Videos
|
Odisha

Srimandir Raksha Bandhan / ଆଜି ଶ୍ରୀମନ୍ଦିରରେ ରକ୍ଷାବନ୍ଧନ; ମଧ୍ୟାହ୍ନଧୂପ ପରେ ଦୁଇ ଭାଇଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା

Debashree Debasmita Sahoo
Browse all articles by Debashree Debasmita Sahoo
·53 mins ago·2 min read
ଆଜି ଶ୍ରୀମନ୍ଦିରରେ ରକ୍ଷାବନ୍ଧନ; ମଧ୍ୟାହ୍ନଧୂପ ପରେ ଦୁଇ ଭାଇଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା
Srimandir Raksha Bandhan

Key Points

ଆଜି ଶ୍ରୀମନ୍ଦିରରେ ରକ୍ଷାବନ୍ଧନ, ଗହ୍ମା ପୂର୍ଣ୍ଣିମା ଏବଂ ବଳଭଦ୍ର ଜନ୍ମ ନୀତି
ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କ ଜନ୍ମନୀତି
ପୁରୀ: ଗତକାଲି ଜନସାଧାରଣ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳନ କରିସାରିଥିବାବେଳେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସ୍କନ୍ଦ ପୁରାଣ ଆଧାରରେ ଉଦୟ କାଳୀନ ପର୍ବକୁ ନେଇ ହୁଏ । ଏଣୁ ଆଜି ହିଁ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ, ଗହ୍ମା ପୂର୍ଣ୍ଣିମା, ବଳଭଦ୍ର ଜନ୍ମ ନୀତି, ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନଧୂପ ପରେ ଦୁଇ ଭାଇଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା ।

ଆଜି ଗହ୍ମା ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ ଉପଲକ୍ଷେ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ପରେ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ସେପଟେ ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କ ଜନ୍ମନୀତି ।

  • ଆଜି କେବଳ ଶ୍ରୀମନ୍ଦିରରେ କାହିଁକି ରାକ୍ଷୀ ପୂର୍ଣ୍ଣିମା ?
ଗତକାଲି (ଗୁରୁବାର) ସକାଳ ୯ଟା ୮ ପରଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରିଥିଲା । ଦିନ ତମାମ ଗତକାଲି ପୂର୍ଣ୍ଣିମା ତିଥି ରହିଥିଲା । ମଧ୍ୟାହ୍ନ କାଳୀନ ପର୍ବ ଭାବରେ ଗୁରୁବାର ରାକ୍ଷୀ ଉତ୍ସବ ପାଳନ କରିଥିଲେ ଜନ ସାଧାରଣ । ତେବେ ପୂର୍ଣ୍ଣିମା ତିଥି ଆଜି ସକାଳ ୯ଟା ୪୮ ପର୍ଯ୍ୟନ୍ତ ଅଛି । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସ୍କନ୍ଦ ପୁରାଣ ଆଧାରରେ ଉଦୟ କାଳୀନ ପର୍ବକୁ ନେଇ ହୁଏ । ତେଣୁ ଗତକାଲି ସୂର୍ଯ୍ୟ ଉଦୟ ସମୟରେ ପୂର୍ଣ୍ଣିମା ତିଥି ନଥିବାରୁ କାଲି ଶ୍ରୀମନ୍ଦିରରେ ପର୍ବ ପାଳିତ ହୋଇନଥିଲା ।

ପଢନ୍ତୁ ଏହି ଖବର: ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ କ୍ରୁଟ୍‌ର ବଡ଼ ଉପହାର, 'ଆମ ବସ୍‌'ରେ ମାଗଣା ଯାତ୍ରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ସୂର୍ଯ୍ୟ ଉଦୟ ସମୟରେ ପୂର୍ଣ୍ଣିମା ତିଥି ରହୁଥିବାରୁ ଆଜି ହିଁ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ, ଗହ୍ମା ପୂର୍ଣ୍ଣିମା, ବଳଭଦ୍ର ଜନ୍ମ ନୀତି, ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ । ଜ୍ୟୋତିର୍ବିଦଙ୍କ ମତରେ ଆଜି ସକାଳ ୯ଟା ୪୮ ପରେ ଆଉ ତିଥି ନାହିଁ । ତେଣୁ ଶ୍ରୀମନ୍ଦିରକୁ ଛାଡି ଅନ୍ୟ ସ୍ଥାନରେ, ଘରେ ଘରେ ଗତକାଲି ପାଳିତ ହୋଇଯାଇଛି ରାକ୍ଷୀ ପୂର୍ଣ୍ଣିମା ।

  • ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କ ଜନ୍ମନୀତି
ଆଜି ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ଚଉଦଳରେ ଚକ୍ରରାଜ ସୁଦର୍ଶନ ମାର୍କଣ୍ଡ ପୁଷ୍କରିଣୀ ଯାତ୍ରା କରି ବଳଭଦ୍ରଙ୍କ ଜନ୍ମନୀତି କରିବେ । ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରି ଜୀବନ୍ୟାସ ଦେବା ପରେ ଜାତକର୍ମ ଅନୁଷ୍ଠିତ ହେବ । ପଞ୍ଚୋପଚାର, ଶୀତଳ ମଣୋହୀ, ବନ୍ଦାପନା କରାଯାଇ ବଳଭଦ୍ରଙ୍କ ପ୍ରତିମାକୁ ମାର୍କଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯିବ । ପରିଶେଷରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।