Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଖ୍ୟମନ୍ତ୍ରୀ ଗତ କାଲି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନା ନାହିଁ ?

Odisha

ମୁଖ୍ୟମନ୍ତ୍ରୀ ଗତ କାଲି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନା ନାହିଁ ?

Jitendra Dash
Browse all articles by Jitendra Dash
·2 years ago·2 min read
ମୁଖ୍ୟମନ୍ତ୍ରୀ ଗତ କାଲି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନା ନାହିଁ ?

ଅର୍ଗସ ବ୍ୟୁରୋ : ଗତ କାଲି ଉଚ୍ଛୁଳୁ ଥିଲା ଶଙ୍ଖକ୍ଷେତ୍ର । ଭକ୍ତଙ୍କ କଣ୍ଠରୁ ଶୁଭିଥିଲା ଜୟ ଜଗନ୍ନାଥ । ବାଜିଥିଲା ମୃଦଙ୍ଗ । ପଡ଼ୁଥିଲା ହରିବୋଲ । ବେଦମନ୍ତ୍ରରେ ପ୍ରକମ୍ପିତ ହୋଉଥିଲା ଶ୍ରୀକ୍ଷେତ୍ର । ଶ୍ରୀନିଳାଚଳ ଧାମ ଐତିହ୍ୟରେ ଯୋଡ଼ି ହୋଇଥିଲା ଆଉ ଏକ ନୂଆ ଫର୍ଦ୍ଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତ କାଲି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାନୁଆରୀ ୧୨ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞ ମଣ୍ଡପରେ ଚାଲିଥିବା ପବିତ୍ର ମହାଯଜ୍ଞର ପୂର୍ଣ୍ଣାହୁତି ଗତ କାଲି ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।  ଶ୍ରୋତ୍ରୀୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରଥିଲେ । ଶ୍ରୀସେତୁ ଓ ଶ୍ରୀମାର୍ଗର ମଧ୍ୟ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । 

ଏଠି ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନା ନାହିଁ ? ନା କେବଳ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରି ମନ୍ଦିର ଭିତରକୁ ନ ଯାଇ ଫେରି ଆସିଲେ କି ? ମୁଖ୍ୟମନ୍ତ୍ରୀ ଏ ନେଇ ମୁହଁ ଖୋଲିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଭିତରକୁ ଯାଇ ନାହାନ୍ତି ତାହାଲେ କାହିଁକି ଗଲେ ନାହିଁ ? ଯେଉଁ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ପରମ ଭକ୍ତ ବୋଲି କୋହୁଥିଲେ ସେମାନେ କାଲି ଜଗା ଦର୍ଶନ କରିଛନ୍ତି ତ ? କଣ ଜଗାର ଡ଼ୋରି କଣ ଗତକାଲି ଲାଗିନଥିଲା ମୁଖ୍ୟମନ୍ତ୍ରୀ ସହିତ ? ମୁଖ୍ୟମନ୍ତ୍ରୀଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ବଡ଼ ନା ଶ୍ରୀଜଗନ୍ନାଥ ମାହାପ୍ରଭୁ ? 

ଅଧ୍ିକ ପଢନ୍ତୁ ଓଡ଼ିଶା ଖବର 

ଚକା ଆଖି ସବୁ ଦେଖୁଛି । ଯେଉଁମାନେ ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ବୁଲାଇ ବୁଲାଇ ଚାଉଳ ମାଗି ନାଟକ କରିଲେ, ଯେଉଁ ମାନେ ନିଜର ପ୍ରଚାର ପ୍ରସାର ପାଇଁ ଗୋମାଂସ ଭକ୍ଷଣକରୀଙ୍କୁ ଶ୍ରୀମନ୍ଦିର ପ୍ରବେଶ କରାଇଲେ ସେମାନଙ୍କ ନାଟକ ଏବେ ପଦାରେ ପଡ଼ିଛି ।

Argus Whatsapp Channel Mobile Top
Sponsored
puri parikrama prakalpa issue | Argus News