Videos
|
Odisha

Ratna Bhandar Report / ସାର୍ବଜନୀନ ହେବ ନାହିଁ ରତ୍ନଭଣ୍ଡାର ଗଣତି ମଣତି ରିପୋର୍ଟ

Santosh Kumar Sahoo
Browse all articles by Santosh Kumar Sahoo
·59 mins ago·1 min read
ସାର୍ବଜନୀନ ହେବ ନାହିଁ ରତ୍ନଭଣ୍ଡାର ଗଣତି ମଣତି ରିପୋର୍ଟ
Ratna Bhandar

Key Points

ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା
ତାଲିକା ସାର୍ବଜନୀନ ହେବନି ବୋଲି କହିଲେ ମନ୍ତ୍ରୀ
‘ଗଣତି ମଣତି କରାଯାଇ ସମସ୍ତ ତଥ୍ୟକୁ ଡିଜିଟାଇଜେସନ କରାଯାଇଛି’
ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି-ମଣତି ସମ୍ପର୍କିତ ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ । ସମ୍ପୂର୍ଣ୍ଣ ଗଣତି-ମଣତି ପ୍ରକ୍ରିୟା ଶେଷ ହେବା ପରେ ୧୯୭୮ ମସିହାର ତାଲିକାକୁ ଆଧାର କରି ନୂଆ ତାଲିକା ପ୍ରସ୍ତୁତ କରାଯିବ । ତେବେ ଏହି ତାଲିକା ପବ୍ଲିକ ଡୋମେନରେ ଉପଲବ୍ଧ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତା ଦୁର୍ଗାପୂଜା ପରେ ରତ୍ନଭଣ୍ଡାରର ଗଣତି-ମଣତି ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିବ ଏବଂ ମାର୍ଗଶୀର ମାସ ପୂର୍ବରୁ ଏହାକୁ ସମାପ୍ତ କରାଯିବ ।

ଅଧିକ ପଢ଼ନ୍ତୁ: ମା’ଠାରୁ ଅଲଗା ହୋଇ ଗଭୀର ଚାପରେ ୫ ଓରାଙ୍ଗଉଟାନ୍, ଦିଆଯିବ ମ୍ୟୁଜିକ୍ ଥେରାପି


ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି-ମଣତି ଏକ ସମ୍ବେଦନଶୀଳ ଓ ଗୋପନୀୟ ପ୍ରକ୍ରିୟା । ତେଣୁ ଏହାର ସମ୍ପୂର୍ଣ୍ଣ ତଥ୍ୟ ସାଧାରଣ ଲୋକଙ୍କ ପାଇଁ ପ୍ରକାଶ କରାଯିବ ନାହିଁ । ରତ୍ନଭଣ୍ଡାରର ଗଣତି-ମଣତି ତାଲିକା ‘ରିଲ୍ସ’ ନୁହେଁ, ବରଂ ଏହା ଏକ ଗୁପ୍ତ ସେବାର ଅଂଶ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଗଣତି-ମଣତି ପ୍ରକ୍ରିୟା ଶେଷ ହେବା ପରେ ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ତାଲିକା ସହ ତୁଳନା କରି ନୂଆ ତାଲିକା ପ୍ରସ୍ତୁତ ହେବ । ରତ୍ନଭଣ୍ଡାରର ସୁରକ୍ଷା ଓ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହି ତଥ୍ୟ ସାର୍ବଜନୀନ ନକରିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: