Videos
|
Odisha

Rajyarani Express Accident / ପ୍ରବଳ ବର୍ଷାରେ ପାରି ହେଉଥିଲେ ରେଳ ଧାରଣା; ୫ ଜଣଙ୍କୁ ଧକ୍କା ଦେଲା ରାଜ୍ୟରାଣୀ ଏକ୍ସପ୍ରେସ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପ୍ରବଳ ବର୍ଷାରେ ପାରି ହେଉଥିଲେ ରେଳ ଧାରଣା; ୫ ଜଣଙ୍କୁ ଧକ୍କା ଦେଲା ରାଜ୍ୟରାଣୀ ଏକ୍ସପ୍ରେସ୍
Rajyarani Express Hits 5 People

Key Points

ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରେଳ ଧାରଣାରେ ଟ୍ରେନ୍ ଆସୁଥିବା ଦେଖି ପାରିନଥିଲେ ଯୁବକମାନେ । ଫଳରେ ଟେକ୍କଲି ମଣ୍ଡଳ ରାୟଭଲସା ନିକଟରେ ରାଜ୍ୟରାଣୀ ଏକ୍ସପ୍ରେସ ୫ ଜଣଙ୍କୁ ଧକ୍କା ଦେଇଥିଲା ।
ପାରଳାଖେମୁଣ୍ଡି (ଗଜପତି): ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ଦୁର୍ଘଟଣା । ଟ୍ରେନ୍ ଧକ୍କାରେ ୪ ଜଣଙ୍କ ମୃତ୍ୟୁ, ଜଣଙ୍କ ଅବସ୍ଥା ଗୁରୁତର । ସମସ୍ତ ମୃତକ ଓଡ଼ିଶାର ହୋଇଥିବା ସୂଚନା । ଆନ୍ଧ୍ରପ୍ରଦେଶର ଟେକ୍କଲି ନିକଟରେ ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।

ବଙ୍ଗୋପସାଗରରେ ଗଭୀର ଅବପାତ ପାଇଁ ଦକ୍ଷିଣ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ୫ ଜଣ ଯୁବକ ଟ୍ରେନ୍ ଲାଇନ୍ ପାରି ହେଉଥିଲେ ।

ଏଥିସହ ପଢ଼ନ୍ତୁ: ଗୁଳିମାଡ଼ ସହ ମାରଣାସ୍ତ୍ର ଦେଖାଇ ଟ୍ରକ୍‌ରୁ ରାତିରେ ଡିଜେଲ୍ ଚୋରି ଉଦ୍ୟମ; ଚୋରକୁ ଧରି ଛେଚିଲେ ଟ୍ରକ୍ ଡ୍ରାଇଭର୍ 

ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରେଳ ଧାରଣାରେ ଟ୍ରେନ୍ ଆସୁଥିବା ଦେଖି ପାରିନଥିଲେ ଯୁବକମାନେ । ଫଳରେ ଟେକ୍କଲି ମଣ୍ଡଳ ରାୟଭଲସା ନିକଟରେ ରାଜ୍ୟରାଣୀ ଏକ୍ସପ୍ରେସ ୫ ଜଣଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ଓଡ଼ିଶାର ବୋଲି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପୋଲିସ ସହ ରେଳ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା, SIR ରେ ବାଦ୍‌ ପଡ଼ିଲେ ୨୦ ଲକ୍ଷ ଭୋଟର୍‌ 

ସୂଚନା ଅନୁସାରେ, ରାଉରକେଲାରୁ ଗୁଣୁପୁର ଆସୁଥିବା ରାଜ୍ୟରାଣୀ ଏକ୍ସପ୍ରେସ୍ (୧୮୧୧୭) ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ତୁରନ୍ତ ମୃତାହତଙ୍କ ପରିଚୟ ମିଳି ନାହିଁ । ତେବେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ବ୍ରେକିଂ ନ୍ୟୁଜ୍… ଅପଡେଟ୍ ଜାରି ରହିଛି...