Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Schools Closed / ଦେବସ୍ନାନ ପୂର୍ଣ୍ଣିମା ପାଇଁ ସୋମବାର ବନ୍ଦ ରହିବ ସବୁ ସ୍କୁଲ୍

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଦେବସ୍ନାନ ପୂର୍ଣ୍ଣିମା ପାଇଁ ସୋମବାର ବନ୍ଦ ରହିବ ସବୁ ସ୍କୁଲ୍
Schools to Remain Closed in Puri on Monday

Key Points

ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଆସନ୍ତକାଲି ବନ୍ଦ ରହିବ ସମସ୍ତ ବିଦ୍ୟାଳୟ । ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ ।
ପୁରୀ: ଆସନ୍ତାକାଲି ସୋମବାର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଆସନ୍ତକାଲି ବନ୍ଦ ରହିବ ସମସ୍ତ ବିଦ୍ୟାଳୟ । ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏହି ସମୟରେ ଭିଡ଼କୁ ନଜରକୁ ରଖି ବନ୍ଦ ରହିବ ସମସ୍ତ ସ୍କୁଲ୍ ।

ଏନେଇ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । DEO କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶ ଅନୁସାରେ, ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ପୌର ପରିଷଦ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ୍ ଛୁଟି ରହିବ ।

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଭକ୍ତଙ୍କ ପାଇଁ ଗାଇଡଲାଇନ ଜାରି କଲା ପୁରୀ ପୋଲିସ 

ସରକାରୀ ବିଦ୍ୟାଳୟ, ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟ ଏବଂ ଶିଶୁ ବାଟିକାରୁ ଦ୍ଵାଦଶ ପର୍ଯ୍ୟନ୍ତ ପଢ଼ା ଯାଉଥିବା ସମସ୍ତ ଘରୋଇ ବିଦ୍ୟାଳୟ ବନ୍ଦ ରହିବ । ପୁରୀ ମହାନଗର ନିଗମ ବ୍ୟତୀତ ଗୋରୁଆଳର ମଦର୍ସ ପବ୍ଲିକ ସ୍କୁଲ, ମାଳତିପାଟପୁରର ପ୍ରଭୁଶ୍ରୀ ଇଂରାଜୀ ମାଧ୍ୟମ ସ୍କୁଲ୍ ଓ ପୁରୀ ସଦର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ରହିବ ।

ସ୍ନାନ ପୂର୍ଣ୍ଣିମାରେ ପ୍ରବଳ ଭିଡ଼ ଓ ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଜ୍ଞପ୍ତି ଜାରି କରିଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ।

ସେପଟେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଶ୍ରୀମନ୍ଦିରରେ ଆରମ୍ଭ ହୋଇ ସାରିଛି ଦେବସ୍ନାନ ନୀତି। ଆଜି ଠାରୁ ମହାପ୍ରଭୁଙ୍କ ପାଇଁ ସୁନା କୂଅରୁ ଜଳ କଢ଼ାଯାଇ ସ୍ନାନ ମନ୍ତ୍ର ଉପଚାର କରାଯାଏ ଅଧିବାସ ଜଳକୁ ରଖାଯାଇଛି । ମହାପ୍ରଭୁ ଦୈନନ୍ଦିନ ବିମ୍ବ ସ୍ନାନ କରୁଥିବା ବେଳେ ବର୍ଷକରେ ଥରେ ଦେବସ୍ନାନ ପୂର୍ଣ୍ଣିମାରେ କରିବେ ଜ୍ୟେଷ୍ଠା ସ୍ନାନ ବା ପ୍ରତ୍ୟକ୍ଷ ସ୍ନାନ ।

ଏଥିସହ ପଢ଼ନ୍ତୁ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା,ଭୋର ୫ଟାରୁ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି 

ଗତକାଲି ବାହୁଟ କଣ୍ଟ ପରେ ଆଜି ସରିଛି ସେନାପଟା ଲାଗି ନୀତି । ସେପଟେ ଆଜି ମହାପ୍ରଭୁଙ୍କ ଚତୁର୍ଥୀ ହୋମ ପରେ ହେବ ପହୁଡ଼ । ଭୋର୍ ୫ଟାରୁ ୭ଟା ମଧ୍ୟରେ ପହଣ୍ଡି, ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ ଓ ସ୍ନାନ ନୀତି, ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ, ସନ୍ଧ୍ୟା ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ, ରାତି ୧୧ରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ହେବ ।

ଜଗନ୍ନାଥଙ୍କୁ ୩୫ଗରା, ବଳଭଦ୍ରଙ୍କୁ ୩୩ଗରା, ସୁଭଦ୍ରାଙ୍କୁ ୨୨ଗରା ଓ ସୁଦର୍ଶନଙ୍କୁ ୧୮ଗରା ଜଳ ଲାଗି ହେବ । ଜଳ ବିଜେ ଓ ହାତୀ ବେଶ ଅକ୍ଷତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀକୁ କଡ଼ାକଡ଼ି ଅନୁପାଳନ ପାଇଁ ବ୍ୟବସ୍ଥା ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Schools Closed on Monday for Snana Purnima: DEO Issues Order | Argus News | Argus News