Train Incident / ବଡ଼ ଅଘଟଣ; ପୁରୀ ଷ୍ଟେସନରେ ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନଚ୍ୟୁତ୍
·1 hour ago·2 min read

Key Points
ଟ୍ରାକ୍ରୁ ଖସିଲା ତାଳଚେର-ପୁରୀ ମେମୁ ପାସେଞ୍ଜର । ଟ୍ରେନ୍ଟି ପୁରୀ ରେଲୱେ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ପ୍ରବେଶ ପୂର୍ବରୁ ଲାଇନଚ୍ୟୁତ୍ ହୋଇଥିବା ଜଣାପଡ଼ିଛି ।
ପୁରୀ: ପୁରୀ ରେଲୱେ ଷ୍ଟେସନ ନିକଟରେ ବଡ଼ ଅଘଟଣ । ଟ୍ରାକ୍ରୁ ଖସିଲା ତାଳଚେର-ପୁରୀ ମେମୁ ପାସେଞ୍ଜର । ଟ୍ରେନ୍ଟି ପୁରୀ ରେଲୱେ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ପ୍ରବେଶ ପୂର୍ବରୁ ଲାଇନଚ୍ୟୁତ୍ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ତାଳେଚରରୁ ପୁରୀ ଆସୁଥିବା ମେମୁ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି । ପୁରୀ ଷ୍ଟେସନର ୫୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି । ମେମୁ ଟ୍ରେନଟି ୩ ନମ୍ବର ପ୍ଲାଟଫର୍ମରେ ପ୍ରବେଶ କରିବା ସମୟରେ ଟ୍ରାକ୍ରୁ ବିଚ୍ୟୁତ୍ ହୋଇଛି ।
ଏଥିସହ ପଢ଼ନ୍ତୁ: ପୋଲିସ୍ ସେବା ପୁରସ୍କାର ଘୋଷଣା,ଓଡ଼ିଶାର ୧୭ ଜଣ ପାଇବେ ପୋଲିସ୍ ସେବା ପୁରସ୍କାର
୩ ନମ୍ବର ପ୍ଲାଟଫର୍ମକୁ ଟ୍ରେନ୍ଟି ପ୍ରବେଶ କରିବା ବେଳେ ଗତି ଧିର ଥିଲା । ସେହି ସମୟରେ ଟ୍ରେନର କିଛି ଚକ ଟ୍ରାକ୍ ବାହାରକୁ ପଳାଇ ଆସିଥିଲା । ଟ୍ରେନ୍ରେ ପ୍ରାୟ ୭୦୦ ଯାତ୍ରୀ ଥିବାବେଳେ ସମସ୍ତେ ବଡ଼ ବିପଦରୁ ରକ୍ଷା ପାଇ ଯାଇଛନ୍ତି ।
କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ସଙ୍ଗେ ସଙ୍ଗେ ବ୍ରେକ୍ ମାରି ଟ୍ରେନକୁ ଅଟକାଇ ଦେଇଥିଲେ । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଟ୍ରେନ୍ରୁ ଓହ୍ଲାଇ ଦିଆଯାଇ ମେମୁକୁ ପୁଣି ଟ୍ରାକ୍କୁ ଆଣିବାକୁ ରେଲୱେ କର୍ମଚାରୀ ଉଦ୍ୟମ କରୁଛନ୍ତି ।
ତେବେ ତାଳଚେର-ପୁରୀ ମେମୁ ଟ୍ରେନ୍ ଲାଇନଚ୍ୟୁତ୍ ହେବା ଯୋଗୁଁ ଅନ୍ୟ ଟ୍ରେନ୍ର ଯିବାଆସିବାରେ କୌଣସି ବାଧା ସୃଷ୍ଟି ହୋଇ ନାହିଁ । ମେମୁ ଟ୍ରେନ୍ରେ ଥିବା ଯାତ୍ରୀ ଟ୍ରାକ୍ରେ ଚାଲି ଚାଲି ପୁରୀ ଷ୍ଟେସନକୁ ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଣି କୂଳ ଲଙ୍ଘିଲା ସମୁଦ୍ର, ଘରେ ପଶିବ ସମୁଦ୍ରପାଣି, ଲୋକେ ଭୟଭୀତ
ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନଚ୍ୟୁତ୍ ହେବା ପରେ କିଛି ସମୟ ପାଇଁ ଷ୍ଟେସନରେ ଆତଙ୍କ ଖେଳି ଯାଇଥିଲା । ଟ୍ରେନ୍ରେ ଥିବା ଯାତ୍ରୀ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ । ରେଳବାଇ କର୍ମଚାରୀ ଏବଂ RPF ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ । ତେବେ କେଉଁ କାରଣରୁ ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରାକ୍ରୁ ଖସିଲା । ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

#WATCH | Odisha: A major mishap was averted near Puri Station. The Talcher to Puri MEMU Passenger train derailed just 500 meters away from Puri Station. The incident occurred near Platform No. 3. As the train was moving at a slow speed, there was no major damage. No injuries have… pic.twitter.com/UnqiXUltBx
— Argus News (@ArgusNews_in) August 14, 2026
କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ସଙ୍ଗେ ସଙ୍ଗେ ବ୍ରେକ୍ ମାରି ଟ୍ରେନକୁ ଅଟକାଇ ଦେଇଥିଲେ । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଟ୍ରେନ୍ରୁ ଓହ୍ଲାଇ ଦିଆଯାଇ ମେମୁକୁ ପୁଣି ଟ୍ରାକ୍କୁ ଆଣିବାକୁ ରେଲୱେ କର୍ମଚାରୀ ଉଦ୍ୟମ କରୁଛନ୍ତି ।
ତେବେ ତାଳଚେର-ପୁରୀ ମେମୁ ଟ୍ରେନ୍ ଲାଇନଚ୍ୟୁତ୍ ହେବା ଯୋଗୁଁ ଅନ୍ୟ ଟ୍ରେନ୍ର ଯିବାଆସିବାରେ କୌଣସି ବାଧା ସୃଷ୍ଟି ହୋଇ ନାହିଁ । ମେମୁ ଟ୍ରେନ୍ରେ ଥିବା ଯାତ୍ରୀ ଟ୍ରାକ୍ରେ ଚାଲି ଚାଲି ପୁରୀ ଷ୍ଟେସନକୁ ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଣି କୂଳ ଲଙ୍ଘିଲା ସମୁଦ୍ର, ଘରେ ପଶିବ ସମୁଦ୍ରପାଣି, ଲୋକେ ଭୟଭୀତ
ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନଚ୍ୟୁତ୍ ହେବା ପରେ କିଛି ସମୟ ପାଇଁ ଷ୍ଟେସନରେ ଆତଙ୍କ ଖେଳି ଯାଇଥିଲା । ଟ୍ରେନ୍ରେ ଥିବା ଯାତ୍ରୀ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ । ରେଳବାଇ କର୍ମଚାରୀ ଏବଂ RPF ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ । ତେବେ କେଉଁ କାରଣରୁ ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରାକ୍ରୁ ଖସିଲା । ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories