Panchuka Darshan Plan / ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, କାର୍ତ୍ତିକ ମାସ ପରେ ହେବ ଧାଡ଼ି ଦର୍ଶନ
·8 months ago·2 min read

Key Points
ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା
ସିଂହଦ୍ୱାର ପଟେ ପ୍ରବେଶ, ବାକି ୩ ଦ୍ୱାରରେ ପ୍ରସ୍ଥାନ
କାର୍ତ୍ତିକ ମାସ ପରେ ହେବ ଧାଡ଼ି ଦର୍ଶନ
ସିଂହଦ୍ୱାର ପଟେ ପ୍ରବେଶ, ବାକି ୩ ଦ୍ୱାରରେ ପ୍ରସ୍ଥାନ
କାର୍ତ୍ତିକ ମାସ ପରେ ହେବ ଧାଡ଼ି ଦର୍ଶନ
ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା । ପଞ୍ଚୁକ ପାଞ୍ଚ ଦିନ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ଯାହା ଆବଶ୍ୟକ କରାଯିବ । ସିଂହଦ୍ୱାର ପଟେ ସମସ୍ତେ ପ୍ରବେଶ କରିବେ, ବାକି ତିନି ଦ୍ୱାରରେ ବାହାରିବେ । ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ଯୋଜନା । ଯାହା ଦ୍ବାରା ସୁଗମ ହେବ ଦର୍ଶନ । ପଞ୍ଚୁକ ୫ ଦିନ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ଯାହା ଆବଶ୍ୟକ କରାଯିବ । କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ତାପରେ ରତ୍ନଭଣ୍ଡାର ଗଣତି ମଣତି ଆରମ୍ଭ ହେବ । ଏନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ବୈଠକ ସରିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ତେବେ ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଥିବାରୁ ଶୃଙ୍ଖଳିତ ଦର୍ଶନ ନେଇ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଦର୍ଶନ ପରେ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ । ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ବାରା ଭକ୍ତ ମାନଙ୍କୁ ମୁଠେମୁଠେ ମହାପ୍ରସାଦ ବଣ୍ଟନ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଅଛି । ଦର୍ଶନ ଶୃଙ୍ଖଳା ନେଇ ସେବାୟତ ମାନଙ୍କ ସହ ଆଲୋଚନା ହୋଇଥିବା ବେଳେ କେବଳ କାର୍ତ୍ତିକ ପୁର୍ଣିମା ଦିନ ଭିତରକାଠ ଦର୍ଶନ ଅନୁଷ୍ଠିତ ହେବ । ପଞ୍ଚୁକର ପ୍ରଥମ ତିନି ଦିନ କିନ୍ତୁ ବାହାରକାଠରୁ ଭକ୍ତମାନେ ଦର୍ଶନ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଭକ୍ତ ମାନଙ୍କ ସୁବିଧା ନେଇ ସମସ୍ତ ପ୍ରକାରର ସେବା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି ।
ସେହିପରି ପଞ୍ଚୁକ ସମୟରେ ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ କରିବା ନେଇ ପରିଚାଳନା କମିଟି ସଦସ୍ୟ ସମେତ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ରହିବେ । ଭକ୍ତମାନଙ୍କ ସୁବିଧାରେ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ କରାଯାଇଥିବା ବେଳେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ଦି'ଥର ଧସିଲାଣି ପାହାଡ଼; ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଭୟରେ ଲୋକେ
ସେପଟେ ଶ୍ରୀମନ୍ଦିରରେ ଆଗାମୀ ପଞ୍ଚୁକ ନୀତି କାନ୍ତି ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଞ୍ଚୁକରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସେବାୟତ ମାନେ ତାଙ୍କର ଜଜମାନ ମାନଙ୍କୁ ଅନ୍ୟଦ୍ଵାର ଦେଇ ମନ୍ଦିର ଭିତରକୁ ପ୍ରବେଶ ନ କରାଇବା ପାଇଁ ମତାମତ ଦେଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ତେବେ ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଥିବାରୁ ଶୃଙ୍ଖଳିତ ଦର୍ଶନ ନେଇ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଦର୍ଶନ ପରେ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ । ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ବାରା ଭକ୍ତ ମାନଙ୍କୁ ମୁଠେମୁଠେ ମହାପ୍ରସାଦ ବଣ୍ଟନ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଅଛି । ଦର୍ଶନ ଶୃଙ୍ଖଳା ନେଇ ସେବାୟତ ମାନଙ୍କ ସହ ଆଲୋଚନା ହୋଇଥିବା ବେଳେ କେବଳ କାର୍ତ୍ତିକ ପୁର୍ଣିମା ଦିନ ଭିତରକାଠ ଦର୍ଶନ ଅନୁଷ୍ଠିତ ହେବ । ପଞ୍ଚୁକର ପ୍ରଥମ ତିନି ଦିନ କିନ୍ତୁ ବାହାରକାଠରୁ ଭକ୍ତମାନେ ଦର୍ଶନ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଭକ୍ତ ମାନଙ୍କ ସୁବିଧା ନେଇ ସମସ୍ତ ପ୍ରକାରର ସେବା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି ।
ସେହିପରି ପଞ୍ଚୁକ ସମୟରେ ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ କରିବା ନେଇ ପରିଚାଳନା କମିଟି ସଦସ୍ୟ ସମେତ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ରହିବେ । ଭକ୍ତମାନଙ୍କ ସୁବିଧାରେ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ କରାଯାଇଥିବା ବେଳେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories