Odisha News / କ୍ଳାସ୍ ରୁମ୍ରେ ଟଳିପଡ଼ିଲେ ଅଷ୍ଟମ ଛାତ୍ରୀ; ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବୟାନକୁ ନେଇ ବଢ଼ିଲା ସନ୍ଦେହ
·59 mins ago·2 min read

Key Points
ମାତ୍ର ୨୪ ଘଣ୍ଟା ତଳେ ଯେଉଁ ଝିଅ ହାତରେ ବାଣ ଧରି ଖୁସି ହେଉଥିଲା, ଏବେ ମେଡିକାଲ୍ ବେଡ୍ରେ ତାର ନିର୍ଜୀବ ଶରୀର ପଡ଼ିଛି । ମାଆ ଯେତେ ଡାକିଲେ ବି ଝିଅ ଶୁଣୁନି, ବାପା ଯେତେ ସ୍ନେହ କଲେ ବି ଝିଅ ଆଉ ଉଠୁନି ।
ଆଳି (କେନ୍ଦ୍ରାପଡ଼ା): ଦୀପାବଳିର ଖୁସି ପରେ ଏବେ ଆଖିରେ ଲୁହ । ମାଆ ଛାତି ପିଟି କାନ୍ଦୁଛି, ବାପା ଝିଅର ମୃତ୍ୟୁ ଖବରକୁ ବିଶ୍ଵାସ କରିପାରୁନି । ମାତ୍ର ୨୪ ଘଣ୍ଟା ତଳେ ଯେଉଁ ଝିଅ ହାତରେ ବାଣ ଧରି ଖୁସି ହେଉଥିଲା, ଏବେ ମେଡିକାଲ୍ ବେଡ୍ରେ ତାର ନିର୍ଜୀବ ଶରୀର ପଡ଼ିଛି । ମାଆ ଯେତେ ଡାକିଲେ ବି ଝିଅ ଶୁଣୁନି, ବାପା ଯେତେ ସ୍ନେହ କଲେ ବି ଝିଅ ଆଉ ଉଠୁନି । କାରଣ ସେ ସବୁଦିନ ପାଇଁ ଶୋଇ ଯାଇଛି ।
ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଆୟତନ ସ୍ଥିତ କମଳା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟରେ । ଏଠାରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଅସ୍ଵାଭାବିକ ମୃତ୍ୟୁ ହୋଇଛି । ଆଉ ମୃତ୍ୟୁ ପରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦେଇଥିବା ବୟାନ ଛାତ୍ରୀଙ୍କ ମୃତ୍ୟୁକୁ ଆହୁରି ସନ୍ଦେହ ଜନକ କରିଛି ।
ଏଥିସହ ପଢ଼ନ୍ତୁ: ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ; ୨୦୧୦ରୁ ଚାଲିଥିଲା ମାମଲା
ମହାଦେଇଆଡ଼ିଆ ଗାଁର ଅଷ୍ଟମ ଶ୍ରେଣୀ ଛାତ୍ରୀ ବିଶ୍ୱରୂପା ବେହେରାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ବିଶ୍ଵରୂପାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତଦେହ ବ୍ୟବଚ୍ଛେଦ ପର ହିଁ ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଡାକ୍ତାର ।
ଶ୍ରେଣୀଗୃହକୁ କେଉଁଠୁ ଆସିଲା ବାଣ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁସାରେ, ସୋମବାର ପ୍ରଥମ ପିରିୟଡ୍ରେ ହଠାତ୍ ଶିକ୍ଷୟିତ୍ରୀ ବାଣ ଶବ୍ଦ ଶୁଣିଥିଲେ । ଯାହାପରେ ପିଲା କହିଥିଲେ ବିଶ୍ଵରୂପା ବ୍ୟାଗରେ ରସୁଣ ବାଣ ଅଛି । ଆଉ କିଛି ସେକେଣ୍ଡ ପରେ ହିଁ ବିଶ୍ଵରୂପା ଶ୍ରେଣୀଗୃହରେ ବେହୋସ୍ ହୋଇ ଯାଇଥିଲା । ଯାହା ପରେ ପ୍ରଧାନଶିକ୍ଷୟିତ୍ରୀ ବିଶ୍ଵରୂପାଙ୍କ ପରିବାରକୁ ଫୋନ୍ ଯୋଗେ ଖବର ଦେଇଥିଲେ ।
କାହିଁକି ସ୍କୁଲ୍ କର୍ତ୍ତୃପକ୍ଷ ନେଲେନି ମେଡିକାଲ୍ ?
ସ୍କୁଲ୍ର ପ୍ରଧାନଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ରାଉତ କହିଛନ୍ତି, "ବିଶ୍ଵରୂପା ତଳେ ପଡ଼ିଥିବା ବାଣକୁ ହାତରେ ଧରି ବ୍ୟାଗ୍ରେ ରଖିବା ବେଳେ ପଡ଼ିଗଲା । ମୁଁ ତୁରନ୍ତ ପରିବାରକୁ ଖବର ଦେବା ସହ ଆମ୍ବୁଲାନ୍ସ ଡକାଇଥିଲି । ଅଭିଭାବକ ଆସି ବିଶ୍ଵରୂପାକୁ ନେଇ ଯାଇଥିଲେ ।"
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ପୁଣି ବଦଳିବ ପାଗର ମିଜାଜ୍; ଆସୁଛି ବର୍ଷା, ଆଗକୁ ବଢିବ ଶୀତ
ହେଲେ ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କ ଅନୁସାରେ, ବିଶ୍ଵରୂପାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ମେଡିକାଲ୍ ଆଣି ନଥିଲେ । ଝିଅର କୌଣସି ପୂର୍ବ ରୋଗ ନଥିଲା । ତେଣୁ ସିସିଟିଭି ଫୁଟେଜ୍ ଅନୁସାରେ ପଦକ୍ଷେପ ନେବାକୁ ପରିବାର ଲୋକେ ଦାବି କରିଛନ୍ତି ।
ଅନ୍ୟପଟେ ପ୍ରଧାନଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ କହିଛନ୍ତି, "ପୂର୍ବରୁ ବିଶ୍ଵରୂପାର ଫିଡ୍ସ ଥିଲା । ଆଗରୁ ଥରେ ଦୁଇଥର ଅଚେତ୍ ହୋଇଛି ।" ତେବେ ପ୍ରକୃତରେ ଛାତ୍ରୀଙ୍କ ବ୍ୟାଗ୍ରେ ବାଣ ଥିଲା ନା ବିଶ୍ଵରୂପାକୁ ଫିଡ୍ସ ମାରିଲା ? ପ୍ରଧାନଶିକ୍ଷୟିତ୍ରୀ ସତ କହୁଛନ୍ତି ନା ବିଦ୍ୟାଳୟର କିଛି ଘଟଣା ଲୁଚାଇବାକୁ ବୟାନ ବଦଳାଉଛନ୍ତି । ତଦନ୍ତ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସବୁ ସତ ପଦାକୁ ଆସିପାରିବ ।