Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jagannath Temple / ପଞ୍ଚୁକ ପ୍ରଥମ ୩ ଦିନ ବାହାର କାଠରୁ ଦର୍ଶନ, ନିଖୋଜଙ୍କ ସନ୍ଧାନ ପାଇଁ ୩ ଦ୍ଵାରରେ ବ୍ୟବସ୍ଥା

Sushanta Sahoo
Browse all articles by Sushanta Sahoo
·8 months ago·2 min read
ପଞ୍ଚୁକ ପ୍ରଥମ ୩ ଦିନ ବାହାର କାଠରୁ ଦର୍ଶନ, ନିଖୋଜଙ୍କ ସନ୍ଧାନ ପାଇଁ ୩ ଦ୍ଵାରରେ ବ୍ୟବସ୍ଥା

Key Points

ପଞ୍ଚୁକର ପ୍ରଥମ ତିନିଦିନ କେବଳ ବାହାର କାଠରୁ ଶ୍ରୀଜୀଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ଭିତର କାଠ ଦର୍ଶନ ସୁଯୋଗ ମିଳିବ । ଭିଡ଼ ଭିତରେ ନିଖୋଜ ଭକ୍ତମାନଙ୍କୁ ଖୋଜି ପାଇବ ଲାଗି ତିନିଦ୍ୱାରରେ ବ୍ୟବସ୍ଥା କରାଯିବ ।
ପୁରୀ: ପଞ୍ଚୁକ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗଳା ବାଟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଉପରେ ଲାଗିବ କଟକଣା । ଯାତ୍ରୀପଣ୍ଡାଙ୍କୁ ଏନେଇ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପଞ୍ଚୁକ ସମୟରେ ସମସ୍ତ ହବିଷ୍ୟାଳିଙ୍କ ସମେତ ଭକ୍ତମାନଙ୍କୁ ମାଗଣାରେ ମହାପ୍ରସାଦ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

ପଞ୍ଚୁକର ପ୍ରଥମ ତିନିଦିନ କେବଳ ବାହାର କାଠରୁ ଶ୍ରୀଜୀଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ଭିତର କାଠ ଦର୍ଶନ ସୁଯୋଗ ମିଳିବ । ଭିଡ଼ ଭିତରେ ନିଖୋଜ ଭକ୍ତମାନଙ୍କୁ ଖୋଜି ପାଇବ ଲାଗି ତିନିଦ୍ୱାରରେ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ ।

ଏଥିସହ ପଢ଼ନ୍ତୁ: ଭକ୍ତଙ୍କୁ ରକ୍ଷା କଲେ ହନୁମାନ; ମାରି ଦେଇଥାନ୍ତା ବିରାଟ ପଥର !

ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିବେ । ପଞ୍ଚୁକରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସେବାୟତ ମାନେ ତାଙ୍କର ଜଜମାନ ମାନଙ୍କୁ ଅନ୍ୟଦ୍ଵାର ଦେଇ ଭିତରକୁ ନେବେ ନାହିଁ । ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଥିବାରୁ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଦର୍ଶନ ପରେ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ ।

ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ମୁଠାଏ ମୁଠାଏ ମହାପ୍ରସାଦ ବଣ୍ଟନ କରାଯିବ । ଏନେଇ ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ କରିବା ନେଇ ପରିଚାଳନା କମିଟି ସଦସ୍ୟ ସମେତ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ରହିବେ ।

ଏଥିସହ ପଢ଼ନ୍ତୁ: କାର୍ତ୍ତିକରେ ଶ୍ରୀଲିଙ୍ଗରାଜ ଉପାସ, ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁଙ୍କ ନୀତିକାନ୍ତି

ସୁବିଧାରେ ଭକ୍ତମାନେ କିଭଳି ଶ୍ରୀଜୀଉଙ୍କ ଦର୍ଶନ କରିବେ ସେ ନେଇ ବଡ଼ଦାଣ୍ଡରେ ବାରିକେଡ୍ କରାଯାଇଛି । ନିଖୋଜ ଶ୍ରଦ୍ଧାଳୁଙ୍କ ଅନୁସନ୍ଧାନ କରିବା ଲାଗି ଅନୁସନ୍ଧାନ କେନ୍ଦ୍ର ସମେତ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ମହାପ୍ରଭୁଙ୍କ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର । ଗୁରୁବାର ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ବୈଠକରେ । ଶ୍ରୀମନ୍ଦିର ପରିଚାଳନା କମିଟିର ସବ୍ କମିଟି ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର । ମୁଖ୍ୟ ପ୍ରଶାସକଙ୍କ ସହ ପରିଚାଳନା କମିଟିର ସଦସ୍ୟ ଓ ନୀତି ପ୍ରଶାସକଙ୍କ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri Srimandir Issues New Guidelines for Panchuka; Free Mahaprasad for Devotees | Argus News | Argus News