Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବା

Odisha

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବା

Jitendra Dash
Browse all articles by Jitendra Dash
·2 years ago·1 min read
ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବା

ଅର୍ଗସ ବ୍ୟୁରୋ : ବିଶ୍ୱର ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ ଶ୍ରୀକ୍ଷେତ୍ର । ସେହି ଧାମର ଜଗତଗୁରୁ ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀମନ୍ଦିର ପରିଚାଳନା ଓ ନିତିକାନ୍ତିକୁ ନେଇ କ୍ଷୋଭ ପ୍ରକାଶ କରିବା ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବା । 

ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପରିଚାଳନା କାର୍ଯ୍ୟ ହୋଇଥାଏ ବୋଲି ପ୍ରାଚୀନ ସମୟରୁ ମାଦଳା ପାଞ୍ଜିରେ ଲିପିବଦ୍ଧ ଅଛି । ଏହାକୁ ମଧ୍ୟ ସୁପ୍ରିମକୋର୍ଟ ତର୍ଜମା କରି ସମ୍ମତି ପ୍ରଦାନ କରିଛନ୍ତି । କିନ୍ତୁ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବା ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ମହାନ୍ତି କହିଛନ୍ତି ଯେ, ପୁରୀର ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉନାହିଁ । କିନ୍ତୁ ସୌନ୍ଦର୍ଯ୍ୟ ନାଁରେ ପୁରୀ ଧାମର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନଷ୍ଟ ନକରି ରାଜ୍ୟ ସରକାର ତାହା ବଜାୟ ରଖନ୍ତୁ । ଶଙ୍କରାଚାର୍ଯ୍ୟ ଓ ଗଜପତି ଶ୍ରୀମନ୍ଦିରର ଅଂଶ ବିଶେଷ । ବିଶେଷ କରି ଶଙ୍କରାଚାର୍ଯ୍ୟଙ୍କ ଏଭଳି କ୍ଷୋଭ କେବଳ ସାଢ଼େ ଚାରିକୋଟି ଓଡ଼ିଶାବାସୀ ନୁହଁ ସମସ୍ତ ଦେଶର ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇଛି । ଶଙ୍କରାଚାର୍ଯ୍ୟଙ୍କ ମତକୁ ସମ୍ମାନ ଦେଇ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।  

Sponsored
puri shankaracharya | Argus News