Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଉଡିଲା ଡ୍ରୋନ୍, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଭିଡିଓ

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ଉଡିଲା ଡ୍ରୋନ୍, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡିଛି ଶ୍ରୀମନ୍ଦିର ସୁରକ୍ଷା । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଶ୍ରୀମନ୍ଦିର ଥାଇ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଅବାଧରେ ଯାଉଛି ମୋବାଇଲ ଓ ଶ୍ରୀମନ୍ଦିର ଉପରେ ସୁରକ୍ଷାକୁ ବେଖାତିର୍ କରି ଉଡୁଛି ଡ୍ରୋନ୍ । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଅବହେଳା ଓ ପୋଲିସ ପ୍ରଶାସନର ଅପାରଗତା ପଦାରେ ପଡିଛି । 

କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ବିଶ୍ୱନୀୟନ୍ତା ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟକଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ପୁରୀରେ ଦେଖିବାକୁ ମିଳିଥାଏ । ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରି ଭକ୍ତମାନେ ଆତ୍ମତୃପ୍ତି ଲାଭ କରିଥାନ୍ତି । ହେଲେ ଶ୍ରୀମନ୍ଦିରକୁ ନେଇ ବିବାଦ ପିଛା ଛାଡୁନି । କେତେବେଳେ ବ୍ରହ୍ମବିଭ୍ରାଟ ତ ଆଉ କେତେବେଳେ ରତ୍ନଭଣ୍ଡାର ରହସ୍ୟ ଓ ରୋଷଶାଳାରେ ପଶି ଦୁର୍ବୁତ୍ତଙ୍କ ଚୁଲା ଭଙ୍ଗା ଘଟଣା । ଆଉ କେତେବେଳେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ମହାପ୍ରଭୁଙ୍କ ପହୁଡ ହେଉନଥିବା ବେଳେ ଖାଡା ଉପାସ ମହାପ୍ରଭୁ ରହୁଥିବା ନଜିର୍ ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିପାରିବ ନାହିଁ । ଶ୍ରୀମନ୍ଦିର ଭିତରେ ମୋବାଇଲରେ ଫଠୋ ଉଠାଯାଇପାରିବ ନାହିଁ । ନିୟମ କଡାକଡି, କିନ୍ତୁ ଗଳାବାଟେ ଚାଲିଛି ଅନିୟମିତତା । ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ । ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଅସନ୍ତୁଷ୍ଟ ବରିଷ୍ଠ ସେବାୟତ । ଏସବୁକୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଛନ୍ତି ଭକ୍ତ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ୭୫ମିଟର ଉଚ୍ଛେଦ ପରେ ପରିକ୍ରମା ପ୍ରକଳ୍ପର ସୁରକ୍ଷା ପାଇଁ ରାଜ୍ୟସରକାର ସ୍ବତନ୍ତ୍ର ବାଟାଲିୟାନ ନିଷ୍ପତ୍ତି ନେଇଛନ୍ତି । ସେପଟେ ଡ୍ରୋନରେ ଯେଉଁ ଚିତ୍ର ଉତ୍ତୋଳନ ସାମ୍ନାକୁ ଆସିଛି ତାଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ଏଭଳି କାମ ରୋକିବା ପାଇଁ ହୋଟେଲିୟର ଓ ଲଜିଂ ମାଲିକଙ୍କୁ ନେଇ ବୈଠକ କରାଯିବ ବୋଲି କହିଛନ୍ତି ପୁରୀ ଏସପି ।

Sponsored
puri srimandir safety issues | Argus News