Videos
|
Odisha

Ratna Bhandar / ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ହେବ ରତ୍ନଭଣ୍ଡାର ଗଣତିମଣତି

Sushanta Sahoo
Browse all articles by Sushanta Sahoo
·38 mins ago·2 min read
ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ହେବ ରତ୍ନଭଣ୍ଡାର ଗଣତିମଣତି
Jagannath Temple Ratna Bhandar

Key Points

ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ୩୧ ଓ ସେପ୍ଟେମ୍ବର ୧ ତାରିଖ ଧାର୍ଯ୍ୟ
ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତିମଣତି ହେବ
ପୁରୀ: ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ ପୁଣି ହେବ ରତ୍ନଭଣ୍ଡାର ଗଣତିମଣତି । ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ତଥା କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ରତ୍ନଭଣ୍ଡାର ଗଣତି ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତିମଣତି କରାଯିବ ।

ପୂର୍ବରୁ ୨୦୨୬ ମାର୍ଚ୍ଚ ୨୫ରୁ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା । ପ୍ରଥମେ ଚଳନ୍ତି ଭଣ୍ଡାର, ପରେ ବାହାର ରତ୍ନ ଭଣ୍ଡାର ଓ ଏବେ ଭିତର ଭଣ୍ଡାର ଗଣତି କାର୍ଯ୍ୟ ଜାରି ରହିଛି । ପୂର୍ବରୁ ମୋଟ ଉପରେ ପ୍ରାୟ ୫୭ ଘଣ୍ଟା ୮ ମିନିଟ୍ ଗଣତି କାର୍ଯ୍ୟ ହୋଇଥିଲା । ଗତ ରଥଯାତ୍ରା ସମୟରେ ଅର୍ଥାତ୍ ଜୁଲାଇ ୧୯ ତାରିଖରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ୯ ଅଳଙ୍କାରର ଗଣତି ହୋଇଥିଲା ।

ଏଥିସହ ପଢ଼ନ୍ତୁ: କନସଲଟାଣ୍ଟ ନିଯୁକ୍ତି ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ; ସର୍ବାଧିକ ୫ ବର୍ଷ... 

୨ ଘଣ୍ଟା ୨୭ ମିନିଟ୍‌ରେ ଶେଷ ହୋଇଥିଲା ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ । ତେବେ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀର ଗଣତି ଓ ମେଳକ ହୋଇପାରି ନଥିଲା । ଶ୍ରୀଜିଉଙ୍କ ଅଣ୍ଟା ପଟି ବା ରୂପାରସିକ ଶୁଆ ଥଣ୍ଟିଆ ତିନିଟି, ରାହୁ ରେଖା ୩ଟି ଓ ରତ୍ନ ଚିତା ତିନିଟିର ଗଣତି ଓ ମେଳକ କରାଯାଇଥିଲା ।

ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ମ୍ୟାପିଂ, ଭିଡିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନ ଗୁଡ଼ିକର ଚିହ୍ନଟ କରାଯାଇଥିଲା । ଖଟ ଶେଯ ଘରେ ଏହି ମୂଲ୍ୟବାନ ଅଳଙ୍କାର ସବୁର ଗଣତି ଓ ମେଳକ କାର୍ଯ୍ୟ ହୋଇଥିଲା । ଏ ସମସ୍ତ ଅଳଙ୍କାର ଚଳନ୍ତି ଭଣ୍ଡାରର ଅଂଶ ବିଶେଷ ହୋଇଥିବା ବେଳେ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଏହାର ଗଣତି କରାଯାଇ ପାରି ନଥିଲା ।

ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟା

ରତ୍ନ ଅଳଙ୍କାର ଗଣତିମଣତି ପାଇଁ ରାଜ୍ୟ ସରକାର SOPକୁ ଅନୁମୋଦିତ କରିଛନ୍ତି । ଗଣତିମଣତି ପ୍ରକ୍ରିୟାରେ ଦୁଇଟି ଟିମ୍ ରହିଛନ୍ତି । ଗୋଟିଏ ସୁପରଭାଇଜିଂ ଟିମ୍ ଓ ଅନ୍ୟଟି ହ୍ୟାଣ୍ଡେଲିଂ ଟିମ୍ । ଉଭୟ ଟିମ୍‌ରେ ମୁଖ୍ୟ ପ୍ରଶାସକ ଅଛନ୍ତ । ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଦାରଖ କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଉପମୁଖ୍ୟ ପ୍ରଶାସକ ଅନୁପସ୍ଥିତ ଥିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ତଦାରଖ କରିବେ । ସୁପରଭାଇଜିଂ ଟିମ୍‌ରେ ୩ ଜଣ ରହିବେ ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ,ଆଜି ୨୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

ହ୍ୟାଣ୍ଡେଲିଂ ଟିମ୍‌ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ପ୍ରଶାସକ ବା ଉପମୁଖ୍ୟ ପ୍ରଶାସକ, ହାଇଲେବୁଲ୍ କମିଟିର ଅଧ୍ୟକ୍ଷ ଦଳପତି ହିସାବରେ ରହିଛନ୍ତି । ପରିଚାଳନା କମିଟିର ପାଞ୍ଚଜଣ ସେବକ ମଧ୍ୟରୁ ଜଣେ ରହିବେ, ଭଣ୍ଡାର ମେକାପ, ତଢ଼ାଉକରଣ, ବଣିଆ ସେବକ ଅଛନ୍ତି । ୧୯୭୮ ମସିହାରେ ୭୨ ଦିନ ଗଣତିମଣତି ତାଲିକା ସହ ୧୯୮୨, ୧୯୮୫ ମସିହାର କିଛି ଅଳଙ୍କାର ବାହାରିଥିବାରୁ ମେଳକ କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: