Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୩ ଜାନୁଆରୀ ୨୦୨୪ରେ ରେଳମନ୍ତ୍ରୀ ନୂଆ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ

Jitendra Dash
Browse all articles by Jitendra Dash
·2 years ago·1 min read
୧୩ ଜାନୁଆରୀ ୨୦୨୪ରେ ରେଳମନ୍ତ୍ରୀ ନୂଆ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ

ଅର୍ଗସ ବ୍ୟୁରୋ : ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୧୩ ଜାନୁଆରୀ ୨୦୨୪ରେ ଗୋପୀନାଥପୁର ନୀଳଗିରି ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାକୁ ସବୁଜାପତାକା ପ୍ରଦର୍ଶନ କରି ଶୁଭାରମ୍ଭ, ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନ୍ ଲୋକାର୍ପଣ, ଉପମାର୍ଗ (ସବ୍ ୱେ)  ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବେତନଟୀ ରେଳ ଷ୍ଟେସନରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦ୍ଗାଟନ କରିବେ । 

ଗୋପୀନାଥପୁର ନୀଳଗିରି ଏବଂ ବାଲେଶ୍ୱର ମଧ୍ୟରେ ନୂତନ ଯାତ୍ରୀବାହୀ ଲାଇନର ଉଦଘାଟନ ହେବା ସହିତ ଏହି ଅଞ୍ଚଳର ଲୋକମାନେ ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇପାରିବେ । ତିନିଯୋଡ଼ି ମେମୁ ଟ୍ରେନ୍ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ବେତନଟୀରେ ନୂତନ ପିଆରଏସ୍ କାଉଣ୍ଟର ସଂରକ୍ଷିତ ଟିକେଟ ବୁକିଂ ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ ଲାଭଦାୟକ ହେବ । ବେତନଟୀ ଷ୍ଟେସନଠାରେ ଅଧତ୍କ ଯାତ୍ରୀ ସୁବିଧା ଓ ନିରାପତ୍ତା ବ୍ୟବସ୍ଥା  ପାଇଁ ଏକ ଉପମାର୍ଗ (ସବ୍ ୱେ) ନିର୍ମ।ଣ କରାଯିବ । ଏହା ଷ୍ଟେସନକୁ ଯାତ୍ରୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଅଧିବାସୀ ରେଳ ଟ୍ରାକ୍ ଅତିକ୍ରମ ନ କରି ଉପମାର୍ଗ (ସବ୍ ୱେ) ଦେଇ ଯାତାୟାତ କରିପାରିବେ ।

Sponsored
Railway Minister's New Year Gift to Odisha | Argus News