Puri Rath Yatra / ରଥଯାତ୍ରା ପୂର୍ବରୁ ଅଠରନଳାରୁ ବଡ଼ଦାଣ୍ଡ ହେବ ‘ଫିକା ଗୋଲାପୀ’; ଖର୍ଚ୍ଚ ହେବ ୨ କୋଟି ୩୫ ଲକ୍ଷ
·4 hours ago·2 min read

Key Points
ପୁରୀର ପ୍ରବେଶ ପଥରୁ ହିଁ ଭକ୍ତମାନେ ଯେପରି ଏକ ଭବ୍ୟ ଐତିହ୍ୟର ଅନୁଭୂତି ପାଇପାରିବେ । ସେଥିପାଇଁ ଏହି ୟୁନିଫର୍ମ କଲର କୋଡ୍ ବ୍ୟବସ୍ଥା କରାଯାଇଛି ।
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଗୋଟିଏ ରଙ୍ଗରେ ଝଲସିବ ଐତିହ୍ୟ ନଗରୀ ଶ୍ରୀକ୍ଷେତ୍ର । ଅଠରନଳାରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ସମସ୍ତ କୋଠାବାଡ଼ିକୁ ଏକାଭଳି ‘ଆଇଭରି’ ବା ଫିକା ଗୋଲାପୀ ରଙ୍ଗରେ ସୁସଜ୍ଜିତ କରାଯିବ । ପ୍ରାୟ ୨ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ପିକେଡିଏ (PKDA) ପକ୍ଷରୁ ଏହି ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି ।
ପୁରୀର ପ୍ରବେଶ ପଥରୁ ହିଁ ଭକ୍ତମାନେ ଯେପରି ଏକ ଭବ୍ୟ ଐତିହ୍ୟର ଅନୁଭୂତି ପାଇପାରିବେ । ସେଥିପାଇଁ ଏହି ୟୁନିଫର୍ମ କଲର କୋଡ୍ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡ କୋଠାର ଐତିହ୍ୟ ଲୁକ୍ ପ୍ରକ୍ରିୟାକରଣ ଜୋରସୋରରେ ଆରମ୍ଭ ହୋଇଛି । ଅଠରନଳାରୁ ମେଡିକାଲ ଛକ ଦେଇ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ସମସ୍ତ କୋଠାକୁ ସମାନ ‘ଆଇଭରି’ ବା ଫିକା ଗୋଲାପୀ ରଙ୍ଗରେ ରଙ୍ଗାୟିତ କରାଯାଉଛି ।
ଏଥିସହ ପଢ଼ନ୍ତୁ: ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କଲା ବିଶ୍ବହିନ୍ଦୁ ପରିଷଦ
ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ପ୍ରାୟ ୨ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଐତିହ୍ୟ ସହରର ଗାରିମା ଓ ସୌନ୍ଦର୍ଯ୍ୟ ବୃଦ୍ଧି ସହ ଶ୍ରଦ୍ଧାଳୁଙ୍କ ମନରେ ଏକ ନୂଆ ଭାବ ଆଣି ଦେବା ଏହି ୟୁନିଫର୍ମ କଲର କୋଡ୍ର ମୁଖ୍ୟ ଲକ୍ଷ୍ୟ ।
୨୦୧୫ ନବକଳେବର ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ମଧ୍ୟ ବଡ଼ଦାଣ୍ଡରେ ଏଭଳି ରଙ୍ଗ କରାଯାଇଥିଲା । କିନ୍ତୁ ଏବେ ଏହାକୁ ପୁରୀର ପ୍ରବେଶ ପଥ ଅଠରନଳାରୁ ହିଁ ଲାଗୁ କରାଯାଉଛି । ଅପରପକ୍ଷରେ, ଐତିହ୍ୟ ସହରର ସୌନ୍ଦର୍ଯ୍ୟ ହ୍ରାସ କରୁଥିବା ବେଆଇନ ସାଇନ ବୋର୍ଡଗୁଡ଼ିକୁ ତୁରନ୍ତ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଶାଳିଆ ପତନୀ, ଏହା ଶୁଭ ନା ଅଶୁଭ ସଙ୍କେତ?
ପ୍ରଶାସନର ଏହି ୟୁନିଭର୍ସାଲ କଲର କୋଡ୍ ବ୍ୟବସ୍ଥାକୁ ସହରବାସୀ ଓ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି । ପିକେଡିଏ ପକ୍ଷରୁ ପୁରୁଷୋତ୍ତମ ଭକ୍ତ ନିବାସ, ବହୁତଳ ପାର୍କିଂ, କୁମ୍ଭାରପଡ଼ା ଥାନା ଓ ୱାଟକୋ କୋଠା ଆଦିକୁ ଏହି ରଙ୍ଗରେ ସୁସଜ୍ଜିତ କରାଯାଉଥିବା ବେଳେ, ଅନ୍ୟ ଘରୋଇ କୋଠାର ମାଲିକମାନଙ୍କୁ ମଧ୍ୟ ଏହି ନିୟମ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories