ବରୁ କେବଳ ଛାତରେ ଏହି ଫାଟ ସୃଷ୍ଟି ହୋଇଥିବା ବେଳେ ଏବେ ଏହାର ପ୍ରଭାବରେ କାନ୍ଥ ଓ ଷ୍ଟ୍ରକ୍ଚର ଫାଟି ଧୀରେ ଧୀରେ ମେଲିବାରେ ଲାଗିଛି । ଫଳରେ ନେତାଜୀଙ୍କ ଫରୱାର୍ଡ ବ୍ଲକର ଗୁପ୍ତ ବୈଠକର ମୂକସାକ୍ଷୀ ସାଜିଥିବା ଏହି କୋଠା ପ୍ରତି ବିପଦ ସୃଷ୍ଟି ହୋଇଛି ।  

“ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ରହୁଥିବା ବେଳେ ୧୯୧୬ ମସିହାରେ ଶାରଦା ଦେବୀ ରୋଡର ଲିଜ୍ ସୂତ୍ରରେ ୦.୪୩୪ ଏକର ଜମି ପାଇଥିଲେ । ତେଣୁ ଏଠାରେ ମଧ୍ୟ କଟକ ସଦୃଶ ଦୁଇ ମହଲା କୋଠା ନିର୍ମାଣ କରିଥିଲେ । ପୁରୀ ଆସିଲେ ଜାନକୀନାଥଙ୍କ ସମଗ୍ର ପରିବାର ସେଠାରେ ଅବସ୍ଥାନ କରୁଥିଲେ । ୧୯୩୮ରେ ଜାନକୀନାଥ ବୋଷଙ୍କ ମୃତ୍ୟୁ ପରେ ନେତାଜୀଙ୍କ ନାମରେ ଏହା ୧୯୪୬ ମସିହାରେ ପୁଣି ଲିଜ୍ ଦିଆଯାଇଥିଲା ।  

 

ଏହାର ପୁନରୁଦ୍ଧାର ଦାୟିତ୍ଵ ଦିଆଯିବା ସହ ପାଖାପାଖି ୪କୋଟି ଟଙ୍କାରେ ହୋଇଥିଲା ପୁନରୁଦ୍ଧାର କାର୍ଯ୍ୟ । ଐତିହ୍ୟ କୋଠା ପାଲଟିଥିଲା ସ୍ମୃତି ସଂଗ୍ରହାଳୟ । ଗ୍ୟାଲେରୀ ନିର୍ମାଣ ସହ ଲାଗିଥିଲା ୱାଟର ଫାଉଣ୍ଟେନ୍ । ତେବେ ରକ୍ଷଣାବେକ୍ଷଣ ଅଭାବ ଓ ଫନି ବାତ୍ୟା ପରେ ଧିରେ ଧିରେ ଏହି କୋଠା ଏବେ ବିପଦ ସଙ୍କୁଳ ଅବସ୍ଥାରେ । ୪ କୋଟିରେ ପୁନରୁଦ୍ଧାର ହୋଇଥିବା ଏହି କୋଠାକୁ ଦେଖିଲେ ଲାଗୁନି ଏହାର ନିକଟ ଅତୀତରେ କୌଣସି ପୁନରୁଦ୍ଧାର କାର୍ଯ୍ୟ ହୋଇଛି ବୋଲି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତବର୍ଷ ନେତାଜୀ ଜୟନ୍ତୀ ପାଳନ ପାଳନ ସମୟରେ ଏନେଇ ସ୍ବର ଉତ୍ତୋଳନ ମଧ୍ୟ ହୋଇଥିଲା । ଆଉ ଦିନ କେଇଟା ପରେ ଅର୍ଥାତ୍ ଜାନୁଆରୀ ୨୩ ତାରିଖରେ ପୁଣି ନେତାଜୀ ଜୟନ୍ତୀ ପାଳନ କରାଯିବ । ହେଲେ କୋଠାର ସ୍ଥିତି ଯଥା ପୂର୍ବ ତଥା ପର । ସେପଟେ ଖବର ପ୍ରସାରଣ ପରେ ଏହାର ପୁନରୁଦ୍ଧାର ପାଇଁ ୬ କୋଟି ୭୪ ଲକ୍ଷ ଟଙ୍କାର ହୋଇଥିଲା ବ୍ୟୟ ଅଟକଳ । ହେଲେ ଏସବୁ ଏବେ କେବଳ କାଗଜ କଲମରେ ସୀମିତ । ନଜର ପକାନ୍ତୁ ଏ କୋଠା ଉପରେ । ଗତବର୍ଷ ଯାହା ଥିଲି ସ୍ଥିତି ଏବେ ସମାନ ପରିସ୍ଥିତି । ରଙ୍ଗ ଛାଡ଼ିଛି, ୱାଟର ଫାଉଣ୍ଟେନ କାମ କରୁନି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୋଠାର ବିଭିନ୍ନ ସ୍ଥାନରେ ଫାଟ ରହିବା ସହ ଅନେକ ସ୍ଥାନରୁ ବର୍ଷା ହେଲେ ପାଣି ଗଳୁଛି । ଖାଲି ସେତିକି ନୁହେଁ । ଇଲେକ୍ଟ୍ରିକ ବୋର୍ଡ ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ଅଚଳ । ଦିନଟିଏ ବି ଖୋଲା ହେଉନାହିଁ ଲାଇବ୍ରେରୀ । ଆଉ ପ୍ରବେଶ ପଥରେ ଥିବା ଲୁହା ଗେଟରେ କଳଙ୍କି ଲାଗିବା ସହ ଭାଙ୍ଗି ରୁଜିଗଲାଣି । ତେବେ ନେତାଜୀଙ୍କ ପ୍ରତି ଦରଦ ନଥିବା ସରକାର ଓ ଜିଲ୍ଲା ପ୍ରଶାସନ ଜୟନ୍ତୀ ପାଳନ କରିବା ପୂର୍ବ ଏହି ସ୍ମୃତି ସଂଗ୍ରହାଳୟର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିବା ଉଚିତ୍ ନୁହେଁ କି ?
 

Sponsored
ବିପଦ ସଙ୍କୁଳ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ଐତିହ୍ୟ ଭବନ, ଛାତ କାନ୍ଥ ସବୁ ଫାଟି ଗଲାଣି | Argus News