Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଲା ଉବେରଙ୍କ ସହ ରାପିଡୋଙ୍କ କଳି

Odisha

ଓଲା ଉବେରଙ୍କ ସହ ରାପିଡୋଙ୍କ କଳି

Jitendra Dash
Browse all articles by Jitendra Dash
·2 years ago·1 min read
ଓଲା ଉବେରଙ୍କ ସହ ରାପିଡୋଙ୍କ କଳି

ଅର୍ଗସ ବ୍ୟୁରୋ : ଓଲା ଉବେରଙ୍କ ସହ ରାପିଡୋ କଳି ଏବେ ଥାନାରେ । ଏ ନେଇ ଅଲ ଓଡିଶା ଅନଲାଇନ ବାଇକ ଆସୋସିଏସନର ଓଲା ଓ ଉବେର ଚଳାଉଥିବା ବାଇକ ଆରୋହୀଙ୍କ ତରଫରୁ ଅଭିଯୋଗ ହୋଇଛି । ଭୁବନେଶ୍ୱର ଆର.ଟି.ଓ ଅଫିସରେ ୭ ତାରିଖ ରେ ଆସୋସିଏସନ ତରଫରୁ ଅଭିଯୋଗ ହୋଇଛି । ଏଥିରେ ଆସୋସିଏସନର ଶତାଧିକ କର୍ମକର୍ତ୍ତା ଓ ଓଲା ଉବେର ଗାଡି ଚାଳକ ୨୦୨୩ ମସିହାରୁ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ନିୟମ ଯେ ସବୁ ଓଲା, ଉବେର ଓ ରାପୀଡୋ ଗାଡି ଚାଳକ ମାନେ ଗାଡିରେ ୟେଲୋ ନମ୍ବର ଲଗାଇବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କିନ୍ତୁ ଏହି ବ୍ୟବସ୍ଥାରେ ଓଲା ଓ ଉବେର ଦାୟିତ୍ତ୍ୱବାନ ଭାବେ କାର୍ଯ୍ୟ କରୁଥିବା ବେଳେ ରାପିଡୋ ଏହି ନିୟମ ଉଲଂଘନ କରୁଥିବା ନେଇ ଅଭିଯୋଗ ହୋଇଛି । ସେମାନେ ଧଳା ପ୍ଲେଟ ବ୍ୟବହାର କରି ବ୍ୟବସାୟ କରୁଥିବା ବେଳେ ଏମାନଙ୍କ ପାଇଁ କହି ଅଲଗା ନିୟମ ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ଭୁବନେଶ୍ୱରରେ ୫ ଶହରୁ ଉର୍ଦ୍ଧ ଓଲା ଉବେର ବାଇକ ରାଇଡ଼ର ଜୀବନ ଜୀବିକା ହରାଇବାକୁ ବସିଲେଣି । ସମସ୍ତଙ୍କ ପାଇଁ ସମାନ ବ୍ୟବସ୍ଥା କରିବାକୁ ଆସୋସିଏସନ ତରଫରୁ ଦାବି ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Rapido's tie-up with Ola Uber | Argus News