Videos
|
Odisha

Puri Tragedy / ବିଷ ହୋଇଗଲା ଭାତ ! ଚାଉଳକୁ ନ ଧୋଇ ରାନ୍ଧି ଖାଇବାକୁ ଦେଇଥିଲା ମାଆ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିଷ ହୋଇଗଲା ଭାତ ! ଚାଉଳକୁ ନ ଧୋଇ ରାନ୍ଧି ଖାଇବାକୁ ଦେଇଥିଲା ମାଆ
Two Siblings Die After Eating Cooked Rice

Key Points

ଚାଉଳକୁ ନ ଧୋଇ ମାଆ ରୋଷେଇ କରିଥିଲା । ଆଉ ଉକ୍ତ ଭାତକୁ ମାଆ ସହ ୬ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅ ଖାଇଥିଲେ । ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ । ଡାକ୍ତର ୬ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅକୁ ମୃତ ଘୋଷଣା କରିଛନ୍ତି ।
ପୁରୀ: କ'ଣ ଆପଣ ବି ଚାଉଳରେ ପୋକ ନ ଲାଗିବା ଲାଗି କୀଟନାଶକ ରଖୁଛନ୍ତି କି ? ତେବେ ସାବଧାନ ହୋଇ ଯାଆନ୍ତୁ । ଚାଉଳକୁ ରାନ୍ଧି ଖାଇବା ଆଗରୁ ସତର୍କ ରୁହନ୍ତୁ । କାରଣ ପୁରୀରେ କୀଟନାଶକ ମିଶା ଚାଉଳ ନ ଧୋଇ ଖାଇବାରୁ ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ହୋଇଛି ।

ଏଭଳି ଅଭାବନୀୟ ହୃଦୟ ବିଦାରକ ଘଟଣା ଘଟିଛି ପୁରୀର ସମଙ୍ଗରା ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ, ଚାଉଳକୁ ନ ଧୋଇ ମାଆ ରୋଷେଇ କରିଥିଲା । ଆଉ ଉକ୍ତ ଭାତକୁ ମାଆ ସହ ୬ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅ ଖାଇଥିଲେ । ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ ।

ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର 

ଯାହା ପରେ ୩ ଜଣଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ମେଡିକାଲ୍‌ରେ ଡାକ୍ତର ୬ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅକୁ ମୃତ ଘୋଷଣା କରିଛନ୍ତି । ମହିଳା ଜଣଙ୍କର ଅବସ୍ଥା ବେଶ୍ ଗୁରୁତର ରହିଥିବାରୁ ତାଙ୍କୁ ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି ।

ଗୁରୁତର ଥିବ ମହିଳା ପୋଲିସକୁ ଦେଇଥିବା ବୟାନ ଅନୁସାରେ, ଚାଉଳରେ କୀଟନାଶକ ରହିଥିଲା ଏବଂ ଏହାକୁ ଉକ୍ତ ଚାଉଳକୁ ସେ ନ ଧୋଇ ରୋଷେଇ କରିଥିଲେ । ଯାହା ଫଳରେ ଏଭଳି ବିଷ କ୍ରିୟା ହୋଇଥିବା ମହିଳା ଜଣଙ୍କ ପୋଲିସକୁ କହିଛନ୍ତି ।

ତେବେ ମହିଳାଙ୍କ ସ୍ଵାମୀଙ୍କ କହିବା କଥା ମୁଁ ଘରେ ନଥିଲି । କାମରେ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଦୁଇ ଛୁଆଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ କେମିତି ମୃତ୍ୟୁ ହେଲା ।

ପୁରୀ ସମଙ୍ଗରା ଅଞ୍ଚଳର ଏହି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ଚାଉଳରେ କୀଟନାଶକ ରହିଥିଲା ନା ପାରିବାରିକ କଳହକୁ ନେଇ ଖାଦ୍ୟରେ ବିଷ ମିଶା ଯାଇଥିଲା ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଖାଦ୍ୟରେ ବିଷ କ୍ରିୟା କଥା ସ୍ପଷ୍ଟ ହୋଇପାରିବ । ପୋଲିସ ସବୁ ଦିଗକୁ ଧ୍ୟାନରେ ରଖି ତଦନ୍ତ ଜାରି ରଖିଛି ।

ଏଥିସହ ପଢ଼ନ୍ତୁ: ବଲାଙ୍ଗିରରେ ବ୍ୟବସାୟୀଙ୍କୁ ଅପହରଣ; ଭୁବନେଶ୍ଵରରୁ ମହିଳା ପୋଲିସ SIଙ୍କ ସହ ସାମ୍ବାଦିକ ଗିରଫ 

ଚାଉଳରେ କୀଟନାଶକ ଅତ୍ୟନ୍ତ ବିପଜ୍ଜନକ

ଚାଉଳରେ କୀଟନାଶକ (ପେଷ୍ଟିସାଇଡ୍) ମିଶିବା କିମ୍ବା ବ୍ୟବହାର ହେବା ଏକ ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହା ସ୍ୱାସ୍ଥ୍ୟ ହାନି କରିଥାଏ । ଭୁଲ୍‌ବଶତଃ କିମ୍ବା ସଂରକ୍ଷଣ ସମୟରେ କୀଟନାଶକ ପ୍ରୟୋଗ ହୋଇଥିଲେ ଏହା ଗୁରୁତର ବିଷାକ୍ତ ପ୍ରଭାବ ପକାଇଥାଏ ।

କୀଟନାଶକ କିମ୍ବା ରାସାୟନିକ ଦ୍ରବ୍ୟକୁ ସର୍ବଦା ଖାଦ୍ୟଶସ୍ୟ ଠାରୁ ଦୂରରେ ରଖନ୍ତୁ । ଘରେ ଥିବା ଚାଉଳକୁ ପୋକରୁ ରକ୍ଷା କରିବା ପାଇଁ ପ୍ରାକୃତିକ ପଦ୍ଧତି (ଯଥା- ନିମପତ୍ର, ହଳଦୀ) ବ୍ୟବହାର କରନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: