ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ମଞ୍ଚପଡା ଠାରେ ନୂତନ ପାସେଞ୍ଜର ହଲ୍ଟ ଷ୍ଟେସନ୍ ଅନୁମୋଦନ

ଅର୍ଗସ ବ୍ୟୁରୋ : ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ୧୩ ଜାନୁୟାରୀ ୨୦୨୪ରେ ଏହି ଅଞ୍ଚଳ ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ସେମାନଙ୍କର ଯାତାୟାତ ସୁବିଧାପାଇଁ ମଞ୍ଚପଡା ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ଦାବି କରିଥିଲା ବେଳେ ଏହି ସମସ୍ୟା ଦୂର ସହିତ ଏଠାରେ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଶ୍ରୀ ବୈଷ୍ଣବ ତାଙ୍କ ସ୍ୱତନ୍ତ୍ର ପଦକ୍ଷେପ ସହିତ ଖଡ଼ଗପୁର ରେଳ ମଣ୍ଡଳର ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନର ଜୁଗପୁରା ଏବଂ ଠାକୁରତୋଟା ଷ୍ଟେସନ ମଧ୍ୟରେ ମଞ୍ଚପଡା ଠାରେ ଏକ ପାସେଞ୍ଜର ହଲ୍ଟ ଷ୍ଟେସନ୍ ନିର୍ମାଣ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହା ଫଳରେ ଏହା ରେଳ ବୋର୍ଡରୁ ମଧ୍ୟ ଅନୁମତି ପାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭାରତୀୟ ରେଳବାଇ ବର୍ତ୍ତମାନ ସୁବିଧା ପ୍ରଦାନ କରୁଥିବା ଯାତ୍ରୀ ପରିଷେବା ଗୁଡିକର ନବୀକରଣ କରୁଛି ଏବଂ ନିୟମିତ ଭାବେ ଅଧିକ ଯାତ୍ରୀ ସୁବିଧା ଯୋଗାଉଛି । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ରେଳମନ୍ତ୍ରୀ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ମଞ୍ଚପଡା ଠାରେ ଏକ ନୂତନ ଷ୍ଟେସନ ଯୋଗାଇଦେବା ତାଙ୍କ ଗସ୍ତ ସମୟରେ ଦେଇଥିବା ପ୍ରତିଶ୍ରୁତିର ଦୁଇ ସପ୍ତାହ ମଧ୍ୟରେ ପୂରଣ କରିଛନ୍ତି । ଫଳସ୍ୱରୂପ, ସ୍ଥାନୀୟ ବାସିନ୍ଦାମାନେ ବହୁ ଉପକୃତ ହେବେ । ନୂତନ ଷ୍ଟେସନ ଛାତ୍ର, କ୍ଷୁଦ୍ର ବ୍ୟବସାୟୀ, ଶ୍ରମିକ, ଦୈନିକ ଯାତ୍ରୀ ମାନଙ୍କ ପାଇଁ ଦ୍ରୁତ ଯୋଗାଯୋଗକୁ ସୁଗମ କରିବ ।