Ipsita Sahoo Detained / ରମାଦେବୀ କ୍ୟାମ୍ପସରେ ହଙ୍ଗାମା ! BCJD ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଅଟକ ରଖିଲା ପୋଲିସ
·1 hour ago·1 min read

Key Points
ଛାତ୍ର ସଂସଦ ନିର୍ବାଚନରେ ତୁମୁଳକାଣ୍ଡ
ଇପ୍ସିତା ସାହୁଙ୍କୁ ଅଟକ ରଖିଲା ପୋଲିସ
ଇପ୍ସିତାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ
ଇପ୍ସିତା ସାହୁଙ୍କୁ ଅଟକ ରଖିଲା ପୋଲିସ
ଇପ୍ସିତାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ
ଛାତ୍ର ସଂସଦ ନିର୍ବାଚନ ବେଳେ ବିଶୃଙ୍ଖଳା ଅଭିଯୋଗରେ BCJD ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଅଟକ ରଖିଲା ପୋଲିସ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ତେଜିଲା ବିବାଦ । ଇପସିତାଙ୍କ ନାମରେ ପୁଣି ଥାନାରେ ଅଭିଯୋଗ କରିଥିଲା ABVP । ଜୀବନରୁ ମାରିଦେବାକୁ ଇପସିତା ଧମକ ଦେଇଥିବା ନେଇ ଏବିଭିପି ଅଭିଯୋଗ କରିଛି । ଆଇଜି ହଷ୍ଟେଲରେ ଇପସିତା ସାହୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କୁ ମାଡ଼ ମାରିବା ଓ ଟଙ୍କା ବାଣ୍ଟିବା ଅଭିଯୋଗରେ ଇପ୍ସିତାଙ୍କୁ ପୋଲିସ୍ ଅଟକ ରଖିଛି ।
ସେପଟେ ରମାଦେବୀ ମହିଳା ମହାବିଦ୍ୟାଳୟର ABVP ପକ୍ଷରୁ ଇପସିତାଙ୍କ ନାମରେ ପୁଣି ଥାନାରେ ହୋଇଛି ଅଭିଯୋଗ । ପୂର୍ବରୁ ଜୀବନରୁ ମାରିବାକୁ ଧମକ ସହ ଆଗକୁ ଦେଖିଦେବେ ବୋଲି ଧମକ ଦେଇଥିଲେ ଇପସିତା । ପ୍ରଚାରର ଶେଷ ଦିନରେ ୬ଟାରେ କ୍ୟାମ୍ପସ ବନ୍ଦ ହେଉଥିବା ବେଳେ ରାତି ୧୦ଟାରେ କିପରି ପ୍ରବେଶ କଲେ BCJD ପିଲା ବୋଲି ପ୍ରଶ୍ନ କରିଥିଲା ABVP । ତେବେ ଆଜି ଆଇଜି ହଷ୍ଟେଲରେ ଇପସିତା ସାହୁ ଓ ଫାତିମା ଖାତୁନ ନାମକ ଦୁଇଜଣ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଧକ୍କା ମାରିଥିବା ନେଇ ଅଭିଯୋଗ କରାଯାଇଛି । ତେଣୁ ଭଭୟଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ABVP ପକ୍ଷରୁ ଦାବି ହୋଇଛି ।
ଏଥି ସହ ପଢନ୍ତୁ: କ୍ୟାମ୍ପସରେ ଚାଲିଛି ଛାତ୍ର ନେତା ଚୟନ; ଭୋଟ୍ ପଡୁଥିବାବେଳେ ଆସିଲା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories