Rath Yatra 2026 / ରଥଯାତ୍ରା ପାଇଁ ସରକାରଙ୍କ 'ଡୁଆଲ୍ ମ୍ୟାନେଜମେଣ୍ଟ ପ୍ଲାନ୍'
·3 months ago·2 min read

Key Points
ବଡ଼ଦାଣ୍ଡରୁ ବେଳାଭୂମି ଫୋକସରେ 'ଜିରୋ କାଜୁଆଲିଟି'
ରଥଯାତ୍ରା ପାଇଁ ପୁରୀ ପ୍ରଶାସନର ଯୁଦ୍ଧକାଳୀନ ପ୍ରସ୍ତୁତି
ମୁତୟନ ହେବେ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷିତ ଲାଇଫ୍ ଗାର୍ଡ

ପୁରୀ: ରଥଯାତ୍ରା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ପ୍ରଥମ ଥର ପାଇଁ 'ସେଫ୍ ଓ ଇନସିଡେଣ୍ଟ ଫ୍ରି' ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର 'ଡୁଆଲ ମ୍ୟାନେଜମେଣ୍ଟ ପ୍ଲାନ'। ଏଥର ଉଭୟ ହିଟ୍ୱେଭ୍ ଏବଂ ମୌସୁମୀ ବର୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଡବଲ ପ୍ରିପେୟାର୍ନେସ୍ କରାଯାଇଛି ।
ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ହେବ ଜିରୋ ଡ୍ରାଉନିଂ ଏବଂ ଜିରୋ କାଜୁଆଲିଟି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ବ୍ଲୁ ପ୍ରିଣ୍ଟ । ଜରୁରୀକାଳୀନ ବିଭାଗକୁ ନେଇ ଅଗ୍ନିଶମ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି 'ଡୁଆଲ ମ୍ୟାନେଜମେଣ୍ଟ ପ୍ଲାନ' ଉପରେ ମୋହର ବାଜିଛି ।
ଏଥିସହ ପଢ଼ନ୍ତୁ: ଅ-ତିଥିରେ ରଥ, ଅମାନିଆ ଇସ୍କନ; କ୍ଷୋଭ ପ୍ରକାଶ କଲେ ଗଜପତି ଦିବ୍ୟସିଂହ ଦେବ
ରଥଯାତ୍ରା ସମୟରେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଭକ୍ତଙ୍କୁ ଆଶ୍ୱସ୍ତି ଦେବା ପାଇଁ ୧୮ରୁ ୨୦ଟି ସ୍ୱତନ୍ତ୍ର ଗାଡ଼ି ମାଧ୍ୟମରେ ବଡ଼ଦାଣ୍ଡରେ ପାଣି ସିଞ୍ଚନ କରାଯିବ । ଏଥିସହ ଅତ୍ୟାଧୁନିକ କ୍ଷମତାସମ୍ପନ୍ନ ବ୍ଲୋୟର୍ ମଧ୍ୟ ମୁତୟନ କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଯଦି ମୌସୁମୀ ବର୍ଷା ଯୋଗୁଁ ବଡ଼ଦାଣ୍ଡରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୁଏ, ତେବେ ମାତ୍ର ୧ ମିନିଟ୍ରେ ୪୨୦୦ ଲିଟର ଜଳ ନିଷ୍କାସନ କରିପାରୁଥିବା ଅତ୍ୟାଧୁନିକ ପମ୍ପ ବ୍ୟବହାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସମୁଦ୍ର ସ୍ନାନ ଉପରେ ନଜର
କେବଳ ବଡ଼ଦାଣ୍ଡ ନୁହେଁ, ପୁରୀ ବେଳାଭୂମି ଉପରେ ମଧ୍ୟ ରହିଛି ସ୍ୱତନ୍ତ୍ର ନଜର । ସମୁଦ୍ରରେ ବୁଡ଼ିଯିବା ଭଳି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବିଭାଗର ୨୫ ଜଣ ଲାଇଫ୍ ଗାର୍ଡଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଦିଆଯାଇଛି । ବେଳାଭୂମିରେ ପର୍ଯ୍ୟଟନ ବିଭାଗ ସହଭାଗିତାରେ ୫ଟି ଫାଷ୍ଟ ଏଡ୍ ସେଣ୍ଟର ସହ ଲାଇଫ୍ ସେଭିଂ ଆମ୍ବୁଲାନ୍ସ ମୁତୟନ ରହିବ ।
ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ପବନ; ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ରଥରେ ସ୍ଵାସ୍ଥ୍ୟ ଚିନ୍ତା
ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ନାନଯାତ୍ରା ପୂର୍ବରୁ ପ୍ରସ୍ତୁତ ରହିବ ୩୦୦ ୟୁନିଟ୍ ରକ୍ତ, ଯାହା ୪୫ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିପାରିବ । ମୁଖ୍ୟ ମେଡିକାଲର ନୂଆ ବିଲ୍ଡିଂରେ ୧୫୦ ଶଯ୍ୟା ଏବଂ ସଂକ୍ରାମକ ରୋଗ ଚିକିତ୍ସାଳୟରେ ଅତିରିକ୍ତ ୮୦ଟି ଶଯ୍ୟା ପ୍ରସ୍ତୁତ ରଖାଯାଇଛି । ବଡ଼ଦାଣ୍ଡରେ ୩୦ଟି ଫାଷ୍ଟ ଏଡ୍ ସେଣ୍ଟର ସହ ୮ଟି ଅସ୍ଥାୟୀ ହସ୍ପିଟାଲ୍ରେ MBBS ଡାକ୍ତର ଉପସ୍ଥିତ ରହିବେ ।

Related Topics
Explore more stories