Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୧ ଅପରାଧୀଙ୍କୁ ବାନ୍ଧିଲା ପୁରୀ ପୋଲିସ ପୁରୀ

Odisha

୧୧ ଅପରାଧୀଙ୍କୁ ବାନ୍ଧିଲା ପୁରୀ ପୋଲିସ ପୁରୀ

Jitendra Dash
Browse all articles by Jitendra Dash
·2 years ago·1 min read
୧୧ ଅପରାଧୀଙ୍କୁ ବାନ୍ଧିଲା ପୁରୀ ପୋଲିସ ପୁରୀ

ଅର୍ଗସ ବ୍ୟୁରୋ : ପୁରୀ ପୋଲିସକୁ ବଡ଼ ସଫଳତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ଢଙ୍ଗରେ ଅପରାଧ ଘଟାଉ ଥିବା ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ । ଏହି ଆନ୍ତରାଜ୍ୟ ଗ୍ୟାଙ୍ଗ ଜିଲ୍ଲା ଓ ଜିଲ୍ଲା ବାହାରେ ଅପରାଧ ଘଟାଉଥିଲେ ଅପରାଧୀ । ପୋଲିସ ଏମାନଙ୍କ ଠାରୁ ୧୮ ଲକ୍ଷ ୧୬ ହଜାର  ଟଙ୍କା, ୪୬୨ ଗ୍ରାମ ସୁନା, ୫୬୬ ଗ୍ରାମ ରୁପା, ଜବତ କରିବା ସହିତ ୧୬ ଟି ଖଣ୍ଡା, ୨ଟି ବନ୍ଧୁକ, ଏକ ଟି ସ୍କପିଓ, ଗୋଟିଏ ପଲସର ବାଇକ ଜବତ କରିଛି ପୋଲିସ । 

ଗତ ୭ତାରିଖରେ ପିପିଲି ସରସ୍ଵତୀପୁର ଦକ୍ଷିଣସାହି ଚକଖରିଜା ସାହି ହୋମିଓପ୍ୟାଥିକ ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ସୁନା ଅଳଙ୍କାର ସମେତ ଟଙ୍କା ଚୋରୀ କରି ନେଇଥିଲେ ଦୁର୍ବୁତ୍ତ । ସମାନ ଢଙ୍ଗରେ ଏହି ଅପରାଧୀ ମାନେ କୋଣାର୍କ  ଓ ଅସ୍ତରଙ୍ଗରେ ଘରୁ ଲୁଟ କରିଥିଲେ । ପୋଲିସର ସ୍ୱତନ୍ତ୍ର ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା ବେଳେ ଏମାନଙ୍କ ଠାରୁ ଜବତ କରାଯାଇଥିବା ସୁନା ଓ ରୂପା ଅଳଙ୍କାର ଏମାନଙ୍କ ଠାରୁ ଜବତ କରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପିପିଲିର ଜନୈକ ବ୍ୟକ୍ତିଙ୍କ ଘରୁ ଜବତ ହୋଇ ଥିବା ବନ୍ଧୁକ, ଖଣ୍ତା, ଜବତ କରିଥିଲା ପିପିଲି ପୋଲିସ । ଏହାଛଡା ୭ଟି ବୋମା ଜବତ କରିଛି ପୋଲିସ । ଗିରଫ ହୋଇ ଥିବା ଅପରାଧୀଙ୍କ ସହଯୋଗୀ ୩ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ରହିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ଦୁଇ ଜଣ ସୁନା କିଣିଥିବା ଦୋକାନୀଙ୍କୁ ଗିରଫ କରିଛି ପୋଲିସ ।

Raja Festival
Sponsored
Puri police arrested 11 criminals | Argus News