Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar Inventory / ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ରତ୍ନ ଗଣତି, SOP ଅନୁଯାୟୀ ଚାଲିବ ପ୍ରକ୍ରିୟା

Santosh Kumar Sahoo
Browse all articles by Santosh Kumar Sahoo
·6 hours ago·2 min read
ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ରତ୍ନ ଗଣତି, SOP ଅନୁଯାୟୀ ଚାଲିବ ପ୍ରକ୍ରିୟା
Ratna Bhandar Inventory

Key Points

ଶ୍ରୀଜିଉଙ୍କ ଅଳଙ୍କାର ଗଣତି ଆଜି
ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ
SOP ଅନୁଯାୟୀ ଚାଲିବ ପ୍ରକ୍ରିୟା
ଆଜି ଗୋଟିଏ ଦିନ ପାଇଁ ହେବ ଶ୍ରୀଜିଉଙ୍କ ରତ୍ନ ଗଣତି କାର୍ଯ୍ୟ । ଶ୍ରୀଜିଉମାନଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାରାଦିର ଗଣତି ହେବ । ଗତ ୨୩ ମେ' ୨୦୨୬ ତାରିଖଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା ।

ଶ୍ରୀଜିଉମାନଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାରାଦିର ଗଣତି ହୋଇପାରିନଥିଲା । ଏହି ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାବଳୀ ଓ SOP ଅନୁଯାୟୀ ସମ୍ପାଦନ କରାଯିବ । ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟର ତାରିଖ ପରବର୍ତ୍ତୀ ସମୟରେ ଅବଗତ କରାଯିବ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସୂଚାରୁରୂପେ ସମ୍ପାଦନ ପାଇଁ ପୂର୍ବଭଳି ସମସ୍ତ ସେବାୟତ ଏବଂ ସଦସ୍ୟମାନଙ୍କ ଆନ୍ତରିକ ସହଯୋଗ କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଅଧିକ ପଢ଼ନ୍ତୁ: ମହାପ୍ରଭୁଙ୍କ ବିନା ଟାହିଆ ପହଣ୍ଡି ପ୍ରସଙ୍ଗ; କଣ ହୋଇଥିଲା କହିଲେ ବାଡଗ୍ରାହୀ ସେବକ

ସେପଟେ ଆଡ଼ପ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି । ଗୁଣ୍ଡିଚା ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ । ୧୧ ଟା ୩୦ ରେ ପହଣ୍ଡି ଶେଷ ହେବାପରେ ରାତ୍ର ୩ ଟା ୩୦ ସୁଦ୍ଧା ଶ୍ରୀବିଗ୍ରହଙ୍କ ରୁନ୍ଧା ଶେଷ ହୋଇଛି । ଆଡ଼ପ ମଣ୍ଡପରେ ରୁନ୍ଧା ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସକାଳ ୬ ଟା ୨୦ ସୁଦ୍ଧା ଦଇତାପତି ସର୍ବାଙ୍ଗ ହୋଇଥିବା ବେଳେ କୋଠ ସୁଆଁସିଆ ମାନେ ସକାଳ ୬ ଟା ୩୫ ବେଳକୁ ଭିତରକୁ ପ୍ରବେଶ କରିଛନ୍ତି । ଚାରମାଳ ଫିଟାଯିବା ପରେ ଦ୍ୱାରଫିଟା, ମଙ୍ଗଳ ଆଳତୀ ହେବ । ପୂର୍ବାହ୍ନ ୧୦ ଟା ପରେ ଚଳିତ ବର୍ଷ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ପ୍ରଥମ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ଆଡ଼ପ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର । ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼। ଲମ୍ବା ଲାଇନରେ ଅପେକ୍ଷା କରିଛନ୍ତି ହଜାର ହଜାର ଭକ୍ତ। ତିନି ଟିକିଆ ଲାଇନରେ ଠିଆ ହୋଇଛନ୍ତି ଶ୍ରଦ୍ଧାଳୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored