Rath Yatra Arrangements / ରଥଯାତ୍ରାରେ ଭକ୍ତଙ୍କ ପାଇଁ ବଡ଼ ବ୍ୟବସ୍ଥା, ଗଡ଼ିବ ୩୭୦ ସ୍ବତନ୍ତ୍ର ଟ୍ରେନ୍...ବଡ଼ଦାଣ୍ଡରେ ୮ଟି ଅସ୍ଥାୟୀ ମେଡିକାଲ
·1 hour ago·2 min read

Key Points
ଦ୍ବିତୀୟ ରଥ ସମନ୍ବୟ କମିଟି ବୈଠକ
ଫୋକସରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ସୁପରିଚାଳନା
ରଥଯାତ୍ରା ପାଇଁ ଲାଗିବ ୪୭୩ ସିସିଟିଭି କ୍ୟାମେରା

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ । ସବୁ ଲାଇନ୍ ଡିପାର୍ଟମେଣ୍ଟର ରିପୋର୍ଟ ଦେଖିବା ପରେ ଅଧିକାରୀମାନଙ୍କୁ କଡ଼ା ଟାସ୍କ ଦେଇଛନ୍ତି ଆଇନ ମନ୍ତ୍ରୀ । ଗତବର୍ଷର ତ୍ରୁଟି ସୁଧାରିବାକୁ ଚଳିତ ଜାନୁଆରୀରୁ ପ୍ରସ୍ତୁତି ଚାଲିଥିବା ବେଳେ ମନ୍ତ୍ରୀ, ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ୱାନ-ଟୁ-ୱାନ ଆଲୋଚନା ହୋଇଛି ।
ଆସନ୍ତା ଜୁଲାଇ ୫ ତାରିଖ ପରେ ପୁରୀ ସହରରେ କୌଣସି ପ୍ରକାର ଖନନ କାର୍ଯ୍ୟ କରାଯିବ ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି । ଏଥର ରଥଯାତ୍ରାରେ ଭକ୍ତଙ୍କ ସ୍ୱାସ୍ଥ୍ୟ ସେବା ଉପରେ ବିଶେଷ ଫୋକସ୍ କରାଯାଇଛି । ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ୮ଟି ଅସ୍ଥାୟୀ ମେଡିକାଲ ସହ ସହରର ୩୦ଟି ସ୍ଥାନରେ ରହିବ ଫାଷ୍ଟ ଏଡ୍ ସେଣ୍ଟର । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୧୦ଟି ICU ଏବଂ ୧୦ଟି ଟ୍ରମା ବେଡ୍ ସହ ନୂଆ ବିଲ୍ଡିଂରେ ୧୫୦ ବେଡ୍ ପ୍ରସ୍ତୁତ ରଖାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ବଡ଼ଦାଣ୍ଡରେ ସ୍ୱତନ୍ତ୍ର ‘ଗ୍ରୀନ କରିଡର୍’ ବ୍ୟବସ୍ଥା କରାଯିବ । ଜୁନ୍ ୨୫ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ୍ୟୁଟିରେ ରହିବେ ।
ଅଧିକ ପଢ଼ନ୍ତୁ: ଜୁଲାଇ ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା; ୫ ଦିନ ବର୍ଷା ନେଇ ଆଲର୍ଟ ଜାରି
ସେପଟେ ଗମନାଗମନକୁ ସୁଗମ କରିବା ପାଇଁ ରଥଯାତ୍ରାରେ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍ ସମେତ ମୋଟ ୧୨୦୦ରୁ ଉର୍ଦ୍ଧ୍ୱ ଟ୍ରେନ୍ । ଷ୍ଟେସନରେ ସୁରକ୍ଷା ପାଇଁ ୨୫୦ଟି ଫେସ୍ ରେକଗ୍ନିସନ କ୍ୟାମେରା ଲଗାଯିବ । ଦେଢ଼ ଲକ୍ଷ ଭକ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ସହ ୨୫ ହଜାର କ୍ଷମତାର ହୋଲ୍ଡିଂ ଏରିଆ, ୧୦୦ ଟଏଲେଟ୍, ୬୫ ୱାଟର କୁଲର୍ ଏବଂ ଅତିରିକ୍ତ ୩୫ଟି ଟିକେଟ କାଉଣ୍ଟର ପ୍ରସ୍ତୁତ ରହିବ । ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ଏଥର ଅଭେଦ୍ୟ କରାଯାଇଛି। ପୋଲିସ ପକ୍ଷରୁ ସହରରେ ୪୭୩ଟି ସିସିଟିଭି କ୍ୟାମେରା ଲଗାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories