ପୁରୀରେ ପହଞ୍ଚିଲା ୨୬ ରଥ ଦଉଡ଼ି
·2 years ago

ଅର୍ଗସ ବ୍ୟୁରୋ : ଆଗାମୀ ଘୋଷଯାତ୍ରା ପାଇଁ ଗତ କାଲି ସନ୍ଧ୍ୟାରେ ପୁରୀରେ ପହଞ୍ଚିଛି ରଥ ଦଉଡି଼ । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ । ସମୁଦାୟ ୨୬ଟି ଦଉଡି଼ ଆସିଥିବା ବେଳେ ସେଥି ମଧ୍ୟରୁ ୮ଇଞ୍ଚ ମୋଟେଇ ଓ ୨୨୦ଫୁଟ ଲମ୍ବର ୧୪ଟି ରଥ ଟଣା ଦଉଡ଼ି ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ୨୭୦ଫୁଟ ଲମ୍ବ ୪ଇଞ୍ଚ ଗୋଲାଇ ର ୩ଟି ଇନର କର୍ଡନ ଦଉଡି଼, ୩୭୫ଫୁଟ ଲମ୍ବ ୪ଇଞ୍ଚ ମୋଟେଇର ୩ତି ଆଉଟଡୋର କର୍ଡ଼ନ ଦଉଡି଼, ୪୫୦ଫୁଟ ଲମ୍ବ ୪ଇଞ୍ଚ ଗୋଲେଇର ୩ଟି ଜେନେରାଲ କର୍ଡନ ଦଉଡି଼ ଏବଂ ୧୦୦ମିଟର ଲମ୍ବ ୪ ଇଞ୍ଚ ଗୋଲେଇର ୩ଟି ପୋଲିସ କର୍ଡନ ଦଉଡି଼ ଆସିଥିବା ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: