Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

ନବରଙ୍ଗପୁର : ଏବେ ଝରୀଗାଁ ଅଞ୍ଚଳରେ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛନ୍ତି ଡକାୟତ। ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା ,  ଯାହାକୁ ନେଇ ଅଞ୍ଚଳରେ ଏବେ କୋକୁଆଭୟ ସୃଷ୍ଟିହୋଇଛି । କହିବାକୁ ଗଲେ 43ଦିନ ମଧ୍ୟରେ ଝରୀଗାଁ ଅଞ୍ଚଳରେ ମରଣାସ୍ତ୍ର ଦେଖାଇ ତିନୋଟି ଡକାୟତି ଘଟଣା ଘଟିଯାଇଛି । ପୋଲିସର ଗୋଟିଏ ତଦନ୍ତ ସରିନଥିବା ବେଳେ ଆଉ ଏକ ଘଟଣା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଛି । ସମାନ ଢଙ୍ଗରେ ମରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସୁନା ଲୁଟ। ଘଟଣାଟି ଘଟିଛି ଝରୀଗାଁ ବ୍ଲକ ଭାଲୁକାନାଡି ଗ୍ରାମରେ। ରାତି ପ୍ରାୟ ଏକଘଣ୍ଟ ସମୟରେ ଭାଲୁକାନାଡିର ଜଣେ ବ୍ୟବସାୟୀ ଅମୀୟ କୁମାର ଦାସ ସେ ଏକୁଟିଆ ବୃଦ୍ଧ ଜଣକ ଘରେ ଥିବାବେଳେ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କା ପ୍ରଥମେ ଗେଟ ତାଲା ଭାଙ୍ଗି ଘରେ ପଶି ବୃଦ୍ଧଜଣକୁ ଘେରିଯାଇଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ସାତ ରୁ ଆଠ ଜଣ ତେବେ ସମସ୍ତଙ୍କ ହାତରେ ଧାରୁଆ ମରଣାସ୍ତ୍ର ଥିବାବେଳେ ବୃଦ୍ଧ ଅମୀୟ ଙ୍କ ମୁଣ୍ଡରେ ଖଣ୍ଡା ରଖି ହାତଦୁଇଟିକୁ ବାନ୍ଧି ଦେଇଥିଲେ ଏବଂ ଗୋଟି ଗୋଟି କରି ଖୋଜି କଳାକନା ବୁଲେଇ ଦେଲେ ଦୁର୍ବୃତ୍ତ। ବ୍ୟବସାଇ ଙ୍କ ସୂଚନା ପ୍ରକାରେ ଲକ୍ଷାଧିକ ଟଙ୍କା ସମେତ ସବୁ ସୁନା ଅଳଙ୍କାର ଲୁଟିନେଇଥିଲେ,ଏବଂ ମୋବାଇଲ ଟି ଛଡେଇ ନେଇ ଘରଠାରୁ ନିକଟର ସ୍କୁଲ ପାଖରେ ଫୋପାଡ଼ିଦେଇ ତେବେ ଏହି ଲୁଟ ରେ ଆଠରୁ ଦଶଜଣ ଦୁର୍ବୃତ୍ତ ସାମିଲଥିବା ବେଳେ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି ବ୍ୟବସାୟୀ ଅମୀୟ ଦାସ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored