Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାରମ୍ପରିକ ରୀତିରେ ସମ୍ପନ୍ନ ହେଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

Odisha

ପାରମ୍ପରିକ ରୀତିରେ ସମ୍ପନ୍ନ ହେଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

Jitendra Dash
Browse all articles by Jitendra Dash
·2 years ago·1 min read
ପାରମ୍ପରିକ ରୀତିରେ ସମ୍ପନ୍ନ ହେଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ଅର୍ଗସ ବ୍ୟୁରୋ : ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ସମ୍ପନ୍ନ ହୋଇଛି । ଇଷ୍ଟଦେବୀ କନକଦୁର୍ଗାଙ୍କ ପାଖରେ ପୂଜା ବିଧି ପରେ ନୀତି ସଂପନ୍ନ ହୋଇଛି । ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ।

ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପାରମ୍ପରିକ ପୋଷାକ ପିନ୍ଧି ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ କରାଯାଇ ନୂଆ ପଇତା ଲାଗି କରାଯାଇଥିଲା । ଏହା ପରେ ଅଭିଷେକ ଆରମ୍ଭ କରାଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଷେକ ମହୋତ୍ସବ ପରେ ଷୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ । ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଗଜପତିଙ୍କ ଉଜ୍ୱଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ ।

Sponsored
Pushyaabhishek Of Gajapati Maharaj Dibyasingha Deb Performed In Puri | Argus News