Puri Rath Yatra Rain / ପୁରୀକୁ ଅରେଞ୍ଜ ଆଲର୍ଟ; ରଥଟଣା ବେଳକୁ କମିବ କି ବର୍ଷା ?
·1 day ago·2 min read

Key Points
ଲଘୁଚାପ ପ୍ରଭାବରେ ବୁଧବାର ଠାରୁ ପୁରୀରେ ଲଗାଣ ବର୍ଷା ଲାଗି ରହିଛି । ଗୁରୁବାର ରଥଯାତ୍ରାରେ ମଧ୍ୟ ଇନ୍ଦ୍ର ଦେବ ବୃଷ୍ଟି ଜାରି ରଖିଛନ୍ତି ।
ଭୁବନେଶ୍ଵର: ସିଂହଦ୍ଵାର ସାମ୍ନାରେ ଦଣ୍ଡାୟମାନ ତିନି ରଥ । ସରିଛି ଚତୁର୍ଦ୍ଧାମୂରତିଙ୍କ ପହଣ୍ଡି । ଲଘୁଚାପ ପ୍ରଭାବରେ ବୁଧବାର ଠାରୁ ପୁରୀରେ ଲଗାଣ ବର୍ଷା ଲାଗି ରହିଛି । ଗୁରୁବାର ରଥଯାତ୍ରାରେ ମଧ୍ୟ ଇନ୍ଦ୍ର ଦେବ ବୃଷ୍ଟି ଜାରି ରଖିଛନ୍ତି । ପ୍ରବଳ ବର୍ଷା ଭିତରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ରଥାରୁଢ଼ ହୋଇଛନ୍ତି କାଳିଆ ସାଆନ୍ତ ।
ପ୍ରବଳ ବର୍ଷା ଭକ୍ତଙ୍କୁ ଅଟକାଇ ପାରିନାହିଁ । ବର୍ଷା ଭିତରେ ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଜନ ସମୁଦ୍ର । ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ସକ୍ରିୟ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।
ଏଥିସହ ପଢ଼ନ୍ତୁ: ରୁଷି ରୁଷି ରଥକୁ ଆସିଲେ କଳା ସାଆନ୍ତ… ମଥାରେ ନଥିଲା ଟାହିଆ
ବିଗତ ୪୮ ଘଣ୍ଟାରେ ପୁରୀରେ ୨୩୩.୩ ମିମି ବର୍ଷା ରେକର୍ଡ କରାଯାଇଛି । ୧୪ରୁ ୧୫ ତାରିଖ ମଧ୍ୟରେ ପୁରୀରେ ୧୪୩.୮ ମିମି ବର୍ଷା ହୋଇଛି । ସେହିଭଳି ୧୫ ତାରିଖରୁ ୧୬ ତାରିଖ ସକାଳ ସାଢ଼େ ୮ଟା ସୁଦ୍ଧା ପୁରୀରେ ୮୯.୫ ମିମି ବର୍ଷା ହୋଇଥିବା ଜଣାପଡ଼ିଛି ।
ଏବେବି ପୁରୀରେ ଲାଗି ରହିଛି ବର୍ଷା । କେତେବେଳେ ଅସରାଏ ବର୍ଷା ଢାଳି ଦେଉଛି ତ ଆଉ କେବେ ଝିପିଝିପି ବର୍ଷୁଛି । ବର୍ଷା ଭିତରେ ଚାଲିଛି ନୀତିକାନ୍ତି । ଚତୁର୍ଦ୍ଧାମୂରତିଙ୍କ ପହଣ୍ଡି ବିଜେ ପରେ ମଦନମୋହନ, ରାମ ଓ କୃଷ୍ଣ ବିଜେ କରୁଛନ୍ତି ।
ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ରେଡ୍ ଆଲର୍ଟ ଜାରି କରିଛି । ୫ ଜିଲ୍ଲା- ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ ଓ ସୋନପୁର । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୁରୀ ସହ ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।
ଏଥିସହ ପଢ଼ନ୍ତୁ: ରତ୍ନବେଦୀରୁ ଓହ୍ଲାଇ ଆସିଛି କାଳିଆ; ଚକାନୟନକୁ ଟିକେ ଦେଖିବା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୁରୀକୁ ଅରେଞ୍ଜ ଆଲର୍ଟ ଦେଇଥିବାରୁ ବର୍ଷା ଲାଗି ରହିଛି । ଅପରାହ୍ଣ ୪ଟା ବେଳକୁ ରଥଟଣା ପାଇଁ ସମୟ ନିର୍ଘଣ୍ଟ ରହିଛି । ତେଣୁ ରଥଟଣା ସମୟରେ ପୁରୀରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ ।
ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିଛି । ଓଡ଼ିଶା ଉପକୂଳ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରବେଶ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସ୍ଥାନୀୟ ସତର୍କତା ଜାରି କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories