Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଥା ଦେଇ କଥା ରଖିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Jitendra Dash
Browse all articles by Jitendra Dash
·2 years ago·1 min read
କଥା ଦେଇ କଥା ରଖିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଅର୍ଗସ ବ୍ୟୁରୋ : କଥା ଦେଇ କଥା ରଖିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକ ରେଳ ଷ୍ଟେସନରେ ଥିବା 'ଗୋଟିଏ ଷ୍ଟେସନ୍-ଗୋଟିଏ ଉତ୍ପାଦ ଷ୍ଟଲ୍' ରେ ଉପଲବ୍ଧ ହେଲା ମାଣିଆବନ୍ଧ ଶାଢୀ । ଯାତ୍ରୀମାନେ ଷ୍ଟେସନ ପରିସରରେ ପ୍ରସିଦ୍ଧ ମାଣିଆବନ୍ଧ ହ୍ୟାଣ୍ଡଲୁମ୍ ଉତ୍ପାଦ ପାଇପାରିବେ । 

ନିକଟରେ ଓଡିଶାର ବଡମ୍ବା ଗସ୍ତରେ ଆସି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ମାଣିଆବନ୍ଧ ହସ୍ତତନ୍ତ ଶାଢୀ ବୁଣାକାରଙ୍କୁ 'ଗୋଟିଏ ଷ୍ଟେସନ୍-ଗୋଟିଏ ଉତ୍ପାଦ ଷ୍ଟଲ୍' ଯୋଜନାରେ କଟକ ଷ୍ଟେସନରେ ମାଣିଆବନ୍ଧ ହସ୍ତଦନ୍ତ ଉତ୍ପାଦ ବିକ୍ରୟର ସୁଯୋଗ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ଷ୍ଟେସନ୍-ଗୋଟିଏ ଉତ୍ପାଦ: ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର/ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଏକ ଯୋଜନା । ରେଳ ଷ୍ଟେସନ ସେମାନଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମାର୍କେଟିଂ ଚ୍ୟାନେଲ ଭାବରେ କାର୍ଯ୍ୟ କରିବ ।

Sponsored
Railway Minister Ashwini Vaishnav | Argus News