Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar / ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି, ଖୁବଶୀଘ୍ର ଆସିବ SOP

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି, ଖୁବଶୀଘ୍ର ଆସିବ SOP

Key Points

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି
ଏନେଇ ଖୁବ ଶୀଘ୍ର ଆସିବ SOP
କାର୍ତ୍ତିକ ମାସ ପରେ ଧାଡି ଦର୍ଶନ ଓ ଗଣତି ମଣତି ହେବ
ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି । ଏନେଇ ଖୁବ ଶୀଘ୍ର SOP ଆସିବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ସେପଟେ ଶ୍ରୀକ୍ଷେତ୍ରର ବିକାଶ ପାଇଁ ସମୀକ୍ଷା ହୋଇଥିବା ବେଳେ କାମ ଆରମ୍ଭ ହୋଇଛି । ପୂର୍ବରୁ ଅଟକି ଥିବା କାମ ଆରମ୍ଭ ହେବ । ଆଗାମୀ ୧୧ ତାରିଖରେ ଶ୍ରୀମନ୍ଦିର ବିକାଶ ନେଇ ସମୀକ୍ଷା ବୈଠକ ହେବ । କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ଓ ଗଣତି ମଣତି ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଶୃଙ୍ଖଳିତ ଦର୍ଶନ ହେଲେ କୌଣସି ଅସୁବିଧା ହେବ ନାହିଁ । ଭକ୍ତଙ୍କୁ ଅନୁରୋଧ ଦର୍ଶନ ସମୟରେ ତରବର ନ ହୋଇ ମନ୍ଦିର ପ୍ରଶାସନ ପକ୍ଷରୁ ଯାହା ବ୍ୟବସ୍ଥା ହୋଇଛି ସହଯୋଗ କରନ୍ତୁ ।

ଅଧିକ ପଢ଼ନ୍ତୁ: ବାରବାଟୀ ଦୁର୍ଗ ନିକଟରେ ବାଲିଯାତ୍ରା ପଥ ଉତ୍ସବ, ମତୁଆଲା ହେଲେ କଟକିଆ

ସେପଟେ ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଗହଳି । ଆଜି ଭୋର ୩.୪୫ ମିନଟରେ ମହାପ୍ରଭୁଙ୍କ ସିଂହଦ୍ଵାର ଫିଟିବା ପରେ ମଙ୍ଗଳଆଳତୀ, ମଇଲମ, ତଡପଲାଗି, ଅବକାଶ ନୀତି ଶେଷ ହେବାପରେ ଆରମ୍ଭ ହୋଇଥିଲା ଦୁର୍ଲଭ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ । ଲକ୍ଷାଧିକ ଭକ୍ତଙ୍କ ସମେତ ହବିଷ୍ୟାଳିମାନେ ଶୃଙ୍ଖଳିତ ଭାବେ ସିଂହଦ୍ଵାର ଦେଇ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିଛନ୍ତି ।

ପଞ୍ଚୁକରେ ଭକ୍ତମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ । ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମ ଭୋଗମଣ୍ଡପ ପରେ ଭିତର କାଠ ଦର୍ଶନ କରାଯିବ । ପ୍ରଶାସନ ନିଷ୍ପତ୍ତି ମୁତାବକ ଆଜି ମାର୍କେଟ ଛକଠାରୁ ବ୍ୟାରିକେଡରେ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ବାହାରକାଠରୁ ଦର୍ଶନ କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ସତ୍ତ୍ୱେ ମଧ୍ୟ ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ। ସୋମବାର ଦ୍ୱାଦଶୀ କ୍ଷୟ ପଡୁଥିବାରୁ ବାଙ୍କଚୂଡ ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ତେଣୁ ଆସନ୍ତାକାଲି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବାସହ ଗରୁଡ ଉତ୍ଥାପନ ନୀତି ମଧ୍ୟ ଅନୁଷ୍ଠିତ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ratna Bhandar Counting Soon, SOP Coming: Law Minister Prithviraj Harichandan | Argus News