Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି ଓ ଗଣତି କାମ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି ଓ ଗଣତି କାମ

Key Points

 

  • ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି ଓ ଗଣତି କାମ
  • ଆଇନ ମନ୍ତ୍ରୀ କହିଲେ, ମରାମତି ନେଇ ASI ପ୍ରକ୍ରିୟା ଆରମ୍ଭ କରିଛି
  • ରତ୍ନ ଭଣ୍ଡାର ଭିତରେ ହିଁ ଗଣତି ହେବାର ଵିଧି ଅଛି
  • ମରାମତି ନ ସରିବା ଯାଏଁ ହୋଇ ପାରିବନି ଗଣିତି
  • GPR ସର୍ଭେ ରିପୋର୍ଟ ଆସିନି.. ରିପୋର୍ଟ ପରେ ସୁଡଙ୍ଗ କଥା ହେବ ସ୍ପଷ୍ଟ
  •  ରତ୍ନ ଭଣ୍ଡାରରେ ଗୁପ୍ତ ଧନ କି ସୁଡ଼ଙ୍ଗ ଥିବା ଅନୁମାନକୁ ଅମୁଳକ କହିଲେ ମନ୍ତ୍ରୀ

ଅର୍ଗସ ବ୍ୟୁରୋ :  ଦୂର ହେଲା ରତ୍ନଭଣ୍ଡାର ରତ୍ନ ମରାମତି ଓ ଗଣତି-ମଣତି ତାରିଖକୁ ନେଇ ଦ୍ଵନ୍ଦ । ଖୁବ୍ ଶୀଘ୍ର ଆରମ୍ଭ ହେବ ଭଣ୍ଡାର ଘର ମରାମତି, ଆଗାମୀ ଜାନୁଆରୀ ଶେଷ ସୁଦ୍ଧା ସରିବ ଗଣତି-ମଣତି । ଦୀର୍ଘସ୍ଥାୟୀ ମରାମତି ଉପରେ ଆଇନମନ୍ତ୍ରୀଙ୍କ ଗରୁତ୍ବ ।  କାର୍ତ୍ତିକ ପରେ ଭଣ୍ଡାର ଘର ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଏ ଏସ ଆଇ । ଆସନ୍ତା ବୁଧବାର ଏନେଇ ବୈଠକ ବସିବ  । ସ୍ଥାୟୀ ମରାମତି ପରେ ରତ୍ନ ଅଳଙ୍କାର ଭିତର ଭଣ୍ଡାର ଘରକୁ ସ୍ଥାନାନ୍ତର ହେବା ରତ୍ନ.. ତା ପରେ ଆରମ୍ଭ  ହେବ ଗଣତିମଣତି। ବାହାର ଭଣ୍ଡାର ଘରେ ଗଣତି ପାଇଁ ବିଧି ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।  ଜାନୁଆରୀ ଶେଷ ସୁଦ୍ଧା ଗଣତି-ମଣତି ସାରିବାକୁ ରହିଛି ଲକ୍ଷ୍ୟ । ଏପଟେ ଆଇନ ମନ୍ତ୍ରୀ ଆଇନ ମନ୍ତ୍ରୀ ଦେଇଥିବା ଡେଡ୍ ଲାଇନ୍ ଅନୁଯାୟୀ ଯଥାସମ୍ଭବ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ।

ଅଧିକ ପଢନ୍ତୁ ଓଡିଶା ଖବର

ଗତ ଜୁଲାଇ ଠାରୁ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ତାଲା କଟାହୋଇ ନିରୀକ୍ଷଣ କରାଯିବା ପରେ ଦ୍ଵିତୀୟ ପାର୍ଯ୍ୟୟରେ ରତ୍ନ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଖାଲି ଥିବା ସିନ୍ଦୁକ ଓ ଆଲମିରାକୁ ମଧ୍ୟ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କୁ ଅଣାଯାଇଥିଲା । ତେବେ ଭିତର ରତ୍ନ ଭଣ୍ଡାର ଖାଲି ହେବାପରେ ଉଚ୍ଚ ସ୍ତରୀୟ ବୈଷୟିକ ଟିମ୍ ଜରିଆରେ ଜି ପି ଆର୍ ସର୍ଭେ ହେବାସହ ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ରହସ୍ୟ ଉପରୁ ପରଦା ହଟାଇବାକୁ ଇଲେକ୍ଟ୍ରୋି ମ୍ୟାଗ୍ନେଟିକ ୱେଭ ସବୁକୁ ସଂଗ୍ରହ କରାଯାଇଥିଲା । ତେବେ ଏହାର ପୂର୍ଣ୍ଣ ରିପୋର୍ଟକୁ  ଏବେ ଅପେକ୍ଷା ...ତେବେ ମରାମତି ଓ ଗଣତିମଣତି ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଆଶ୍ବସ୍ତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ ।ବୁଦ୍ଧିଜୀବୀ ଓ ସେବାୟତ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି । ଏପଟେ ମେଘନାଦ ପାଚେରୀ ସୁରକ୍ଷା କଥା ଚିନ୍ତା କରି ଏହାର ମରାମତି କାର୍ଯ୍ୟ  ମଧ୍ୟ ଜାରି ରହିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ratnabhandar work will be end soon | Argus News