Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି

Jitendra Dash
Browse all articles by Jitendra Dash
·2 years ago·1 min read
ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ K9 ଟିମ୍ ମୁତୟନ ହେବେ । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ । ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସହ ସିସିଟିଭି ଓ ସର୍ଭେଲାନ୍ସ ଟିମ୍, ବୋମା ନିଷ୍କ୍ରିୟକାରୀ ଟିମ୍, ଫେସ ରିଡିଂ ଟିମ, ନିୟୋଜିତ ହେବେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୁରକ୍ଷା ବ୍ୟବସ୍ଥା ୫ ଭାଗରେ ବିଭକ୍ତ ହେବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ୯ଟି ଗେଟରେ ପୋଲିସ ମୁତୟନ ହେବେ । ସ୍ୱତନ୍ତ୍ର ତାଲିମପ୍ରାପ୍ତ ଦକ୍ଷ ଅଧିକାରୀ ନିୟୋଜିତ ହେବେ । ଯଜ୍ଞ ସ୍ଥଳର ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Parikrama Prakalpa | Argus News