Ratna Bhandar Counting / ୧୧ରୁ ପୁଣି ଥରେ ଖୋଲିବ ଭିତର ରତ୍ନଭଣ୍ଡାର, ଚନ୍ଦନ ଯାତ୍ରା ଯୋଗୁଁ ବନ୍ଦ ରହିଥିଲା ଗଣତି ମଣତି
·2 hours ago·2 min read

Key Points
୧୧ ତାରିଖରେ ପୁଣି ଥରେ ଖୋଲିବ ଭିତର ରତ୍ନଭଣ୍ଡାର
ବାହାର ଚନ୍ଦନ ଯାତ୍ରା ନୀତି ଯୋଗୁଁ ବନ୍ଦ ରହିଥିଲା ଗଣତି ମଣତି
୧୧ ତାରିଖରୁ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୁଣି ଆରମ୍ଭ ହେବ

ଆସନ୍ତା ୧୧ ତାରିଖରେ ପୁଣି ଥରେ ଖୋଲିବ ଭିତର ରତ୍ନ ଭଣ୍ଡାର । ବାହାର ଚନ୍ଦନ ଯାତ୍ରା ନୀତି ଯୋଗୁଁ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ବନ୍ଦ ରହିଥିଲା । ତେବେ ପୁଣି ଥରେ ୧୧ ତାରିଖରୁ ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସଓପି ଆଧାରରେ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପୂର୍ବ ଭଳି ଏଥର ମଧ୍ୟ ରତ୍ନ ଭଣ୍ଡାର ଗଣତି ସମୟରେ ବାହାର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ପୂର୍ବରୁ ୯ ଦିନରେ ପ୍ରାୟ ୫୭ ଘଣ୍ଟା ୮ ମିନିଟର ଗଣତି ହୋଇଥିଲା । ଚନ୍ଦନ ଯାତ୍ରା ନୀତି ଯୋଗୁଁ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା । ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ରତ୍ନ ଅଳଙ୍କାରର ଗଣତି ହୋଇଥିଲା । ଅର୍ଥାତ୍ ଭିତର ଭଣ୍ଡାରରେ ମୋଟ ପ୍ରାୟ ୨୦ ପ୍ରତିଶତ ଗଣତି କାର୍ଯ୍ୟ ସରିଛି । ୯ ଦିନର ଗଣତିରୁ ଭିତର ଭଣ୍ଡାରରେ ୪ ଦିନର ଗଣତି ହୋଇଥିଲା ।
ବାହାର ରତ୍ନ ଭଣ୍ଡାର ଗଣତି ଶେଷ ହେବା ପରେ ଏପ୍ରିଲ୍ ୧୩ରୁ ଭିତର ରତ୍ନ ଭଣ୍ଡାର ଖୋଲିଥିଲା । ଭିତର ରତ୍ନ ଭଣ୍ଡାର ଗଣତି ମଣତି ସହ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଛି । ସୁନାକୁ ହଳଦିଆ ମୁଣି ଓ ରୂପାକୁ ଧଳାମୁଣିରେ ରଖାଯାଇ ଷ୍ଟିଲ୍ ବାକ୍ସରେ ଭର୍ତ୍ତି କରି ସିନ୍ଦୁକରେ ରଖାଯାଇଛି । ପ୍ରତ୍ୟେକ ବାକ୍ସରେ ପିତ୍ତଳ ଟ୍ୟାଗ୍ ଲଗାଯାଇଛି। ଫଳରେ ଭବିଷ୍ୟତରେ ଯେବେ ବି ଗଣତି ହୁଏ ତେବେ ଚିହ୍ନଟ ଓ ମେଳକ ଅତି ସହଜ ହେବ ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଗଣତିର ଅଷ୍ଟମ ଦିନ : ଗତ କାଲି ପ୍ରାୟ ୭ ଘଣ୍ଟା ଧରି ହୋଇଥିଲା ରତ୍ନ ଗଣନା
ବାହାର ରତ୍ନ ଭଣ୍ଡାର ଗଣତି ଶେଷ ହେବା ପରେ ଏପ୍ରିଲ୍ ୧୩ରୁ ଭିତର ରତ୍ନ ଭଣ୍ଡାର ଖୋଲିଥିଲା । ଭିତର ରତ୍ନ ଭଣ୍ଡାର ଗଣତି ମଣତି ସହ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଛି । ସୁନାକୁ ହଳଦିଆ ମୁଣି ଓ ରୂପାକୁ ଧଳାମୁଣିରେ ରଖାଯାଇ ଷ୍ଟିଲ୍ ବାକ୍ସରେ ଭର୍ତ୍ତି କରି ସିନ୍ଦୁକରେ ରଖାଯାଇଛି । ପ୍ରତ୍ୟେକ ବାକ୍ସରେ ପିତ୍ତଳ ଟ୍ୟାଗ୍ ଲଗାଯାଇଛି। ଫଳରେ ଭବିଷ୍ୟତରେ ଯେବେ ବି ଗଣତି ହୁଏ ତେବେ ଚିହ୍ନଟ ଓ ମେଳକ ଅତି ସହଜ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories